ବଡ଼ ଟ୍ରେନ ଦୁର୍ଘଟଣା, ୨୧ଟି ବଗି ଲାଇନଚ୍ୟୁତ ହୋଇ ୪ ଜଣଙ୍କର ମୃତ୍ୟୁ, ଶତାଧିକ ଆହତ
 

North East Express accident 4 dead 70 injured after train derails in Bihars Buxar
ବଡ଼ ଟ୍ରେନ ଦୁର୍ଘଟଣା

ଓଡ଼ିଆ ଗସିପ୍ ବ୍ୟୁରୋ: ବିହାରର ବକ୍ସର ରଘୁନାଥପୁର  ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଟ୍ରେନ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଟ୍ରେନର ସମସ୍ତ ବଗି ଲାଇନଚ୍ୟୁତ ହୋଇଯାଇଛି ।ବଗି ଗୁଡିକ ସମ୍ପୂର୍ଣ୍ଣ ଭାବେ ଓଲଟି ରାସ୍ତା ଉପରେ ପଡିଛି । ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଶତାଧିକ ଆହତ ହୋଇଛନ୍ତି । 

୨୩ଟି କୋଚ ଥିବା ୧୨୫୦୬ ନର୍ଥ ଇଷ୍ଟ ଏକ୍ସପ୍ରେସ ଗୁଆହାଟୀରୁ ପାଖାପାଖି ୬ କିମି ଦୂର କାମକ୍ଷା ଅଭିମୁଖେ ଯାଉଥିଲା  । ବୁଧବାର ସକାଳ ୭ଟା ୪୦ରେ ଏହା ଆନନ୍ଦ ବିହାର ଟର୍ମନାଲରୁ ବାହାରିଥିଲା । ବିହାରର ବକ୍ସରସ୍ଥିତ ରଘୁନାଥ ପୁର ଷ୍ଟେସନ ନିକଟରେ ବୁଧବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଦୁର୍ଘଟଣାରେ ଆହତ ଲୋକଙ୍କୁ ବକ୍ସର, ଭୋଜପୁର ଏବଂ ପାଟନା ଏମ୍ସରେ ଭର୍ତ୍ତି କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ବହୁତଭୟଙ୍କର ଥିଲା । ଏସି ବଗିର ସମସ୍ତ ଯାତ୍ରୀ ଶୋଇ ପଡିଥିଲେ  । କେହି କେହି ଶୋଇବାପାଇଁ ପ୍ରସ୍ତୁତ ହେଉଥିଲେ । ଏହିସମୟରେ ଟ୍ରେନରେ ବଡ ଝଟକା ଲାଗିଲା । ସବୁ ଲୋକ ନିଜ ବର୍ଥରୁ ଗଡିବାକୁ ଲାଗିଲେ ।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ 

୧୦ରୁ ୧୫ମିନିଟ ଧରି ଏପରି ଝଟକା ଲାଗି ରହିଥିଲା । କେହି କିଛି ବୁଝିବା ପୂର୍ବରୁ ଟ୍ରେନର ୨୩ବଗି ଲାଇନଚ୍ୟୁତ ହୋଇ ସାରିଥିଲା । ୨ଟି ବଗି ସମ୍ପୂର୍ଣ୍ଣ ଓଲଟି ଯାଇଥିଲା । କେଉଁଠି ଯାତ୍ରୀ ବର୍ଥ ତଳେ ଚାପି ହୋଇ ରହିଥିଲେ ତ କେଉଁଠି ଝରକାତଳେ ଥିଲେ । କିଏ ପୁଣି ବାଥ ରୁମରେ ଚାପି ହୋଇ ରହି ଯାଇଥିଲେ ।

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏହାର ଶବ୍ଦ ଏକ କିମି ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ଶବ୍ଦ ଶୁଣି ଆଖପାଖ ଅଞ୍ଚଳର ଲୋକେ ଧାଇଁ ଆସିଥିଲେ ଏବଂ ଲୋକଙ୍କୁ ଉଦ୍ଧାର କରିବା କାମରେ ଲାଗି ପଡିଥିଲେ । ଟ୍ରେନର ଜଣେ ଗାର୍ଡଙ୍କ କହିବା ଅନୁଯାୟୀ ରାତି ପ୍ରାୟ ୯ଟାରେ ଏହି ଦୁର୍ଘଟଣା ଘଟିଥିଲା । ସେହି ସମୟରେ ଟ୍ରେନର ଗତି ୧୦୦ କିମି ଥିଲା । ତେବେ କାହିଁକି ଦୁର୍ଘଟଣା ଘଟିଲା ତାହାର କାରଣ ସେ କହି ପାରିନଥିଲେ । ତେବେ ଏସି କୋଚ  ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 
 

Share this story