ନାର୍କୋ ଟେଷ୍ଟରେ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ମାରିଲା, ସବୁ ସତ କହିଦେଲା ଗୋପାଳ !

ASI Gopal Das told everything about murder of Naba Das following Narco Test

ଓଡ଼ିଆ ଗସିପ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ? କ’ଣ ଏହା ପଛର କାରଣ, ସବୁ କିଛି କହିଛି ଅଭିଯୁକ୍ତ ଗୋପାଳ ଦାସ । ଏନେଇ କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ନାର୍କୋ ଟେଷ୍ଟରେ ଅଭିଯୁକ୍ତ ଗୋପାଳ ସବୁ ମାନିଥିବା ସୂଚନା ମିଳିଛି ।

କେମିତି ଓ କାହିଁକି ମାରିଛି ସବୁ ନାର୍କୋ ଟେଷ୍ଟରେ ସେ କହିଛି। ଗୋପାଳ ସବୁ କହିଥିବା ବ୍ରାଇମବ୍ରାଞ୍ଚ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଗୋପାଳର ମାନସିକ ସ୍ଥିତି କ’ଣ ଥିଲା, ତାହା ମଧ୍ୟ ସେ ମାନିଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ : ଇଣ୍ଟେଲିଜେନ୍ସ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ; ମ୍ୟାଡାମଙ୍କୁ ମିଳିବନି ବସ୍ତି ଭୋଟ, ବେଗୁନିଆରେ ଆଖି, ଦେଖନ୍ତୁ ଭିଡିଓ...

ଏଇ ସପ୍ତାହରେ ଗୋପାଳର ନାର୍କୋ ଟେଷ୍ଟ ରିପୋର୍ଟ ଆସିବ ବୋଲି କ୍ରାଇମବ୍ରାଞ୍ଚ କହିଛି । ସେପଟେ ଗୋପାଳର ସୁରକ୍ଷା ନେଇ ଜେଲ୍‌ ବିଭାଗ ଏବେ ଚିନ୍ତାରେ ପଡ଼ି ଯାଇଛି । ଝାରସୁଗୁଡା ରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଜେଲ୍‌ ବିଭାଗ ପ୍ରସ୍ତାବ ଦେଇଛି ।

ଗୋପାଳକୁ ଚୌଦ୍ୱାର ଜେଲ୍‌କୁ ପଠାଇବାକୁ ଝାରସୁଗୁଡା ଜେଲ୍‌ ଅଧୀକ୍ଷକଙ୍କ ଜରିଆରେ ଜେଲ୍ ବିଭାଗ ଅବଗତ କରିଛି । ପୂର୍ବରୁ ଝାରସୁଗୁଡା ଜେଲ୍‌ ପକ୍ଷରୁ ଜେଲ୍‌ ବିଭାଗକୁ ଚିଠି ଲେଖା ଯାଇଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ : ଶ୍ରଦ୍ଧା ହତ୍ୟା ଘଟଣାର ପୁନରାବୃତ୍ତି ! ପ୍ରେମିକାକୁ ହତ୍ୟାକରି ଫ୍ରିଜରେ ରଖିଥିଲା ସଇତାନ ପ୍ରେମିକ

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଆଜି ଚୌଦ୍ୱାର ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର ପାଇଁ ଜେଲ୍ ବିଭାଗ ଅପିଲ କରିଥିଲା । ତେବେ ଗୋପାଳକୁ କେଉଁ ଜେଲ୍‌ ପଠାଯିବ, ଏନେଇ ଏଡିଜି ସ୍ଥିର କରିଥିଲେ । 

ସେପଟେ ଆଜି ଗୋପାଳକୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ଝାରସୁଗୁଡ଼ା JMFC କୋର୍ଟରେ ଗୋପାଳ ହାଜର ହୋଇଥିଲା । ଅଭିଯୁକ୍ତ ଗୋପାଳର ମଧ୍ୟ ୧୬୪ ବୟାନ ରେକର୍ଡ କରାଯାଇଛି । କୋର୍ଟରେ ବୟାନ ରେକର୍ଡ ନେଇ ଗୋପାଳର ଓକିଲ ସୂଚନା ଦେଇଛନ୍ତି ।

Share this story

World Odia Language Conferene