୬୮% କମ୍ପାନୀ ଔଷଧର ମାନ ଖରାପ, ୩୦% କମ୍ପାନୀକୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ...
ଓଡ଼ିଆ ଗସିପ୍ ବ୍ୟୁରୋ:ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ। କାରଣ ଏଠାରୁ ସମଗ୍ର ବିଶ୍ୱକୁ ଔଷଧ ଯୋଗାଇ ଦିଆଯାଇଥାଏ। କାରଣ ଭାରତରେ ବଡ଼ ବଡ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ବ୍ରାଣ୍ଡେଡ୍ ଔଷଧ ପ୍ରସ୍ତୁତ କରିଥାନ୍ତି।
ଅପରପକ୍ଷେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍ଏସ୍ଏମ୍ଇ) କ୍ଷେତ୍ରର ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ମୁଖ୍ୟତଃ ଜେନେରିକ୍ ଔଷଧ ପ୍ରସ୍ତୁତ କରିଥାନ୍ତି, ଯାହାର ଦେଶ ତଥା ବିଦେଶରେ ବହୁତ ଚାହିଦା ରହିଛି। ତେଣୁ କେନ୍ଦ୍ର ସରକାର ବର୍ତ୍ତମାନ ଏହି କମ୍ପାନୀଗୁଡିକର ଔଷଧର ଗୁଣକୁ ନେଇ ଅତ୍ୟନ୍ତ ସଜାଗ ହୋଇଯାଇଛନ୍ତି। ନିକଟରେ ଗାମ୍ବିଆରେ ଶିଶୁମାନଙ୍କ ମୃତ୍ୟୁ ପାଇଁ ଭାରତରେ ନିର୍ମିତ କାଶ ସିରପ୍କୁ ଦାୟୀ କରାଯାଇଥିଲା।
ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍କୋ) ସହିତ ରାଜ୍ୟ ସ୍ତରର ଔଷଧ ନୀରିକ୍ଷକମାନେ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଦ୍ବାରା ପ୍ରସ୍ତୁତ ଔଷଧର ଯାଞ୍ଚ କରିଥିଲେ। ଯାହାଦ୍ୱାରା ଦେଶରେ ଖରାପ ଗୁଣବତ୍ତା ବିଶିଟେ ଔଷଧ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକୁ ଚିହ୍ନଟ କରାଯାଇପାରିବ।
ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ
ରିପୋର୍ଟ ଅନୁଯାୟୀ, ଏହି ଅଭିଯାନରେ ଯାଞ୍ଚ କରାଯାଇଥିବା ଏମ୍ଏସ୍ଏମ୍ଇ କ୍ଷେତ୍ରର ସମସ୍ତ ସଂସ୍ଥା ମଧ୍ୟରୁ ପ୍ରାୟ ୬୮% କମ୍ପାନୀର ଔଷଧ ‘ମାନକ ଗୁଣବତ୍ତା’ ପୂରଣ କରୁ ନଥିବା ଜଣାପଡିଛି। ଗତ ବର୍ଷ ଡିସେମ୍ବରରୁ ଏହି ଯାଞ୍ଚ ଚାଲିଥିଲା। ସୂତ୍ରରୁ ପ୍ରକାଶ ଯେ ଏହି ସମସ୍ତ ଏମଏସଏମଇ କମ୍ପାନୀ ମଧ୍ୟରୁ ୩୦ ପ୍ରତିଶତ କମ୍ପାନୀକୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବର୍ତ୍ତମାନ ଏକ ଉଦ୍ବେଗଜନକ ପରିସ୍ଥିତି।
ସମ୍ପ୍ରତି ଔଷଧର ବିପଦ ଭିତ୍ତିକ ଯାଞ୍ଚର ଏହି ଚତୁର୍ଥ ପର୍ଯ୍ୟାୟ ଜାରି ରହିଛି । ଏହି ଅବଧି ମଧ୍ୟରେ, ୨୨ଟି କମ୍ପାନୀରୁ ୪୪୬ ଟି ନମୁନା ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ୨୭୧ ଟି ମାମଲାରେ ବିସ୍ତୃତ ଅନୁସନ୍ଧାନ କରାଯାଇଛି। ଏହି ୨୭୧ ଟି ନମୁନା ମଧ୍ୟରୁ ୨୩୦ ଟି ମାନକ ଗୁଣବତ୍ତା ହୋଇଥିବାବେଳେ ୪୧ଟି ମାନକ ଗୁଣବତ୍ତା ପୂରଣ କରୁନାହିଁ। ଅର୍ଥାତ୍ ଏହି ଔଷଧଗୁଡିକର ମାନ ଅତ୍ୟନ୍ତ ଖରାପ ବୋଲି ଜଣାପଡିଛି। ୧୯୮୮ ମସିହାରେ ଦେଶରେ ଉତ୍ତମ ଉତ୍ପାଦନ ଅଭ୍ୟାସ’ (ଜିଏମ୍ପି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।
ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ
ଜିଏମ୍ପି ନିୟମର ଉଦ୍ଦେଶ୍ୟ ହେଉଛି ଔଷଧର ମାନକ ଗୁଣବତ୍ତା ବଜାୟ ରଖିବା। ଏହାର ଶେଷ ସଂଶୋଧନ ୨୦୦୫ରେ କରାଯାଇଥିଲା। ଚଳିତ ବର୍ଷ ଅଗଷ୍ଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟା ଘୋଷଣା କରିଛନ୍ତି ଯେ ୨୫୦ କୋଟି କିମ୍ବା ତା’ଠାରୁ ଅଧିକ କାରବାର କରୁଥିବା କମ୍ପାନୀମାନଙ୍କୁ ୬ ମାସ ମଧ୍ୟରେ ଜିଏମ୍ପି ଲାଗୁ କରିବାକୁ ପଡିବ। ବାକି କମ୍ପାନୀଗୁଡିକ ଏଥିପାଇଁ ୧ ବର୍ଷ ସମୟ ପାଇବେ। ଯଦି କମ୍ପାନୀଗୁଡିକ ଠିକ୍ ସମୟରେ ତାହା ନ କରନ୍ତି, ତେବେ ସେମାନଙ୍କୁ ଉପରେ ଜରିମାନା ଲାଗୁ କରାଯିବ।
ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!