ଇଣ୍ଡିଆ ଟୁଡେ ‘ମୁଡ୍‌ ଅଫ୍‌ ଦ ନେସନ୍‌’ ସର୍ଭେରେ ନବୀନ ପୁଣି ନମ୍ବର-୧

India Today Mood Of Nation Poll Naveen Patnaik No 1 CM in home state
ନବୀନ ପୁଣି ନମ୍ବର-୧

ଓଡ଼ିଆ ଗସିପ୍ ବ୍ୟୁରୋ: ନବୀନ ପୁଣି ନମ୍ବର-୧। ଓଡ଼ିଶାର ଅପ୍ରତିଦ୍ୱନ୍ଦ୍ବୀ ଏବଂ ସଫଳ ଶାସକ ଭାବେ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମିଳିଛି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆଖ୍ୟା। କ୍ରମାଗତ ୭ମ ଥର ପାଇଁ ତାଙ୍କୁ ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦ ନେସନ୍‌ ଜନମତ ସର୍ଭେରେ ‘ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ’ ଭାବେ ସ୍ଥାନିତ କରାଯାଇଛି। 

ରିପୋର୍ଟ ଅନୁସାରେ, ସର୍ଭେରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ୫୨.୭% ଲୋକ ନବୀନ ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ଏହି ତାଲିକାରେ ନବୀନଙ୍କ ପଛକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ରହିଛନ୍ତି।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ସେହିପରି ଦେଶର ଶ୍ରେଷ୍ଠ ୧୦ ଜଣ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ୫ମ ସ୍ଥାନରେ ରହିଛନ୍ତି। ନିର୍ବାଚନ ବର୍ଷରେ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସର୍ଭେରେ ଶୀର୍ଷ ସ୍ଥାନ ବଜାୟ ରଖିଥିବା ନବୀନ ପଟ୍ଟନାୟକ ଲଗାତାର ୬ଷ୍ଠ ଧର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିବାର ସମ୍ଭାବନା ବେଶ୍‌ ଉଜ୍ଜ୍ୱଳ ରହିଛି ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ କୁହାଯାଇଛି।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାବାସୀଙ୍କୁ ନିରବିଚ୍ଛିନ୍ନ ସେବା ଯୋଗାଇ ଆସୁଥିବା ନବୀନ ଏକ ରୂପାନ୍ତରିତ ଓଡ଼ିଶା ଗଠନ କରିବା ଦିଗରେ ଅଗ୍ରସର ହେଉଛନ୍ତି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ପାଇଥିବା ରାଜ୍ୟ ସରକାର ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ଦିଗରେ ନିଜ ପ୍ରତିବଦ୍ଧତାକୁ ଶାଣୀତ କରି ଚାଲିଛନ୍ତି। 

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଆର୍ଥିକ ପରିଚାଳନା ହେଉ ଅବା, ଦକ୍ଷତା ବିକାଶ, ଶିଳ୍ପାୟନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କ୍ରମାଗତ ଭାବେ ବିକାଶର ନୂତନ ସୋପାନକୁ ଉନ୍ନିତ ହୋଇ ଇର୍ଷଣୀୟ ସଫଳତାର କୀର୍ତ୍ତିମାନ ହାସଲ କରିପାରିଛି। ପରିଣାମ ସ୍ୱରୂପ ଓଡ଼ିଶାବାସୀ ନବୀନ ସରକାରକୁ ବାରମ୍ବାର ଆଶୀର୍ବାଦ ଅଜାଡ଼ି ଦେଇଛନ୍ତି। ଏଣୁ ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦ ନେସନ୍‌ ଜନମତ ସର୍ଭେରେ ଏହାର ସକାରାତ୍ମକ ପ୍ରତିଫଳନ ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

 

Share this story