କୁକୁର କାମୁଡ଼ିବା ପରେ ଡ଼ରରେ ଘରେ କହିଲେନି ବାଳକ, ପରେ କୁକୁର ଭଳି ଚିତ୍କାର କରି କରି ଚାଲିଗଲା ଜୀବନ

ଓଡ଼ିଆ ଗସିପ୍ ବ୍ୟୁରୋ: କୁକୁର କାମୁଡ଼ିବା ପରେ ଘରେ କହିଲେନି ବାଳକ। କିଛି ଦିନ ପରେ ଚିତ୍କାର କରି କରି ଚାଲିଗଲା ଜୀବନ। ସୋମବାର ଦିନ ଗାଜିଆବାଦରେ ଜଣେ ୧୪ବର୍ଷର ବାଳକର ମୃତ୍ୟୁ ଘଟିଛି। ବାଳକକୁ ଏକ ମାସ ପୂର୍ବରୁ କୁକୁର କାମୁଡ଼ିଥିଲା। କିନ୍ତୁ ସେ ଏ ବିଷୟରେ ପିତାମାତାଙ୍କୁ ଡରି କିଛି କହି ନଥିଲେ। ତାଙ୍କର ଏହି ଗୋଟିଏ ଭୁଲ ତାଙ୍କ ଜୀବନ ନେଇଯିବ ବୋଲି ତାଙ୍କୁ ଜଣାନଥିଲା। ମୃତକଙ୍କ ନାମ ସାବେଜ ବୋଲି ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ମିଳିଥିବା ସୂଚନା ମୁତାବକ, ସାବେଜଙ୍କ ପଡ଼ୋଶୀ ମହିଳା ବୁଲା କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି। ପ୍ରାୟ ୫-୬ଟି କୁକୁର ସେହି ଅଞ୍ଚଳରେ ରହନ୍ତି। ସାବେଜଙ୍କୁ ସେହି କୁକୁରମାନଙ୍କ ମଧ୍ୟରୁ ଜଣେ କାମୁଡିଥିବାର ଅଭିଯୋଗ ହୋଇଛି। ଅତୀତରେ ଏହି କୁକୁରମାନେ ଅନ୍ୟ ଲୋକଙ୍କୁ କାମୁଡିଥିବାର ଅଭିଯୋଗ କରାଯାଇଛି। ତେବେ କୁକୁର କାମୁଡ଼ିବା ପରେ ଘରେ ରାଗିବେ ବୋଲି ଭାବି ସାବେଜ କାହାକୁ କିଛି ଜଣାଇ ନଥିଲେ।
ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ
ହେଲେ ଘଟଣାର ୪ଦିନ ପରେ ତାଙ୍କ ଦେହରେ ଜଳାତଙ୍କର ଲକ୍ଷଣ ଦେଖାଯିବାକୁ ଲାଗିଥିଲା। ସେ ପାଣି ଓ ପବନକୁ ଡରିବା ସହ ଅନ୍ଧାରରେ ରହିବାକୁ ପସନ୍ଦ କରୁଥିଲେ। ଏହା ସହ ଜୋରରେ ଚିତ୍କାର କରୁଥିଲେ। ଏଭଳି ଅବସ୍ଥା ଦେଖି ପରିବାର ଲୋକ ସାବେଜଙ୍କୁ ଗାଜିଆବାଦ, ମିରଟ ଏବଂ ଦିଲ୍ଲୀର ଏମ୍ସ ସହ ଅନେକ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେ ସୁସ୍ଥ ହୋଇନଥିଲେ। ମୃତ୍ୟୁ ହେବା ଦିନ ସାବେଜଙ୍କ ବାପା ୟାକୁବ ତାଙ୍କୁ ଚିକିତ୍ସା ପାଇଁ ବୁଲନ୍ଦଶହରକୁ ନେଇଥିଲା। ହେଲେ ବୁଲନ୍ଦଶହରରୁ ଫେରୁଥିବା ବେଳେ ସାବେଜଙ୍କର ମୃତ୍ୟୁ ହୋଇଥିଲା।
ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି
ଏହି ଘଟଣା ପରେ ସାବେଜଙ୍କ ପରିବାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏବଂ ଏଭଳି ଘଟଣା ଯେପରି ଆଉ କାହା ସହ ନଘଟେ ସେଥିପାଇଁ ପ୍ରଶାସନ ଏବଂ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।