ବିନା ଡେବିଟ୍ କାର୍ଡରେ ଏଟିଏମ୍‌ରୁ କିପରି ଉଠାଇବେ ଟଙ୍କା

How one can withdraw money from ATM without debit card

ଓଡ଼ିଆ ଗସିପ ବ୍ୟୁରୋ: ଏଟିଏମ୍ କାର୍ଡଧାରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର । ଏଣିକି ଆପଣ ବିନା ଡେବିଟ୍ କାର୍ଡରେ ଏଟିଏମ୍‌ରୁ ନଗଦ ଟଙ୍କା ଉଠାଇପାରିବେ । ଏଥିରେ ୟୁପିଆଇ ବ୍ୟବହାର କରି ଗ୍ରାହକ ଟଙ୍କା ଉଠାଇବାରେ ସକ୍ଷମ ହେବେ ।

ବ୍ୟାଙ୍କ ଅଫ୍ ବରୋଦା (ବିଓବି) ସୋମବାର ଇଣ୍ଟରଅପରେବଲ୍ କାର୍ଡଲେସ୍ କ୍ୟାସ୍ ୱିଥ୍‌ଡ୍ରୟାଲ୍ (ଆଇସିସିଡବ୍ଲ୍ୟୁ) ନାମକ ଏକ ନୂତନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି ।

ଏହି ନୂତନ ସେବା ମାଧ୍ୟମରେ ବ୍ୟାଙ୍କର ଗ୍ରାହକମାନେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ବ୍ୟବହାର କରି ବିୱିର ଏଟିଏମ୍‌ରୁ ନଗଦ ଟଙ୍କା ନେଇପାରିବେ । ତେେବ ଗ୍ରାହକ ଗୋଟିଏ ଦିନରେ ମାତ୍ର ୨ ଥର କାରବାର କରିପାରିବେ । ଏଥିରେ ଏଟିଏମ୍‌ରୁ ସର୍ବାଧିକ ୧୦,୦୦୦ ଟଙ୍କା ଉଠାଣ କରାଯାଇପାରିବ ।

ଅଧିକ ପଢ଼ନ୍ତୁ : ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’, ଭାରତକୁ କେତେ ବିପଦ ରହିଛି ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ଜଣେଇଲେ ପାଣିପାଗ ବିଭାଗ...

ଦେଶର ପ୍ରଥମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାବେ ବ୍ୟାଙ୍କ ଅଫ୍ ବରୋଦା ୟୁପିଆଇ ମାଧ୍ୟମରେ ଏଟିଏମ୍‌ରୁ ନଗଦ ଟଙ୍କା ଉଠାଣ ସେବା ପ୍ରଦାନ ଆରମ୍ଭ କରିଛି । ଏହି ସେବା ଅଧୀନରେ ବ୍ୟାଙ୍କ ଗରୋଟିଏ କାରବାରରେ ସର୍ବାଧିକ ୫୦୦୦ ଟଙ୍କା ଉଠାଣ ସୀମା ଧାର୍ଯ୍ୟ କରିଛି । ଗ୍ରାହକ ଗୋଟିଏ ଦିନରେ ଏହି ସେବାରୁ ୨ଟି କାରବାର କରି ସର୍ବାଧିକ ୧୦,୦୦୦ ଟଙ୍କା ପ୍ରତ୍ୟାହାର କରିପାରିବ ।

ଅପରପକ୍ଷେ ଏହି ସୁବିଧା କେବଳ ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକଙ୍କ ମଧ୍ୟରେ ସୀମିତ ନାହିଁ । ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟନିଜ ମୋବାଇଲ ଫୋନ୍ରେ ଭୀମ୍ ୟୁପିଆଇ, ବିୱି ୱାର୍ଲ୍ଡ ୟୁପିଆଇ ଏବଂ ଅନ୍ୟ କୌଣସି ୟୁପିଆଇ ଆପ୍ ଜରିଆରେ ଡେବିଟ୍ କାର୍ଡ ବ୍ୟବହାର ନ କରି ବ୍ୟାଙ୍କ ଅଫ୍ ବରୋଦା ଏଟିଏମରୁ ନଗଦ ଟଙ୍କା ଉଠାଇପାରିବେ ।

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଛାତି ଥରା ଭିଡ଼ିଓ: କରମଣ୍ଡଳ ଟ୍ରେନ ଦୁର୍ଘଟଣା ସମୟରେ ବଗି ଭିତରର ଚିତ୍ର, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦୃଶ୍ୟ

କ୍ଲୋନିଂ, ସ୍କିମିଂ ଏବଂ ଡିଭାଇସ୍ ଟ୍ୟାମ୍ପରିଂ ଭଳି କାର୍ଡ ଠକେଇକୁ ରୋକିବା ପାଇଁ ଏଟିଏମ୍ ମାଧ୍ୟମରେ ଆଇସିସିଡବ୍ଲ୍ୟୁ ବିକଳ୍ପ ଉପଲବ୍ଧ କରିବାକୁ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିର୍ଦେଶ ଦେଇଛି ।

Share this story