ଭୀଷଣ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’, ଭାରତକୁ କେତେ ବିପଦ ରହିଛି ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ସେନେଇ ଜଣେଇଲେ ପାଣିପାଗ ବିଭାଗ...

cyclone biparjaya gets stronger in Arabian sea

ଓଡ଼ିଆ ଗସିପ ବ୍ୟୁରୋ: ଚଳିତ ବର୍ଷ ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ବାତ୍ୟା ‘ବିପଯ୍ୟୟ’ ଆରବ ସାଗରରେ ଆହୁରି ଶକ୍ତିଶାଳୀ ହେଉଛି । ଆଗାମୀ ତିନିଦିନ ଭିତରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସମୁଦ୍ର ଭିତରେ ସ୍ଥଳଭାଗ ଆଡକୁ ବଢୁଛି ପ୍ରି-ମନସୁନ ବାତ୍ୟା । ପୂର୍ବ-ମଧ୍ୟ ଆରବସାଗରରେ ସୃଷ୍ଟ ବାତ୍ୟା ଉତ୍ତର-ପଶ୍ଚିମ ଆଡକୁ ମୁହାଁଉଛି ବୋଲି କହିଛି ଭାରତୀୟ ପାଣିପାଗ କେନ୍ଦ୍ର ।

ବିପର୍ଯ୍ୟୟ ଏବେ ଗୋଆ ଠାରୁ ୮୬୦ କିମି ଓ ମୁମ୍ବାଇଠାରୁ ୯୧୦ କିମି ଦୂରରେ ରହିଛି । କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଗୁଜରାଟ ଉପକୂଳରୁ ବାତ୍ୟା ଦୂରକୁ ଯାଉଥିଲେ ବି କିଛି ସ୍ଥାନରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ : ଷ୍ଟକ୍ ବଜାରରେ ନିବେଶ ବଢ଼ାଇବ ଇଫିଏଫ୍ଓ, ବିପଦରେ ୬କୋଟି ସଦସ୍ୟଙ୍କ ଜମା ଅର୍ଥ !

ପାକିସ୍ତାନରେ ବାତ୍ୟା ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ତେବେ ଏନେଇ ଆଇଏମଡି କୌଣସି ପୂର୍ବାନୁମାନ କରିନି । ବାତ୍ୟା ଭାରତର କୌଣସି ରାଜ୍ୟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ନାହିଁ । ହେଲେ ଏହା ପ୍ରଭାବ ଗୋଆ, କେରଳ, କର୍ଣ୍ଣାଟକା, ଗୁଜରାଟ ଓ ମହାରାଷ୍ଟ୍ରର କିଛି ସ୍ଥାନରେ ପଡ଼ିବ ବୋଲି ଅକାଳନ କରାଯାଇଛି । ଏଥିପାଇଁ ଏହି ସବୁ ରାଜ୍ୟଗୁଡ଼ିକ ଆଲର୍ଟରେ ରହିଛନ୍ତି ।

Share this story