ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ଉପହାର, ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ଏଲପିଜି ସବସିଡିରେ ମିଳିବ ଏତିକି ଟଙ୍କା

ଓଡ଼ିଆ ଗସିପ୍ ବ୍ୟୁରୋ: ଉଜ୍ଜ୍ୱଳା ଯୋଜନା ଲାଭାର୍ଥୀଙ୍କୁ ଦୀପାବଳି ପୂର୍ବରୁ ମୋଦୀ ସରକାର ଦେଇଛନ୍ତି ଉପହାର । ଏବେ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ଏବେ ୨୦୦ବଦଳରେ ମିଳିବ ୩୦୦ଟଙ୍କାର ସବସିଡି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ୍ରେ ଏ ବିଷୟରେ ଦେଇଛନ୍ତି ସୂଚନା।
ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ
କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଉଜ୍ଜ୍ୱଳା ଯୋଜନା ଲାଭାର୍ଥୀଙ୍କୁ ମିଳୁଥିବା ୨୦୦ଟଙ୍କା ସବସିଡିରେ ୧୦୦ ଟଙ୍କା ବୃଦ୍ଧି କରାଯାଇ ୩୦୦ଟଙ୍କା କରି ଦିଆଯାଇଛି । ସେ କହିଛନ୍ତି କେନ୍ଦ୍ର କ୍ୟାବିନେଟ୍ ରକ୍ଷା ବନ୍ଧନ ଓ ଓନମ୍ ଅବସରରେ ଏଲପିଜି ମୂଲ୍ୟ ୨୦୦ଟଙ୍କା ହ୍ରାସ କରିଥିଲେ । ଆଜି ଉଜ୍ଜ୍ୱଳା ଲାଭାର୍ଥୀଙ୍କ ସବସିଡି ୨୦୦ରୁ ୩୦୦କୁ ବୃଦ୍ଧି କରାଗଲା ।
ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…
କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ମହିଳାଙ୍କ ଜୀବନରେ ଉଜ୍ଜ୍ୱଳା ଯୋଜନାର ବଡ ଯୋଗଦାନ ରହିଛି । ଏହି କାରଣରୁ ଏବେ ସେମାନଙ୍କୁ ୨୦୦ ଟଙ୍କା ବଦଳରେ ୩୦୦ଟଙ୍କା ସବସିଡି ଦିଆଯିବ।
ଅଧିକ ପଢ଼ନ୍ତୁ: ପାଗ ବଦଳୁଛି, ବର୍ଷାରେ ଶକ୍ତି ବଢ଼ାନ୍ତୁ, ରୋଗ ସହ ଲଢ଼ନ୍ତୁ, ଜାଣନ୍ତୁ କେମିତି ବଢ଼ାଇବେ ରୋଗ ପ୍ରତିରୋଧକ ଶକ୍ତି