ସ୍ତ୍ରୀ ରିଲ୍ସ ବନାଇବା ପସନ୍ଦ କରୁନଥିଲେ ସ୍ବାମୀ, ରାଗରେ ତଣ୍ଟି ଚିପି ମାରି ଦେଲା ମହିଳାଙ୍କ ସ୍ବାମୀ
 

Man kills wife over making reels in kolkatta
ସ୍ତ୍ରୀ ରିଲ୍ସ ବନାଇବାରୁ ତଣ୍ଟି ଚିପି ଦେଲା ସ୍ବାମୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣିଥିବେ ଯେ ଆଜିକାଲି ସୋସିଆଲ ମିଡ଼ିଆ ଯୁଗରେ ସମସ୍ତ ଯୁବ ବର୍ଗ ରିଲ୍ସ ବନାଇବାକୁ ପସନ୍ଦ କରିଥାନ୍ତି, ଏଭଳି ନିଶା ଜଣେ ମହିଳାଙ୍କ ଜୀବନ ନେଇଯାଇଛି, ପାରିବାରିକ କଳହ ଉପୁଜୁଛି ଆଉ ଶେଷରେ ଜୀବନ ଚାଲିଯାଇଛି। 

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା! ଓଡିଶାରେ ପ୍ରଭାବ ନେଇ ଜାଣନ୍ତୁ କଣ କହୁଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ସୂଚନାମୁତାବକ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ରିଲ୍ସ କରିବା ‌ସହ ବନ୍ଧୁ ସଂଖ୍ୟା ବଢ଼ାଇବା କାରଣରୁ ରାଗରେ ଆସି ତାଙ୍କ ତଣ୍ଟି ଚିପି ତାଙ୍କର ହତ୍ୟା କରିଛନ୍ତି ମହିଳାଙ୍କ ସ୍ବାମୀ। ମହିଳାଙ୍କ ବୟସ ୩୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ହତ୍ୟାକାରୀ ସ୍ବାମୀଙ୍କ ବୟସ ୩୮ ବର୍ଷ। 

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ସେମାନେ ୧୭ ବର୍ଷ ହେଲା ବିବାହ କରି ଘର ସଂସାର କରି ଆସୁଥିଲେ। ସେ ଦମ୍ପତିଙ୍କର ଏକ ପୁଅ ଓ ଝିଅ ମଧ୍ୟ ଅଛି ପୁଅଟି ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଝିଅ ନର୍ସରୀରେ ପଢୁଛି। ହେଲେ ମହିଳା ସୋସିଆଲ୍‌ ମିଡିଆରେ ସକ୍ରିୟ ରହିବା କଥାକୁ ପସନ୍ଦ କରୁନଥିଲେ ତାଙ୍କ ସ୍ବାମୀ।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

ଏହି ଘଟଣା ଜୋୟାନଗର ପୁଲିସ୍‌ ଷ୍ଟେସନ୍‌ରେ ଥିବା ହରି ନାରାୟଣପୁରରେ ଶୁକ୍ରବାର ଘଟିଛି। ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ସ୍ବାମୀ ପରିମଣ ବଦ୍ୟ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀଙ୍କର ଅନ୍ୟ କାହା ସହ ପରକୀୟା ପ୍ରୀତି ଅଛି। ଏହି କାରଣରୁ ରାଗରେ ଆସି ସେ ଏପରି ଚରମ କାଣ୍ଡ ରଚିଛନ୍ତି।

ଅଧିକ ପଢନ୍ତୁ :ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା
 

Share this story