OTରେ ଅଧା ଚେତାରେ ଥିଲେ ମହିଳା, ମେଡିକାଲ ଷ୍ଟାଫ୍‌ କଲେ ଏମିତି ଜଘନ୍ୟ କାମ...

female patient allege molestation with her by medical staff

ଓଡ଼ିଆ ଗସିପ ବ୍ୟୁରୋ: ମେଡିକାଲରେ ଡାକ୍ତରଙ୍କୁ ଭଗବାନ ବୋଲି ମାନନ୍ତି । ହେଲେ ସେହି ଡାକ୍ତର ଯେତେବେଳେ ପଶୁ ପାଲଟିଯାଏ ତେବେ ଭଗବାନ ମାନୁଥିବା ମଣିଷ ରୂପୀ ଉପରୁ ସଦାବେଳ ପାଇଁ ବିଶ୍ୱାସ ଉଠିଯାଇଥାଏ । ହସ୍ପିଟାଲରେ ଏମିତି ଏକ ଜଘନ୍ୟ ଘଟଣା ଘଟିଛି ଯାହା ଡାକ୍ତର ସମାଜ ପାଇଁ ଲଜ୍ଜାର ବିଷୟ ପାଲଟିଛି ।

ଚିକିତ୍ସା ବେଳେ ମହିଳାଙ୍କୁ ଅସଦାଚରଣ । ଆନେସ୍ଥେସିଆ ଦେଇ ମହିଳାଙ୍କ ସହ କଲେ ଦୁର୍ବ୍ୟବହାର । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କୋଲକତାରୁ । ଫୁଲବାଗନ ଥାନା ଅଧିନରେ ଆସୁଥିବା ଏକ ନାମୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ମହିଳା ଏଭଳି ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ତାଙ୍କୁ ଚିକିତ୍ସା କରିବା ବେଳେ ତାଙ୍କ ସହ ଅସଦାଚରଣ କରାଯାଇଛି । ଗୁରୁବାର ଦିନ ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଭୟଙ୍କର ସଡକ ଦୁର୍ଘଟଣା; ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୪୦ ମୃତ, ୮୭ ଜଣ ଗୁରୁତର ଆହତ

୩୯ ବର୍ଷିୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ଗଲବ୍ଲାଡର ସର୍ଜରୀ ପାଇଁ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଆନେସ୍ଥେସିଆ ଦେଇ ସକାଳ ପ୍ରାୟ ୯ଟାରେ ଅପରେସନ୍ ଥିଏଟରକୁ ପଠାଇଥିଲେ । ପରେ ୧୧ଟା ସୁଦ୍ଧା ତାଙ୍କର ଅପରେସନ୍‌ ଶେଷ ହୋଇସାରିଥିଲା । ସେତେବେଳକୁ ଧିରେ ଧିରେ ତାଙ୍କର ହୋସ୍‌ ଆସୁଥିଲା ।

ଅର୍ଦ୍ଧ ଚେତନ ଅବସ୍ଥାରେ ଥିବା ବେଳେ କେହି ଜଣେ ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମାରୁଥିବା ସେ ଅନୁଭବ କରିଥିଲେ । ତାଙ୍କ ଡାହାଣ ପାଖରେ ଛିଡ଼ା ହୋଇଥିବା ଲୋକଟି ଏଭଳି କରୁଥିବା ସେ ଜାଣିପାରିଥିଲେ । ଏଭଳି ଆଚରଣ ମହିଳାଙ୍କ ପାଇଁ କଷ୍ଟ ଦାୟକ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ସେହି ସମୟରେ ମହିଳା ଜଣକ ସବୁ କିଛି ଅନୁଭବ କରିପାରୁଥିଲେ । କାରଣ ଧିରେ ଧିରେ ତାଙ୍କର ଚେତା ଫେରୁଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଆନେସ୍ତେସିଆର ପ୍ରଭାବ ସମ୍ପୂର୍ଣ୍ଣ ଛାଡ଼ିନଥିବାରୁ ସେ ଏହାକୁ ରୋକି ପାରୁନଥିଲେ କିମ୍ବା କୌଣସି ପ୍ରତିକ୍ରିୟା ଦେଇପାରୁନଥିଲେ । ହେଲେ କିଛି ସମୟ ପରେ ଯେତେବେଳେ ସେ ଆଖି ଖୋଲିବାରେ ସକ୍ଷମ ହେଲେ, ଦେଖିଲେ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ କିଛି ଦାଗ ରହିଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବିମାନରେ ମଦ୍ୟପ ଯାତ୍ରୀଙ୍କ ହଙ୍ଗାମା; ଏୟାର ହଷ୍ଟେସଙ୍କୁ ଅସଦାଚରଣ, ପାଇଲଟଙ୍କ ସହ କଲେ ଏପରି କାମ...

ମହିଳା ଜଣଙ୍କ ଆହୁରି ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ସମୟରେ ସେଠାରେ ମେଡିକାଲର କୌଣସି ମହିଳା ଷ୍ଟାଫ୍‌ ମଧ୍ୟ ନଥିଲେ । ଅପରେସନ୍‌ ଥିଏଟର ଭିତରେ ତାଙ୍କ ସହ କ’ଣ କରାଯାଇଛି ସେ ଜାଣି ନାହାନ୍ତି । କିନ୍ତୁ ହୋସ୍ ଆସିବା ବେଳକୁ ସେ ଦେଖିଲେ ଯେ, ତାଙ୍କ ଡାହାଣ ଛାତି ପାଖରେ କିଛି ଦାଗ ରହିଛି ।

ତେବେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଫୁଲବାଗନ ପୋଲିସ ପକ୍ଷରୁ ଶୁକ୍ରବାର ଏକ ମାମଲା ରୁଜୁ କରାଯାଇଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ମହିଳାଙ୍କର ମେଡିକାଲ ଟେଷ୍ଟ ମଧ୍ୟ କରାଯାଇଛି ।

Share this story

World Odia Language Conferene