୮୪ ବର୍ଷ ପରେ ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼; ୩ ରାଜ୍ୟକୁ ହାଇ ଆଲର୍ଟ, ଘଟାଇବ ବ୍ୟାପକ କ୍ଷତି

ଓଡ଼ିଆ ଗସିପ୍ ବ୍ୟୁରୋ: ୮୪ ବର୍ଷ ପରେ ମାଡ଼ି ଆସୁଛି ଭୟଙ୍କର ସାମୁଦ୍ରିକ ଝଡ଼ । ଆସନ୍ତା ସପ୍ତାହରେ ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼ ହିଲାରୀ । ୩ଟି ରାଜ୍ୟକୁ ରହିଛି ଆଲର୍ଟ, ଆସନ୍ତା ସପ୍ତାହରେ ଆମେରିକାରେ ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼ ହିଲାରୀ । ଆମେରିକାର 3 ଟି ରାଜ୍ୟ - କାଲିଫର୍ଣ୍ଣିଆ, ଆରିଜୋନା ଏବଂ ନେଭାଡାରେ ଘଟାଇବ ବ୍ୟାପକ କ୍ଷତି ।
ବିଶେଷକରି ଆଲର୍ଟରେ କାଲିଫର୍ଣ୍ଣିଆ । କାରଣ କାଲିଫର୍ଣ୍ଣିଆରେ ହିଁ ଲ୍ୟାଣ୍ଡଫଲ କରିବ ହରିକେନ୍ ହିଲାରୀ । ବର୍ତ୍ତମାନ କ୍ୟାଟାଗୋରି-୪ରେ ହିଲାରୀ ଗତି କରୁଥିବା ବେଳେ ଆସନ୍ତା ସୋମବାର ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ସତର୍କ କରାଇଲା ନ୍ୟାସନାଲ ହରିକନ୍ ସେଣ୍ଟର ।
ଅଧିକ ପଢନ୍ତୁ : କ୍ୟାନସର ରୋଗୀଙ୍କ ଚିକିତ୍ସା ବେଳ କେଶ ଝଡେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ
ତେବେ ଲ୍ୟାଣ୍ଡଫଲ୍ ବେଳକୁ କ୍ୟାଟାଗୋରି-୧ର ରୂପ ନେବ ବାତ୍ୟା ହିଲାରୀ । ତେଣୁ ଦକ୍ଷିଣ-ପଶ୍ଚିମ ଆମେରିକାରେ ବ୍ୟାପକ କ୍ଷତି ଆଶଙ୍କା କରାଯାଇଛି । ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୨୨୫ କି.ମି ବେଗରେ ପବନ ବହିବା ସତର୍କ କରାଇଛି ପାଣିପାଗ ସଂସ୍ଥା । ୮ ଦଶନ୍ଧି ପରେ ଏତେବଡ ବାତ୍ୟାର ସମ୍ମୁଖିନ ହେବାକୁ ଯାଉଛନ୍ତି କାଲିଫର୍ଣ୍ଣିଆ ବାସିନ୍ଦା । କାରଣ ୮୪ ବର୍ଷ ପରେ କାର୍ଲିଫୋନିଆରେ ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼ ।
ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ
ଶେଷ ଥରପାଇଁ ୧୯୩୯ରେ କାଲିଫର୍ଣ୍ଣିଆର ଲଙ୍ଗ୍ ବିଚ୍ରେ ଲ୍ୟାଣ୍ଡ ଫଲ୍ କରିଥିଲା ଶେଷ ଭୟଙ୍କର ଝଡ଼ । ଏହାକୁ ନେଇ ଆଗୁଆ ସତର୍କ ହୋଇଛି ପ୍ରଶାସନ । ୯ ହଜାର ଲୋକଙ୍କ ପାଇଁ ୮୦ଟି ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି । ସୋମବାର ଏହା ଲ୍ୟାଣ୍ଡଫଲ କରିବାକୁ ଥିବା ବେଳେ ଯେତେଶିଘ୍ର ସମ୍ଭବ ଲୋକଙ୍କୁ ସ୍ଥାନାନ୍ତର କରିବାରେ ଲାଗି ପଡ଼ିଛି ସ୍ଥାନୀୟ ପ୍ରଶାସନ ।