୬୫ ବର୍ଷରେ ଖୋଜୁଥିଲେ ପ୍ରେମିକା, ଧୋକା ଦେଇଦେଲା ବିଧବା ପ୍ରେମିକା; ହରାଇଲେ ୬୦ ଲକ୍ଷ

old man duped lakhs of rupees for dreaming to marry young girl

ଓଡ଼ିଆ ଗସିପ ବ୍ୟୁରୋ: ବୃଦ୍ଧଙ୍କୁ ମହଙ୍ଗା ବଡ଼ିଲା ବାହା ହେବା ନିଶା । ହାତରୁ ଚାଲିଗଲା ୬୦ ଲକ୍ଷ ଟଙ୍କା । ୬୫ ବର୍ଷ ବୟସରେ ବୃଦ୍ଧ ଜଣକ ଜୀବନ ସାଥୀ ଖୋଜୁଥିବା ବେଳେ ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ବାହା ହେବାକୁ ବିଭିନ୍ନ ଅନଲାଇନ୍ ମ୍ୟାରେଜ୍‌ ପୋର୍ଟାଲରେ ବୃଦ୍ଧ ଜଣକ ଜୀବନ ସାଥୀ ଖୋଜୁଥିଲେ । ସେଠାରେ ଜଣେ ମହିଳାଙ୍କୁ ପସନ୍ଦ କରିବା ସହ ତାଙ୍କ ସହ କଲ୍‌ ଓ ଭିଡିଓ କଲରେ ବାର୍ତ୍ତାଳାପ କରିଥିଲେ । ପରେ ମହିଳାଙ୍କ ସହ ନ୍ୟୁଡ୍‌ କଲ୍‌ କରିଥିଲେ ବୃଦ୍ଧ ଜଣକ । ଯାହାକୁ ନେଇ ଯାଇଥିଲା ବୃଦ୍ଧଙ୍କ ୬୦ ଲକ୍ଷ ଟଙ୍କା ।

ଅଧିକ ପଢ଼ନ୍ତୁ : ନାର୍କୋ ଟେଷ୍ଟରେ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା, ସବୁ ସତ କହିଦେଲା ଗୋପାଳ !

ଏପରି ଏକ ଘଟଣା ଘଟିଛି ମୁମ୍ବାଇରେ । ଘଟଣାକୁ ନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚର ସାଇବର ପୋଲିସ୍ ତଦନ୍ତ ଚଳାଇଛି । ସାଇବର ପୋଲିସର କହିବା ଅନୁସାରେ ବୃଦ୍ଧ ଜଣକ ଜଣେ ବିଧବା ମହିଳାଙ୍କ ସହ ନ୍ୟୁଡ୍‌ କଲ୍‌ରେ କଥା ହୋଇଥିଲେ ।

କଥା ହେବା ସମୟରେ ମହିଳା ଜଣକ ତାଙ୍କ ଭିଡିଓକୁ ରେକର୍ଡ କରିଥିଲେ । ଭିଡିଓ କ୍ଲିପ୍ ତାଙ୍କ ସମ୍ପର୍କୀୟଙ୍କୁ ପଠାଇବାକୁ ଧମକ ଦେଇଥିଲେ । ଏନେଇ କ୍ରାଇମବ୍ରାଞ୍ଚର ସାଇବର ପୋଲିସ୍ ସେଲରେ ପଞ୍ଜୀକୃତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ।

ଅଧିକ ପଢ଼ନ୍ତୁ : ଇଣ୍ଟେଲିଜେନ୍ସ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ; ମ୍ୟାଡାମଙ୍କୁ ମିଳିବନି ବସ୍ତି ଭୋଟ, ବେଗୁନିଆରେ ଆଖି, ଦେଖନ୍ତୁ ଭିଡିଓ...

ଅନ୍ୟ ଜଣେ ଅଧିକାରୀ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବୃଦ୍ଧ ଜଣକ ବୃଦ୍ଧାବସ୍ଥାରେ ସାଥୀ ଖୋଜୁଥିଲେ । ସେ ପୁନର୍ବାର ବିବାହ କରିବାକୁ ଆଗ୍ରହୀ ଥିଲେ । ମ୍ୟାରେଜ୍ ପୋର୍ଟାଲରେ ଜଣେ ମହିଳାଙ୍କ ସହ ଚାଟ୍ କରିବା ପରେ ଏପରି କାର୍ଯ୍ୟ କରିଥିଲେ ।

ମହିଳା ଜଣକ ଧମକ ଦେବାରୁ ପରେ ମହିଳାଙ୍କୁ ୬୦ ଲକ୍ଷ ଟଙ୍କା ଦେଇଥିଲେ ବୃଦ୍ଧ ଜଣକ । ବଦଳରେ ଭିଡିଓକୁ ଡିଲିଟ୍ କରିବାକୁ କହିଥିଲେ । ହେଲେ ସେ ଭିଡିଓ ଡିଲିଟ୍‌ ନକରି ସୋସିଆଲ ମିଡିଆରେ ଛାଡ଼ି ଦେବାକୁ କହିଥିଲେ । ଯାହା ଫଳରେ ଘଟଣାଟି ଥାନାକୁ ଯିବା ସହ ତଦନ୍ତ ଆରମ୍ଭ ହୋଇଛି ।

Share this story

World Odia Language Conferene