ମୋଦୀଙ୍କୁ ସବୁ ଜଣା, ଭଗବାନଙ୍କ ପାଖରେ ବସାଇଲେ ସେ ଈଶ୍ବରଙ୍କୁ ବ୍ରହ୍ମାଣ୍ଡ ରହସ୍ୟ ବୁଝାଇଦେବେ; ଏପରି କଟାକ୍ଷ କଲେ ରାହୁଲ୍‌ ଗାନ୍ଧୀ

Modi can influence universe of God with his words says Rahul Gandhi

ଓଡ଼ିଆ ଗସିପ୍ ବ୍ୟୁରୋ: ନିଜେ ସବୁକିଛି ଜାଣନ୍ତି ବୋଲି ହୃଦ୍‌ବୋଧ କରୁଥିବା ଗୋଟିଏ ଗୋଷ୍ଠୀର ବ୍ୟକ୍ତିଙ୍କଦ୍ବାରା ଭାରତ ଶାସନ ଚାଲିଛି । ସେମାନେ ଈଶ୍ବରଙ୍କ ନିକଟରେ ବସିଲେ ବ୍ରହ୍ମାଣ୍ଡର ରହସ୍ୟ ମଧ୍ୟ ଈଶ୍ବରଙ୍କୁ ବୁଝାଇଦେବେ । ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ବୋଲି ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଉଦ୍‌ବୋଧନ ଦେବା ବେଳେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରି ରାହୁଲ୍‌ କହିଛନ୍ତି, ମୋର ମନେହୁଏ ଆପଣମାନେ ଯଦି ମୋଦୀଜୀଙ୍କୁ ଈଶ୍ବରଙ୍କ ଆଗରେ ବସାଇ ଦିଅନ୍ତି, ବିଶ୍ବ-ବ୍ରହ୍ମାଣ୍ଡ କେମତି ଚାଲିଛି ସେ ଈଶ୍ବରଙ୍କୁ ବୁଝାଇ ଦେବେ । ତାହା ଶୁଣିବା ପରେ ନିଜେ କ’ଣ ସୃଷ୍ଟି କରିଛନ୍ତି ଭାବି ଈଶ୍ବରଙ୍କ ମୁଣ୍ଡ ଗୋଳମାଳ ହୋଇଯିବ ।

ଅଧିକ ପଢ଼ନ୍ତୁ : ୪୦ ବର୍ଷ ପରେ ବି ଫିଟ୍ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସବୁ ଉପାୟ...

ଗୋଟିଏ ଗୋଷ୍ଠୀର ଲୋକ ଅଛନ୍ତି, ସେମାନେ ସବୁ ବୁଝିପାରନ୍ତି । ସେମାନେ ବୈଜ୍ଞାନିକଙ୍କୁ ବିଜ୍ଞାନ, ଐତିହାସିକମାନଙ୍କୁ ଇତିହାସ, ସେନାକୁ ଯୁଦ୍ଧକୌଶଳ ବତାଇ ଦେଇପାରିବେ । କିନ୍ତୁ, ବାସ୍ତବ କଥା ହେଲା ସେମାନେ କିଛି ଜାଣନ୍ତି ନାହିଁ ବୋଲି ରାହୁଲ୍‌ ଗାନ୍ଧୀ କହିଛନ୍ତି ।

ଏହି ଅବସରରେ ‘ଭାରତ ଯୋଡ଼ୋ ଯାତ୍ରା’ ପ୍ରସଙ୍ଗରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଏଜେନ୍‌ସିମାନଙ୍କୁ ଅପବ୍ୟବହାର କରାଯାଉଥିବା ଯୋଗୁଁ ରାଜନୈତିକ କାର୍ୟ୍ୟକଳାପ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହୋଇ ଆମେ ‘ଭାରତ ‌ଯୋଡ଼ୋ ଯାତ୍ରା’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲୁ । କିନ୍ତୁ, ଏହି ଯାତ୍ରାକୁ ବନ୍ଦ କରିବା ପାଇଁ ସରକାର ସାଧ୍ୟମତେ ଉଦ୍ୟମ କରିଥିଲେ । ମାତ୍ର ଏହି ଯାତ୍ରାର ପ୍ରଭାବ ବଢ଼ି ବଢ଼ି ଚାଲିଲା ।

ଅଧିକ ପଢ଼ନ୍ତୁ : ସମସ୍ତଙ୍କ ସାମ୍ନାରେ ଚାହର୍ ଙ୍କ ଉପରେ କାହିଁକି ରଗିଗଲେ ଧୋନି, ଅଟୋଗ୍ରାଫ୍ ଦବା ପାଇଁ ମଧ୍ୟ କରିଦେଲେ ମନା

ପ୍ରବାସୀ ଭାରତୀୟଙ୍କୁ ଉଦ୍ଦେଶ୍ୟ କରି ରାହୁଲ କହିଛନ୍ତି ଯେ, ସବୁ ଧର୍ମ-ବିଶ୍ବାସର ଜନତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଓ ଶ୍ରଦ୍ଧାଭାଜନ ହେବା ମୂଲ୍ୟବୋଧକୁ କଂଗ୍ରେସ ବିଶ୍ବାସ କରେ । ଆପଣମାନେ ଏଠାରେ ସେ ପ୍ରକାରର ଭାରତର ପ୍ରତିନିଧିତ୍ବ କରୁଛନ୍ତି । ଏହି ମୂଲ୍ୟବୋଧ ସହିତ ଏକମତ ହୋଇ ନ ଥିଲେ ଆପଣମାନେ ଏଠାରେ ନ ଥାନ୍ତେ ।

ଆପଣମାନେ ଯଦି କ୍ରୋଧ, ବିଦ୍ବେଷ ଓ ଅହଙ୍କାରରେ ବିଶ୍ବାସ କରୁଥାଆନ୍ତେ, ତେବେ ‘ବିଜେପି’ର କୌଣସି ସଭାରେ ବସି ଥାଆନ୍ତେ ଏବଂ ମୁଁ ‘ମନ୍‌ କୀ ବାତ୍‌’ କହୁଥାଆନ୍ତି । ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ୧୦ ଦିନିଆ ଆମେରିକା ଗସ୍ତରେ ଥିବା ରାହୁଲ୍‌ ଗାନ୍ଧୀ ଆମେରିକାର ୩ଟି ସହରରେ ଭାରତୀୟ ବଂଶୋଦ୍ଭବ, ସାମାଜିକକର୍ମୀ ଓ ଶିକ୍ଷାବିତ୍‌ମାନଙ୍କ ସହିତ ଭାବବିନିମୟ କରିବେ ବୋଲି ସୂଚନା ମିଳିଛି ।

Share this story