‌ଟ୍ରଲର ଭିତରେ ପଶିଗଲା କାର, ଭୟଙ୍କର ଦୁର୍ଘଟଣାରେ ଅକାଳରେ ଗଲା ୧୦ ଜଣ ଯାତ୍ରୀଙ୍କ ଜୀବନ
 

Gujarat Accident 10 Dead As Car Rams Truck On Ahmedabad-Vadodara Expressway
କାର୍ ଭିତରେ ଗଲା ୮ ଜଣ ଯାତ୍ରୀଙ୍କ ଜୀବନ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ବୁଧବାର ଦିନ ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସ ହାଇୱେ ନଡିୟାଦ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଏକ କାର ତେଲ ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେବା ଯୋଗୁଁ ୧୦ ଜଣଙ୍କର ଅକାଳ ମୃତ୍ୟୁ ଘଟିଛି।​ ଏଥିମଧ୍ୟରୁ ଆଠ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି।

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ଦୁର୍ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକାଶ, ଦୁର୍ଘଟଣାଗ୍ରସ୍ତ କାରଟି ବଡୋଦରାରୁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିଲା। ଏହି କାରରେ ୧୦ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ। କାରଟି ଦ୍ରୁତଗତିରେ ଥିବା ବେଳେ ସାମ୍ନାରେ ଯାଉଥିବା  ଏକ ଟ୍ରଲରର ପଛପାର୍ଶ୍ବ‌ରେ ମାଡ଼ ହୋଇ ଭିତରକୁ ପଶି ଯାଇଥିଲା।

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ବ୍ଲଡ଼ କ୍ୟାନ୍ସର ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ଦୁୂର୍ଘଟଣା ପରେ କାରଟି ଟ୍ରଲର ପଛରେ ସମ୍ପୂର୍ଣ୍ଣ ଭାବେ ଚାପି ହୋଇଯିବାରୁ ଏଥିରେ ବସିଥିବା କୌଣସି ଯାତ୍ରୀ ବାହାରକୁ ବାହାରି ପାରି ନଥିଲେ। ଫଳରେ କାର ଭିତରେ ୮ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ହସ୍ପିଟାଲରେ ଅନ୍ୟ ଦୁଇଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

Share this story