ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା: ସ୍କୁଲ କଲେଜ ଛୁଟି, ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି

IMD ISSUES RED ALERT IN 8 DISTRICTS
ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣିଥରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି, ହିମାଚଳ ପ୍ରଦେଶର କିଛି ଅଞ୍ଚଳରେ ମଙ୍ଗଳବାର ଦିନ ବର୍ଷା ହୋଇଥିଲା ଯାହା ଫଳରେ ପାଣିପାଗ ବିଭାଗ ୧୨ରୁ ୮ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି । ଏହା ଛଡା ସେହି ଅଞ୍ଚଳରେ ସ୍କୁଲ କଲେଜ ଗୁଡିକୁ ଛୁଟି କରିବା ପାଇଁ ଆଦେଶ ଦିଆଯାଇଛି । ବିଳାସପୁରର ଡେପୁଟି କମିଶନର ଆବିଦ ହୁସେନ ସାଦିକଙ୍କ କହିବା ଅନୁସାରେ, ସମସ୍ତ ଶିକ୍ଷଣୀୟ ସ୍ଥାନ ବନ୍ଦ ରହିବ । 

ପାଣିପାଗ ବିଭାଗ ପକ୍ଷରୁ ବିଳାସପୁର, ହମିରପୁର, କୁଲ୍ଲୁ, ମଣ୍ଡି, ଶିମଲା, ସୋଲେନ, ସିରାମୋର ଏବଂ ଉନା ଜିଲ୍ଲାର କିଛି ସ୍ଥାନ ପାଇଁ ଆଲର୍ଟ ଜାରି କରାଯାଇଛି । ମଙ୍ଗଳବାର ଦିନ ବର୍ଷା କାରଣରୁ ମଣ୍ଡିର କିଛି ସ୍ଥାନରେ ଭୁସ୍ଖଳନ ହୋଇଛି । ଆଉ କିଛି ସ୍ଥାନରେ ଗଛ ଉପୁଡିଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ମଙ୍ଗଳବାର ହୋଇଥିବା ବର୍ଷା କାରଣରୁ କୌଣସି ଲୋକ ପ୍ରାଣ ହରାଇ ନାହାନ୍ତି । ଚଳିତବର୍ଷ ଆରମ୍ଭରେ ହୋଇଥିବା ବର୍ଷା ଯୋଗୁଁ ସିମଲାର ଭୂସ୍କଳନ ଏବଂ ବର୍ଷା ଯୋଗୁଁ ୮୦ ଲୋକ ପ୍ରାଣ ହରାଇଥିଲେ । ପାଣିପାଗ ବିଭାଗ ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ପାଇଁ ୨୫ ଏବଂ ୨୬ରେ ଅଧିକ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

୨୮ ଅଗଷ୍ଟ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ୨୪ ଜୁନରେ ହୋଇଥିବା ବର୍ଷା ଯୋଗୁଁ ୨୨୭ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏବେ ପର୍ୟ୍ୟନ୍ତ ମଧ୍ୟ ୩୮ ଲୋକ ନିଖୋଜ ଅଛନ୍ତି । ଆତ କାଳୀନ ପରିଚାଳନା କେନ୍ଦ୍ର କହିବା ଅନୁସାରେ ୧୨,୦୦୦ରୁ ଅଧିକ ଘର ଭାଙ୍ଗିଯାଇଛି । ତେବେ ଅକଳନ ଅନୁସାରେ ରାଜ୍ୟକୁ ପାଖାପାଖି ୮,୧୦୦ କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଛି । ଏବେ ମଧ୍ୟ ଏହା ଆକଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହା କରିଛନ୍ତି ରାଜ୍ୟକୁ ପ୍ରାୟ ୧୦,୦୦୦ କୋଟି ଟଙ୍କାର କ୍ଷତି ହୋଇଛି ।

Share this story