ଭାରତକୁ ଖଲିସ୍ତାନ ଆତଙ୍କୀ ପନ୍ନୁଙ୍କ ବଡ଼ ଧମକ! ନଭେମ୍ବର ୧୯ରେ ଏୟାର୍ ଇଣ୍ଡିଆ ବିମାନ ଯାତ୍ରୀଙ୍କ ମୃତ୍ୟୁ ସୁନିଶ୍ଚିତ...

ଓଡ଼ିଆ ଗସିପ୍ ବ୍ୟୁରୋ: ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ଆତଙ୍କୀ ପନ୍ନୁଙ୍କ ବଡ଼ ଚେତାବନୀ..୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ ତାହେଲେ ମୃତ୍ୟୁ ସୁନିଶ୍ଚିତ।
ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍ ଏକ ଭିଡିଓ ଜାରି କରି ଏହି ଚେତାବନୀ ଦେଇଛି । ଏପରିକି ନଭେମ୍ବର ୧୯ ଓ ତା’ପରେ ଏୟାର ଇଣ୍ଡିଆ ବିମାନରେ ନ ଯିବା ଲାଗି ଶିଖମାନଙ୍କୁ କହିଛି ସଂଗଠନ ।
ଅଧିକ ପଢନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ
ଏସଏଫଜେ ନେତା ଗୁରୁ ପତଓ୍ବନ୍ତ ସିଂ ପନ୍ନୁ ଧମକ ଦେଇ କହିଛି କି, ୧୯ ନଭେମ୍ବରରେ କୌଣସି ଶିଖ୍ ଏୟାର ଇଣ୍ଡିଆ ବିମାନରେ ଯାଆନ୍ତୁ ନାହିଁ । ସାରା ବିଶ୍ବରେ ଏୟାର ଇଣ୍ଡିଆ ବିମାନକୁ ଅବରୋଧ କରାଯିବ ଓ ସେହିଦିନ ବିଶ୍ବର କୌଣସି ସ୍ଥାନକୁ ଯିବାକୁ ଏୟାର ଇଣ୍ଡିଆ ବିମାନକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛି ।
ଅଧିକ ପଢନ୍ତୁ : ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!
ଏହି ନିଷ୍ପତ୍ତି ଭାରତ ସରକାରଙ୍କ ପ୍ରତି ଏକ ଓ୍ବାର୍ଣ୍ଣିଂ ହୋଇପାରେ ବୋଲି ସେ କହିଛି । ୧୯ ନଭେମ୍ବରରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରଖିବାକୁ ସେ ଚେତାବନୀ ଦେଇଛି । ସେହିଦିନ ଓ୍ବାର୍ଲଡ ଟେରର କପ୍ ମ୍ୟାଚ ଖେଳାଯାଇ ଓ ସାରା ବିଶ୍ବ ଏହି ମ୍ୟାଚ ଦେଖିବ ବୋଲି ସେ କହିଛି ।
ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...
ଏହା ଭାରତରେ ହୋଇଥିବା ଶିଖ ଗଣହତ୍ୟାର ଜବାବ ହେବ । ପଞ୍ଜାବ ମୁକ୍ତ ହେବା ପରେ ଏହି ବିମାନ ବନ୍ଦରର ନାମ ସହିଦ ବିୟନ୍ତ ସିଂ ଓ ସହିଦ ସତଓ୍ବନ୍ତ ସିଂ ବିମାନ ବନ୍ଦର ରଖାଯିବ ବୋଲି କହିଛି । ୧୯୮୫ ଜୁନ ୨୩ରେ ଏୟାର ଇଣ୍ଡିଆ ବିମାନ କନିଷ୍କ ମଣ୍ଟ୍ରିଲ-ଲଣ୍ଡନ-ଦିଲ୍ଲୀ-ମୁମ୍ବାଇ ରୁଟରେ ଥିବାବେଳେ ଆଟଲାଣ୍ଟିକ ମହାସାଗର ଉପରେ ବିସ୍ଫୋରଣ ଘଟାଯାଇଥିଲା । କାନାଡାର ଶିଖ ଆତଙ୍କବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଏହି ବିସ୍ଫୋରଣରେ ୩୨୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।
ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!