ଭାରତ ‘କ୍ୟାନସର କ୍ୟାପିଟାଲ ଅଫ୍ ଦି ୱାର୍ଲ୍ଡ’, ସାରା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଅଣସଂକ୍ରାମକ ରୋଗ
 

India declared as cancer capital of the world say health report
ଭାରତ ‘କ୍ୟାନସର କ୍ୟାପିଟାଲ ଅଫ୍ ଦି ୱାର୍ଲ୍ଡ’,
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯେମିତିକି ଆପଣା ମାନେ ଜାଣିଛନ୍ତି କୋଭିଡ୍ ପରା ଠାରୁ ଦ୍ରୁତ ଗତିରେ ହୃଦ୍‌ରୋଗ ସମସ୍ୟା ଦେଖା ଦେବାର ଜଣା ପଡିଛି ଏମିତିକି କମ୍ ବୟସର ଯୁବ ପିଢି ଆକ୍ରାନ୍ତ ହେଉଛନ୍ତି, ହେଲେ ବର୍ତମାନ କର୍କଟ ରୋଗ ଉପରେ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଶୁକ୍ରବାର ଦିନ ପ୍ରକାଶିତ ଭାରତ ଉପରେ ହୋଇଥିବା ଏକ ସ୍ୱାସ୍ଥ୍ୟ ରିପୋର୍ଟରେ ସାରା ଦେଶରେ ଅଣସଂକ୍ରାମକ ରୋଗ (ଏନସିଡି) ରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ବେଳେ ଦେଶରେ କର୍କଟ ରୋଗରେ ଦ୍ରୁତତମ ବୃଦ୍ଧି ପାଉଥିବା କୁହାଯାଇଛି।

ଆପୋଲୋ ହସ୍ପିଟାଲ୍ ଦ୍ବାରା ହେଲ୍ଥ ଅଫ୍ ନେସନ୍ ରିପୋର୍ଟର ୪ର୍ଥ ସଂସ୍କରଣ ଅନୁଯାୟୀ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ୨୦୨୪ ରେ, ପ୍ରାୟ ତିନି ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ମଧୁମେହ ରୋଗୀ, ତିନିଜଣଙ୍କ ମଧ୍ୟରୁ ଦୁଇଜଣ ପ୍ରାକ୍-ଉଚ୍ଚ ରକ୍ତଚାପ ଏ ବଂ୧୦ ଜଣଙ୍କ ମଧ୍ୟରୁ ଜଣେ ଅବସାଦର ସମ୍ମୁଖୀନ ହେଉଛନ୍ତି।

ଆଧିକ ପଢନ୍ତୁ : ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ

ଏହି ରିପୋର୍ଟରେ, ଭାରତରେ ଅଣସଂକ୍ରାମକ ରୋଗ (ଏନସିଡି) ବୃଦ୍ଧିକୁ ଉଲ୍ଲେଖ କରାଯାଇଛି।  ଯେଉଁଥିରେ କର୍କଟ, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଏବଂ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଭଳି ରୋଗ ରହିଛି । ଯାହା ଦେଶର ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ।

ଉଲ୍ଲେଖଯୋଗ୍ୟ, ବିଶ୍ ହାର ତୁଳନାରେ ଭାରତରେ କର୍କଟ ରୋଗ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଭାତର ‘କ୍ୟାନସର କ୍ୟାପିଟାଲ ଅଫ୍ ଦ ୱାର୍ଲ୍ଡ’ ଆଖ୍ୟା ଅର୍ଜନ କରିଛି। ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ, ପ୍ରି-ଡାଇବେଟିସ୍, ପ୍ରି-ଉଚ୍ଚରକ୍ତଚାପ ଏବଂ ମାନସିକ ସ୍ବାସ୍ଥ୍ୟ ବ୍ୟାଧି ଭଳି ସମସ୍ୟା ଅଳ୍ପବୟସର ପିଲାଙ୍କ ଠାରେ ମଧ୍ୟ ଦେଖାଯାଉଛି।

ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ 

ଭାରତରେ ସାଧାରଣ କର୍କଟ ରୋଗ ମହିଳାମାନଙ୍କ ମଧ୍ୟରେ ସ୍ତନ, ଗର୍ଭାଶୟରେ ଦେଖା ଯାଉଥିବା ବେଳେ ପୁରୁଷଙ୍କ ମଧ୍ୟରେ ଫୁସଫୁସ, ପାଟି ଏବଂ ପ୍ରୋଷ୍ଟେଟ୍ ସହ ଜଡ଼ିତ ମାମଲା ଅଧିକ ଦେଖାଦେଇଥାଏ। ଅବଶ୍ୟ, ଅନ୍ୟ ଦେଶ ତୁଳନାରେ ଭାରତରେ କର୍କଟ ରୋଗ ମଧ୍ୟମ ବୟସକଙ୍କ ଠାରେ କମ୍ ଦେଖାଯାଉଥିଲେ ମଧ୍ୟ ଡାକ୍ତରଖାନାର ପ୍ରକାଶନ ଅନୁଯାୟୀ କର୍କଟ ସ୍କ୍ରିନିଂ ହାର ଆଶ୍ଚର୍ଯ୍ୟଜନକ ଭାବେ କମ୍ ରହିଛି।

ଆଧିକ ପଢନ୍ତୁ : କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ଦେଖା ଦେବା ସହ ଅଧିକ ବିଶ୍ବାସ କରି ଠକାମିର ଶିକାର ହେବେ! ପଢନ୍ତୁ ସାପ୍ତାହିକ ରାଶିଫଳ
 

Share this story