ପ୍ରେମ ପାଇଁ ଛାତ୍ରୀଙ୍କ ଅଜବ ପ୍ଲାନ୍, ଘଟଣା କଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ, ସୁଇସାଇଡ୍ ନୋଟ୍...
 

Minor girl in hotel with boyfriend But bag and slippers on the banks of canal
ପାଣିରେ ପୋଲିସ, ପ୍ରେମିକ ସହ ହୋଟେଲରେ ନାବାଳିକା
 

ଓଡ଼ିଆ ଗସିପ୍ ବ୍ୟୁରୋ: ୟୁପିର ମହାରାଜଗଞ୍ଜରୁ ଜଣେ ନାବାଳିକା ନିଜ ପ୍ରମିକକୁ ଫସାଇବା ପାଇଁ କିଛି ଏମିତି କିଛି କରିଥିଲେ, ଯାହାକୁ ଦେଖି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସତ ଜାଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। 

ଖବର ମୁତାବକ, ସୋମବାର ସନ୍ଧ୍ୟାରେ ସଦର କୋତଓ୍ଵାଲି ଥାନା ଅନ୍ତର୍ଗତ ବରୱା ବିଦ୍ୟାପତି ଗ୍ରାମ ନିକଟ କେନାଲ କୂଳରେ ଜଣେ ଛାତ୍ରୀଙ୍କ ସ୍କୁଲ ବ୍ୟାଗ୍, ପରିଚୟପତ୍ର, ଓଢ଼ଣୀ, ଚପଲ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ବ୍ୟାଗ୍ ରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିଲା। ସୁଇସାଇଡ୍ ନୋଟ୍ ରେ ଛାତ୍ରୀ ଜଣକ ଲେଖିଛନ୍ତି ଯେ ମା’ ବାପା ମୋତେ କ୍ଷମା କରିଦିଅନ୍ତୁ, ମୁଁ କାହାକୁ ମୁହଁ ଦେଖାଇବାକୁ ଯୋଗ୍ୟ ନୁହେଁ। ମୋ ପ୍ରେମିକ ଅଙ୍କିତ୍ ମୋତେ ଶୋଷଣ କରିଥିଲେ ଏବଂ ମୋତେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ବର୍ତ୍ତମାନ ସେ ଅନ୍ୟତ୍ର ବିବାହ କରୁଛନ୍ତି, ତେଣୁ ମୋର ବଞ୍ଚିବାର କୌଣସି ଅଧିକାର ନାହିଁ ଏବଂ ମୁଁ ମରିବାକୁ ଯାଉଛି। 

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

ସୁଇସାଇଡ୍ ନୋଟ୍ ମିଳିବା ପରେ ସ୍ଥାନୀୟ ପୋଲିସ ପିଏସି ଓ ଡାଇଭରଙ୍କ ସହାୟତାରେ କେନାଲରେ ନାବାଳିକାଙ୍କୁ ଖୋଜାଖୋଜି କରୁଥିଲା, କିନ୍ତୁ ଏହି ସମୟରେ ପୋଲିସକୁ ସୁରାକ ମିଳିବା ପରେ ପୋଲିସ ଶ୍ୟାମଦେବ ଥାନା ଅଞ୍ଚଳର ଏକ ହୋଟେଲରୁ ନାବାଳିକା ଓ ଜଣେ ପୁଅକୁ ଗିରଫ କରିଥିଲା।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ତଦନ୍ତ ପରେ ଅଭିଯୁକ୍ତ ପ୍ରେମିକ ଅଙ୍କିତଙ୍କ ପିତା-ମାତାଙ୍କୁ ପଚରାଉଚରା ଆରମ୍ଭ କରିଛି ପୋଲିସ। ସେପଟେ ହୋଟେଲରୁ ଉଦ୍ଧାର ହୋଇଥିବା ନାବାଳିକାଙ୍କ ସହ ଅନ୍ୟ ଜଣେ ପ୍ରେମିକଙ୍କୁ ପୋଲିସ ମଧ୍ୟ ପଚରାଉଚରା କରୁଥିବା ଜଣା ପଡିଛି।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

Share this story