ମୁମ୍ବାଇ ଏୟାରପୋର୍ଟରେ ଶାହାରୁଖ ଖାନଙ୍କୁ ଘଣ୍ଟାଏ ଅଟକ ରଖିଲା କଷ୍ଟମ ବିଭାଗ, ଜାଣନ୍ତୁ କେତେ ଦେଲା ପରେ ଛାଡିଲା….
![shahrukh khan fined](https://odiagossip.com/static/c1e/client/83534/uploaded/80af9dac835f9b13e00e709f6a12ec78.jpg)
ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ ଓ ତାଙ୍କ ଟିମ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକ ରଖିଲା କଷ୍ଟମ ବିଭାଗ । ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ପରେ ଶାହାରୁଖ ଖାନ୍ ତାଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ଛାଡିିଥିଲା କଷ୍ଟମ ବିଭାଗ ।
ହେଲେ ଶାହାରୁଖଙ୍କ ବଡିଗାର୍ଡ ରବି ଓ ଟିମ୍ର ଅନ୍ୟ ସଦସ୍ୟଙ୍କୁ କଷ୍ଟମ ଅଧିକାରୀ ଛାଡି ନଥିଲେ । ପଚରା ଉଚରା ପରେ ସକାଳ ପ୍ରାୟ ୫ଟା ବେଳେ ଜରିମାନା ବାବଦକୁ ୬.୮୩ ଲକ୍ଷ ଟଙ୍କା ଦେବାପରେ ସମସ୍ତଙ୍କୁ ଛଡା ଯାଇଥିଲା ।
ତେବେ କେଉଁବାବଦକୁ ଏତେ ଟଙ୍କା ଜରିମାନା ଆଦାୟ କରାଗଲା । ସେ ନେଇ ମିଳିଥିବା ସୂଚନା ଅନୁସାରେ ଶାହାରୁଖ ନିଜ ଟିମ୍ ସହିତ ଏକ ପ୍ରାଇଭେଟ୍ ଚାର୍ଟର ପ୍ଲେନ୍ VTR – SG ରେ ମୁମ୍ବାଇ ଫେରିଥିଲେ । ସେ ଦୁବାଇରୁ ଏକ ବୁକ୍ ଲଞ୍ଚ ଇଭେଣ୍ଟରେ ଯୋଗଦେଇ ଫେରିଥିଲେ ।
ଏଠି କ୍ଲିକ କରି ଅଧିକ ପଢନ୍ତୁ : ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ
ଏହାପରେ ମୁମ୍ବାଇ ଏୟାରପୋର୍ଟର ଟି-୩ ଟର୍ମିନାଲରେ ଶୁକ୍ରବାର ରାତି ପ୍ରାୟ ସାଢେ ୧୨ଟା ବେଳେ ରେଡ୍ ଚ୍ୟାନେଲ ପାର କରିବା ସମୟରେ ଶାହାରୁଖ ଓ ତାଙ୍କ ଟିମ୍ର ବ୍ୟାଗ୍ରେ କଷ୍ଟମ ଅଧିକାରୀ ପ୍ରାୟ ୧୮ ଲକ୍ଷ ଟଙ୍କାର ମୂଲ୍ୟର ଏକ ଘଣ୍ଟା ପାଇଥିଲେ । ବ୍ୟାଗ୍ରେ ବହୁ ଘଣ୍ଟାର ଖାଲି ଡବା ମଧ୍ୟ ଥିଲା । ଏସବୁର କଷ୍ଟମ ଡ୍ୟୁଟି ଦିଆଯାଇନଥିଲା, ତେଣୁ ଶାହାରୁଖଙ୍କ ସହିତ ତାଙ୍କ ଟିମ୍କୁ ପଚରା ଉଚରା ପାଇଁ ଅଟକା ଯାଇଥିଲା ।
ଶାହାରୁଖଙ୍କ ଟିମ୍ ପାଖରେ ରୋଲେକ୍ସ ଘଣ୍ଟାର ୬ଟି ଡବା, Espirit ବ୍ରାଣ୍ଡର ୮ ଲକ୍ଷ ଟଙ୍କର ଏକ ଘଣ୍ଟା, ଆପଲ ସିରିଜ୍ର ଘଣ୍ଟା ଓ ବାବୁନ୍ ଆଣ୍ଡ ଜୁର୍ବକର ମଧ୍ୟ ଘଣ୍ଟା ମିଳିଥିଲା । କଷ୍ଟମ ବିଭାଗ ଏସବୁ ଘଣ୍ଟାର ମୂଲ୍ୟ ୧୭ ଲକ୍ଷ ୫୬ ହଜାର ୫୦୦ ଟଙ୍କା ବୋଲି କହିଛି ।
ଏଠି କ୍ଲିକ କରି ଅଧିକ ପଢନ୍ତୁ : ବାଲିଯାତ୍ରା ଥିଲା ଦେଶ ଦର୍ଶନ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
ତେବେ ଘଣ୍ଟାକ ଭିତରେ ଶାହାରୁଖ ଓ ପୂଜାଙ୍କୁ ପଚରା ଉଚରା ପରେ କଷ୍ଟମ ଅଧିକାରୀ ଛାଡିଥିଲେ, ହେଲେ ତାଙ୍କ ଟିମ୍ ସଦସ୍ୟଙ୍କୁ ଅଟକାଇ ରଖିଥିଲେ । ଶେଷରେ ଶାହାରୁଖଙ୍କ ବଡିଗାର୍ଡ ରବି କଷ୍ଟ ଡ୍ୟୁଟି ଟଙ୍କା ବାବଦରେ ୬ ଲକ୍ଷ ୮୩ ଟଙ୍କା ଦେଇଥିଲେ । କିଛି ରିପୋର୍ଟ ଅନୁସାରେ, ଏହି ଟଙ୍କା ଶାହାରୁଖଙ୍କ କ୍ରେଡିଟ୍ କାର୍ଡରୁ ଦିଆଯାଇଥିବାର ଜଣାପଡିଛି ।
ସୂଚନାଅନୁସାରେ ବଲିଉଡ କିଙ୍ଗ ଖାନ ଶାହରୁଖ ଖାନ ଦୁବାଇରେ ଏକ ବୁକ୍ ଲଞ୍ଚ ଇଭେଣ୍ଟରେ ଯୋଗଦେବା ପାଇଁ ଯାଇଥିଲେ । ଦୁବାଇର ଶାରଜାହରେ ଏକ୍ସପୋ ସେଣ୍ଟରରେ ଶାରଜାହ ଇଣ୍ଟରନ୍ୟାସନାଲ ବୁକ୍ ଫେୟାର ୨୦୨୨ରେ ତାଙ୍କୁ ଗ୍ଲୋବଲ ଆଇକନ ଅଫ ସିନେମା ଆଣ୍ଡ କଲଚର ନ୍ୟାରେଟିଭ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ଏହି ଇଭେଣ୍ଟରେ ଶାହରୁଖଙ୍କ ଫ୍ୟାନ୍ସ ଭିଡ ଜମାଇଥିଲେ ।