ଶିକ୍ଷା ମନ୍ତ୍ରଣାଳୟର ନୂଆ ନିୟମ, କୋଚିଂ ସେଣ୍ଟରରେ ନାମ ଲେଖାଇ ପାରିବେନି ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀ
ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଘୋଷିତ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କୋଚିଂ ସେଣ୍ଟରଗୁଡିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ । ମାଧ୍ୟମିକ ଶିକ୍ଷା ଶେଷ ହେବା ପରେ ଜଣେ ପିଲା କୋଚିଂ ସେଣ୍ଟର ଯାଇପାରିବ।
ଅଧିକା ପଢନ୍ତୁ : ଆୟ ତୁଳନାରେ ବ୍ୟୟ ବଢିବ ଓ ପାରିବାରିକ ସମସ୍ୟା ଯୋଗୁଁ ଚିନ୍ତାରେ ରହିବେ, ପଢନ୍ତୁ ରାଶିଫଳ
ଏଥିସହ ଏଣିକି ବିଭ୍ରାନ୍ତିକର ପ୍ରତିଶୃତି ଓ ଭଲ ମାର୍କ ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ କୋଚିଂ ସେଣ୍ଟର। ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା, କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଏବଂ ଆନୁସଙ୍ଗିକ ସୁବିଧା ଅଭାବରୁ ଗ୍ରହଣ କରାଯାଇଥିବା ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ସରକାରଙ୍କ ନିକଟରେ ଅଭିଯୋଗ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
କୌଣସି କୋଚିଂ ସେଣ୍ଟର ସ୍ନାତକୋତ୍ତରଠାରୁ କମ୍ ଯୋଗ୍ୟତା ଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ଦେବେ ନାହିଁ । ଅଭିଭାବକମାନଙ୍କୁ ଭ୍ରମାତ୍ମକ ପ୍ରତିଶ୍ରୁତି ଦେଇପାରିବ ନାହିଁ । ଅନୁଷ୍ଠାନଗୁଡିକ ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇ ପାରିବେ ନାହିଁ । ଗାଇଡଲାଇନରେ ଦର୍ଶାଯାଇଛି ଯେ, ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ପରେ ଛାତ୍ର ନାମଲେଖା ହେବା ଉଚିତ। କାଉନସେଲିଂ ସିଷ୍ଟମ ନ ଥିଲେ କୌଣସି ଅନୁଷ୍ଠାନ ପଞ୍ଜୀକୃତ ହେବ ନାହିଁ ।
ଅଧିକା ପଢନ୍ତୁ : ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...
କୋଚିଂ ସେଣ୍ଟରଗୁଡ଼ିକରେ ପଢାଉଥିବା ଶିକ୍ଷକଙ୍କ ଯୋଗ୍ୟତା, ପାଠ୍ୟକ୍ରମ, ସମାପ୍ତି ଅବଧି, ହଷ୍ଟେଲ ସୁବିଧା ଏବଂ ଦେୟ ବିଷୟରେ ଅପଡେଟ୍ ବିବରଣୀ ୱେବସାଇଟରେ ଉପଲବ୍ଧ ରହିବ। ଛାତ୍ରମାନଙ୍କ ଉପରେ କଠୋର ପ୍ରତିଯୋଗିତା ଏବଂ ଏକାଡେମିକ୍ ଚାପ ଯୋଗୁଁ କୋଚିଂ ସେଣ୍ଟରଗୁଡ଼ିକ ଛାତ୍ରମାନଙ୍କର ମାନସିକ ସୁସ୍ଥତା ପାଇଁ ପଦକ୍ଷେପ ନେବା ଉଚିତ। ସେମାନଙ୍କ ଉପରେ ଅନାବଶ୍ୟକ ଚାପ ନ ଦେଇ କ୍ଲାସ୍ କରିବା ଉଚିତ୍ ବୋଲି ଗାଇଡଲାଇନରେ ଦର୍ଶା ଯାଇଛି।
ଅଧିକା ପଢନ୍ତୁ : ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ