ଦେଖନ୍ତୁ ଛାତି ଥରା ଭିଡ଼ିଓ: କରମଣ୍ଡଳ ଟ୍ରେନ ଦୁର୍ଘଟଣା ସମୟରେ ବଗି ଭିତରର ଚିତ୍ର, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦୃଶ୍ୟ

watch the live seen inside coromandel express meeting accident

ଓଡ଼ିଆ ଗସିପ ବ୍ୟୁରୋ: ଭୟଙ୍କର କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାବେଳେ କେମିତି ଥିଲା ବଗି ଭିତରର ଚିତ୍ର । ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଦେଖିଲେ ଲାଗୁଛି ଏହା ଏକ ସ୍ଲିପର କ୍ଲାସ୍ ବଗି ।

ଭିଡ଼ିଓରେ ସଫେଇ କର୍ମଚାରୀ ସଫା କରୁଛନ୍ତି, ତ ପାଖ ସିଟ୍ ରେ ଜଣେ ମହିଳା ଯାତ୍ରୀ ଘୋଡ଼େଇ ହୋଇ ଶୋଇଛନ୍ତି । ପାଖରେ ଝିଅଟିଏ ବସିଛି । ହଠାତ୍ ପ୍ରଚଣ୍ଡ ଶବ୍ଦ, ତା'ପରେ ବଗି ଅନ୍ଧାର, ଆଉ ଆର୍ତ୍ତ ଚିତ୍କାର । କଣ ହେଲା କେହି କିଛି ବୁଝି ପାରିନାହାନ୍ତି ।

ଅଧିକ ପଢ଼ନ୍ତୁ : ସେଲ୍ଫି ନେବା ହେଲା କାଳ, ଗୋଡ଼ ଖସି ଯିବାରୁ ୧୦୦ ଫୁଟ ଉର୍ଦ୍ଧ୍ବରୁ ତଳକୁ ଖସି ଯୁବକଙ୍କ ମୃତ୍ୟୁ

ଭିଡ଼ିଓଟି ସତରେ କରମଣ୍ଡଳ ଟ୍ରେନ୍ ଟ୍ରାଜେଡି ବେଳର କି ନୁହେଁ ତାହା ସ୍ପଷ୍ଟ ହୋଇନଥିଲେ ବି ଦୃତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ସେପଟେ ବାହାନଗା ଟ୍ରେନ୍ ଟ୍ରାଜେଡିର ପ୍ରକୃତ ମୃତ୍ୟୁସଂଖ୍ୟକୁ ନେଇ ଏବେ ବି ସନ୍ଦୀହାନ ସ୍ଥିତି । କାହିଁକି ନା ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ଭିନ୍ନ ଭିନ୍ନ ସଂଖ୍ୟା ।

ଦେଖନ୍ତୁ ଭିଡ଼ିଓ :

ପ୍ରଥମେ ୨୮୮, ପରେ ୨୭୫ ଏବଂ ପରେ ପୁଣି କୁହାଗଲା ୨୮୮ । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ମୃତ୍ୟୁସଖ୍ୟା ଯଥେଷ୍ଟ ଅଧିକ ବୋଲି ବିରୋଧୀ କଂଗ୍ରେସ ଅଭିଯୋଗ କରିଛି । ରାଜସ୍ୱ ମନ୍ତ୍ରୀ କିନ୍ତୁ କହିଛନ୍ତି ମୃତ୍ୟୁ ସଂଖ୍ୟା ଆଦୌ ଲୁଚାଯାଇ ନାହିଁ । ସେପଟେ ମୃତଦେହ ଗଣିବା ରାଜ୍ୟ ସରକାରଙ୍କ କାମ କହି, ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛି ବିଜେପି ।

Share this story