ରେଳ ବ୍ରିଜ ଭୁଶୁଡ଼ି ୨୬ ଶ୍ରମିକଙ୍କ ମୃତ, ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଘୋଷଣା କଲେ ଏତେ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

mizoram railway bridge collapse pm give compensation
ନିର୍ମାଣାଧୀନ ରେଳ ବ୍ରିଜ ଭୁଶୁଡ଼ି ୨୬ ଶ୍ରମିକଙ୍କ ମୃତ, ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଘୋଷଣା କଲେ ଅନୁକମ୍ପା ରାଶି

ଓଡ଼ିଆ ଗସିପ୍ ବ୍ୟୁରୋ: ମିଜୋରାମର ରାଜଧାନୀ ଆଇଜଲ ନିକଟରେ ଏକ ନିର୍ମାଣାଧୀନ ରେଳ ବ୍ରିଜ ଭୁଶୁଡ଼ି ପଡ଼ିବାରୁ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାଇରଙ୍ଗ ଅଞ୍ଚଳ ନିକଟରେ ଘଟିଥିବା ଜଣାପଡିଛି। ବୈରାବୀକୁ ସାଇରଙ୍ଗକୁ ସଂଯୋଗ କରୁଥିବା କୁରୁଙ୍ଗ ନଦୀ ଉପରେ ଏହି ସେତୁ ନିର୍ମାଣ କରାଯାଉଥିଲା।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ପୁଲିସର ସୂଚନା ଅନୁଯାୟୀ, ଘଟଣା ସମୟରେ ଏହି ସ୍ଥାନରେ ୩୫ରୁ ୪୦ ଲୋକ ଥିଲେ। ଏହି ଘଟଣା ଆଇଜଲ ଠାରୁ ୨୧ କିଲୋମିଟର ଦୂରରେ ପ୍ରାୟ ୧୦ ଟା ସମୟରେ ଘଟିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ମୃତଦେହରୁ ଉଦ୍ଧାର କରାଯାଇଛି। ଆଉ କିଛି ଲୋକ ଫସି ରହିଥିବା ଆଶାଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି। ଘଟଣାସ୍ଥଳରେ ରେଳ ଅଧିକାରୀ ପହଞ୍ଚିଛନ୍ତି। ପ୍ରଶାସନ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯାଉଛି। ଏହାସହ ରେଳ ମନ୍ତ୍ରୀ ଅଶ୍ୱିନୀ ମଧ୍ୟ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କ ପରିବାର ପାଇଁ 10 ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ 2 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

Share this story