ସ୍ବାସ୍ଥ୍ୟ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶ, ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ମନା ! ଡାକ୍ତର ଯଦି ଦିଅନ୍ତି...
 

Prescribing antibiotics Doctors must explain why
ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍ ମନା !
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶରେ ଆଣ୍ଟିବାୟୋଟିକ ଔଷଧର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏହା ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହାକୁ ଦୃଷ୍ଟିରେ ରଖି ଆଣ୍ଟୋବାୟୋଟିକ ବ୍ୟବହାରକୁ ପ୍ରୋତ୍ସାହନ ନ ଦେବା ପାଇଁ କେନ୍ଦ୍ର ସରକାର ଡାକ୍ତରମାନଙ୍କୁ କହିଛନ୍ତି। ଯଦି ରୋଗୀଙ୍କୁ ଏହା ଦିଆଯାଉଛି ତେବେ ତାହାର କାରଣ ଦର୍ଶାଇବାକୁ କୁହାଯାଇଛି। ଏହି ନିୟମକୁ ବାଧ୍ୟତାମୂଳକ କରାଯାଇଛି। 

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍‌ଏସ୍‌) ପକ୍ଷରୁ ଏ ନେଇ ଭାରତର ସମସ୍ତ ଫାର୍ମାସିଷ୍ଟ ଆସୋସିଏସନକୁ ଚିଠି ଲେଖାଯାଇଛି। ଏଥିରେ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ ବିନା ଆଣ୍ଟିବାୟୋଟିକ ନ ଦେବାକୁ ଫାର୍ମାସିଷ୍ଟଙ୍କୁ ନିବେଦନ କରାଯାଇଛି। 

ଅଧିକା ପଢନ୍ତୁ : ସାବଧାନ ! କିଡନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ଏହି ଆଦେଶକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଆଣ୍ଟିବାୟୋଟିକର ଅପବ୍ୟବହାର ଏବଂ ମାତ୍ରାଧିକ ବ୍ୟବହାରକୁ ବନ୍ଦ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଔଷଧ ଅଧିକ ନେଇ ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ତଥା ଡ୍ରଗ୍-ରେସିଷ୍ଟାଣ୍ଟ ପାଥୋଜେନ ହ୍ରାସ ପାଉଛି।

ଅଧିକା ପଢନ୍ତୁ : ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଭାରତରେ ଆଣ୍ଟିବାୟୋଟିକର ବ୍ୟବହାର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ୨୦୦୦ ମସିହାରେ ଦିନକୁ ୩.୨ ବିଲିୟନ ଡୋଜ୍‌, ୨୦୧୧ରେ ୪.୭୫ ବିଲିୟନ ଡୋଜ, ୨୦୧୯ରେ ୫.୦୭ ବିଲିୟନ ଡୋଜ୍‌ ଆଣ୍ଟିବାୟୋଟିକ ବ୍ୟବହାର କରାଯାଇଥିଲା। ଦେଶରେ ଆଜିଥ୍ରୋମାଇସନ ୫୦୦ ମିଲିଗ୍ରାମ ସର୍ବାଧିକ ବ୍ୟବହାର ହେଉଛି। ଦିନକୁ ୩୮.୪ କୋଟି ଡୋଜ୍‌ ନିଆଯାଉଛି। 

ଅଧିକା ପଢନ୍ତୁ : ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟରେ ଚିଠିରେ କୁହାଯାଇଛି ଯେ ଆଣ୍ଟିମାଇକ୍ରୋବାୟଲ ରେସିଷ୍ଟାନ୍ସ (ଏଏମଆର) ବିଶ୍ବର ସାର୍ବଜନୀନ ସ୍ବାସ୍ଥ୍ୟ ସେବା ପାଇଁ ବଡ଼ ବିପଦ ପାଲଟିବାରେ ଲାଗିଛି। ୨୦୧୯ରେ ଏଏମଆର ଯୋଗୁଁ ୧୩ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ଏହା ବ୍ୟତୀତ ଔଷଧର ପ୍ରତିରୋଧ କ୍ଷମତା ଜନିତ ସଂକ୍ରମଣ ଯୋଗୁଁ ୫୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। 

ଅଧିକା ପଢନ୍ତୁ : ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ସୂଚନାଯୋଗ୍ୟ ଯେ ବିଂଶ ଶତାଦ୍ଦୀର ପ୍ରାରମ୍ଭରେ ସାଧାରଣ ରୋଗ ଭଲ ହେବା ପାଇଁ ମାସ ମାସ ଲାଗି ଯାଉଥିଲା। କିନ୍ତୁ ଆଣ୍ଟିମାଇକ୍ରୋବାୟଲ ଡ୍ରଗ୍ସ (ଆଣ୍ଟିବାୟୋଟିକ, ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିଭାଇରାଲ)ର ବ୍ୟବହାର ଯୋଗୁଁ ଏପରି ରୋଗ ଶୀଘ୍ର ଭଲ ହେଇ ଯାଉଥିଲା। ଜୀବାଣୁକୁ ମାରିବା ପାଇଁ ଆଣ୍ଟିବାୟୋଟିକ ବ୍ୟବହାର କରାଯାଉଥିଲା। କିନ୍ତୁ ବାରମ୍ବାର ଏହି ଔଷଧ ନେଲେ ଜୀବାଣୁ ଉକ୍ତ ରୋଗ ବିରୋଧରେ ପ୍ରତିରୋଧୀ କ୍ଷମତା ବିକଶିତ କରି ନେଇଥାଏ। ଏହା ପରେ ରୋଗୀ ଠିକ୍‌ ହେବା କାଠିକର ହୋଇ ଯାଇଥାଏ। ଏହାକୁ ଏଏମଆର କୁହାଯାଏ।

ଅଧିକା ପଢନ୍ତୁ : ଆୟ କମ୍ ଓ ବ୍ୟୟ ଅଧିକ ହେବା ସହ ମାନସିକ ଦୁଶ୍ଚିନ୍ତାରେ ରହିବେ ଏହି ରାଶି ଲୋକ, ପଢନ୍ତୁ ଆଜିର ରାଶିଫଳ 
 

Share this story