ବିମାନରେ ମଦ୍ୟପ ଯାତ୍ରୀଙ୍କ ହଙ୍ଗାମା; ଏୟାର ହଷ୍ଟେସଙ୍କୁ ଅସଦାଚରଣ, ପାଇଲଟଙ୍କ ସହ କଲେ ଏପରି କାମ...

passenger created nuisance in Indigo flight and molested air hostess

ଓଡ଼ିଆ ଗସିପ ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ପୁଣି ଏକ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀରୁ ପାଟନା ଆସୁଥିବା ଏକ ଇଣ୍ଡିଗୋ ବିମାନରେ ଦୁଇ ଜଣ ଯାତ୍ରୀ ମଦ୍ୟପାନ କରି ବିମାନରେ ପାଟିତୁଣ୍ଡ କରିଥିବା ଅଭିଯୋଗ ହୋଇଛି ।

ନିଷିଦ୍ଧ ସତ୍ତ୍ବେ ସେମାନେ ବିମାନରେ ମଦ ପିଇଥିଲେ ‌। ଏହାକୁ ବିରୋଧ କରିବାରୁ ଦୁଇ ଯୁବକ ଏୟାର ହଷ୍ଟେସଙ୍କୁ ଅସଦାଚରଣ କରିଥିଲେ ।

ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ବିମାନର କ୍ରୁ ସଦସ୍ୟ ଏବଂ ଅନ୍ୟ ଯାତ୍ରୀମାନେ ପାଇଲଟଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ପାଇଲଟଙ୍କୁ ମଧ୍ୟ ଅଭିଯୁକ୍ତମାନେ ମାରପିଟ୍ କରିଥିବା ଅଭିଯୋଗ ହୋଇଛି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କଲେଜ ଛାତ୍ରୀଙ୍କ ପାଇଁ କଲେଜ ବାର୍ଷିକ ଉତ୍ସବ ଥିଲା ଶେଷ ଯାତ୍ରା, ଚଢିଗଲା ବସ୍‌, ଘଟଣାସ୍ଥଳରେ ଜଣେ ଛାତ୍ରୀଙ୍କ ମୃତ୍ୟୁ

ବିମାନରେ ଏଭଳି ଗଣ୍ଡଗୋଳ ନେଇ ପାଇଲଟ୍ ପାଟନା ବିମାନ ବନ୍ଦରକୁ ସୂଚନା ଦେଇଥିଲେ । ସିଏସ୍ଏଫ୍ ଟିମ୍ ସ୍ଥାନୀୟ ପୋଲିସ ଷ୍ଟେସନକୁ ଏ ସମ୍ପର୍କରେ ଅବଗତ କରାଇଥିଲା ।

କ୍ୟାପଟେନଙ୍କ ଅଭିଯୋଗ କ୍ରମେ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିଲା । ବିମାନ ପାଟନା ଏୟାରପୋର୍ଟରେ ଅବତରଣ କରିବା ପରେ ଅଭିଯୁକ୍ତ ଦୁଇ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଏହି ଘଟଣା ଇଣ୍ଡିଗୋ ବିମାନ ନମ୍ବର ୬ଇ-୬୩୮୩ ଦିଲ୍ଲୀ-ପାଟନା ଫ୍ଲାଇଟରେ ଘଟିଥିଲା ।

ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ହାଜିପୁରର ବାସିନ୍ଦା ରୋହିତ କୁମାର ଏବଂ ନୀତୀଶ କୁମାର ।

Share this story

World Odia Language Conferene