ଚଳନ୍ତା ଟ୍ରେନରେ ନିଆଁ ଲାଗି ପୋଡ଼ି ପାଉଁଶ ହେଇଗଲା ୨ଟି ବଗି, ସବୁ ଯାତ୍ରୀ ସୁରକ୍ଷିତ
 

Massive fire breaks out in Taj Express train in Delhi no casualties reported
ହୁତୁ ହୁତୁ ହୋଇ ଜଳିଲା ତାଜ୍ ଏକ୍ସପ୍ରେସରେ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଚଳନ୍ତା ଟ୍ରେନରେ ଲାଗିଲା ନିଆଁ। ହୁତୁ ହୁତୁ ହୋଇ ଜଳିଗଲା ତାଜ ଏକ୍ସପ୍ରେସର ଦୁଇଟି ବଗି। ଏପରି ଏକ ଅଘଟଣ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି। ଦିଲ୍ଲୀର ଓଖଲା ଓ ତୁଗଲକାବାଦ ଷ୍ଟେସନ ମଧ୍ୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ଟି ବଗି ପୋଡ଼ି ପାଉଁଶ ହୋଇଯାଇଛି।

ଅଧିକ ପଢନ୍ତୁ : ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ରହିବା ସହ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇ ନାହିଁ। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରାଯାଉଛି। ୬ଟି ଅଗ୍ନିଶମ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନିକାଣ୍ଡ କିପରି ଘଟିଲା ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ।

ଅଧିକ ପଢନ୍ତୁ : ହୃଦଘାତର ସୂଚନା ଦିଏ ଶରୀରର ଏହି ସବୁ ଲକ୍ଷଣ! ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ...

ସୂଚନା ଅନୁଯାୟୀ, ତାଜ ଏକ୍ସପ୍ରେସ ଟ୍ରେନ୍ ନମ୍ବର ୧୨୨୮୦ ର ଦୁଇଟି ବଗିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଟ୍ରେନଟି ନୂଆଦିଲ୍ଲୀ ରେଳଷ୍ଟେସନରୁ ଝାନ୍ସି ଅଭିମୁଖେ ଯାତ୍ରା ସମୟଠାରୁ ପ୍ରାୟ ୮ ଘଣ୍ଟା ବିଳମ୍ବରେ ବାହାରିଥିଲା। ଏହା ସକାଳ ୬ଟା ୫୫ରେ ଛାଡ଼ିବାର ଥିଲା। କିନ୍ତୁ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଅପରାହ୍ନ ୩ଟା ୨୪ରେ ନିଆଁ ଲାଗିଯାଇଥିଲା । ନିଆଁ ଡି-୩, ଡି-୪ ଓ ଡି-୨ ନମ୍ବର ବଗିରେ ଲାଗିଥିଲା । ଅଗ୍ନିକାଣ୍ଡ ଯୋଗୁଁ ଏହି ରୁଟରେ ପାଖାପାଖି ୪ଟି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..

Share this story