ମଝି ଆକାଶରେ ରହସ୍ୟମୟ ଜିପିଏସ୍ ସିଗନାଲ୍‌ ଯୋଗୁଁ ଦିଗ ହରାଇଲେ ୨୦ରୁ ଅଧିକ ବିମାନ
 

Fake GPS signals sent 20 aircraft off course in Iranian airspace
ଆକାଶରେ ଯୋଗୁଁ ଦିଗ ହରାଇଲେ ୨୦ରୁ ଅଧିକ ବିମାନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁଲ ଜିପିଏସ୍ ସିଗନାଲ ଦିଆଯାଇ ଏକାଧିକ ଯାତ୍ରୀବାହୀ ବିମାନଗୁଡିକୁ କିଭଳି ବିପଦ ମୁହଁକୁ ଠେଲି ଦିଆଯାଇଥିଲା ସେ ସମ୍ପର୍କିିତ ଏକ ବିଳମ୍ବିତ ଖବର ସାମ୍ନାକୁ ଆସିଛି। ଗୋଟିଏ କିମ୍ବା ଦୁଇଟି ନୁହେଁ, ୨୦ରୁ ଅଧିକ ଯାତ୍ରୀବାହୀ ବିମାନଗୁଡିକୁ ଷଡ଼ଯନ୍ତ୍ର କରାଯାଇ ଏଭଳି ଭୁଲ ଜିପିଏସ୍ ସିଗନାଲ ଦିଆଯାଇଥିବାରୁ ଏହି ବିମାନଗୁଡିକ ମଝି ଆକାଶରେ ଦିଗ ହରାଇଥିଲେ। 

ଏହାଦ୍ବାରା ଶହ ଶହ ଯାତ୍ରୀଙ୍କ ଜୀବନ ବିପଦାପନ୍ନ ହୋଇପଡ଼ିଥିଲା। ତେବେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ(ଏଟିସି)ର ସହାୟତା ନେଇ ଏହି ବିମାନଗୁଡିକ ନିରାପଦ ଅବତରଣ କରିଥିଲେ ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ମିଳିଥିବା ଖବର ଅନୁସାରେ ଗତ ଦୁଇ ସପ୍ତାହ ମଧ୍ୟରେ ଇରାନ ଆକାଶରେ ଉଡ଼ାଣ କରିଥିବା ପ୍ରାୟ ୨୦ଟି ଏୟାରଲାଇନ୍ସର ବିଭିନ୍ନ ବିମାନ ସମେତ କର୍ପୋରେଟ୍ ଜେଟ୍ ଏଭଳି ବିପଦର ସମ୍ମୁଖୀନ ହୋଇଥିଲେ। କୌଣସି ସ୍ତରରେ ଷଡ଼ଯନ୍ତ୍ର କରାଯାଇ ବିମାନଗୁଡିକୁ ଗ୍ରାଉଣ୍ଡ ଷ୍ଟେସନରୁ ମିଥ୍ୟା ଜିପିଏସ୍ ସିଗନାଲ ଦିଆଯାଇଥିଲା। 

ଏହି ମିଥ୍ୟା ସିଗନାଲ ଦିଆଯିବାର ଆଧାର ଏତେ ଦୃଢ ଥିଲା ଯେ,ତାହା ସାମୂହିକ ‘ଏୟାରକ୍ରାଫ୍ଟ ନାଭିଗେସନ୍ ସିଷ୍ଟମ୍’କୁ ମଧ୍ୟ ଅକାମୀ କରିଦେଇଥିଲା। କେବଳ ସେତିକି ନୁହେଁ, ଏହି ମିଥ୍ୟା ସିଗନାଲ ଉପଗ୍ରହ ଦ୍ବାରା ସୂଚିତ କରାଯାଉଥିବା ତଥ୍ୟକୁ ମଧ୍ୟ ଅକାମୀ କରି ଦେଇଥିଲା। ଫଳରେ ଏହି ସମୟରେ ଉଡାଣ କରୁଥିବା ବିଭିନ୍ନ ଏୟାରଲାଇନ୍ସର ବିମାନଗୁଡିକ ମଝି ଆକାଶରେ ଦିଗହରା ହୋଇଯାଇଥିଲେ।

ଅଧିକ ପଢ଼ନ୍ତୁ: ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, କମିବ ହୃଦ୍‌ଘାତ ହେବାର ଆଶଙ୍କା

ବିମାନ କେଉଁ ଦିଗକୁ ଗତି କରୁଛି ତାହା ପାଇଲଟମାନେ ଜାଣିପାରି ନଥିଲେ। ଏହାଦ୍ବାରା ମଝି ଆକାଶରେ ବିମାନ ମଧ୍ୟରେ ଧକ୍କା ହେବାର ମଧ୍ୟ ଆଶଙ୍କା ରହିଥିଲା। ସୌଭାଗ୍ୟବଶତଃ କୌଣସି ବିମାନ ଦୁର୍ଘଟଣାର ଶିକାର ହୋଇ ନଥିଲା। ତେବେ ବିମାନ ଯାତ୍ରୀଙ୍କୁ ନିଶାଣ କରି ଏଭଳି କାର୍ଯ୍ୟ କରାଯିବା ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଏଭଳି ହୀନ କାର୍ଯ୍ୟ ପଛରେ ‘ ଜିପିଏସ୍ ସିଗନାଲ୍ ସ୍ପୁଫିଙ୍ଗ୍’ ପ୍ରକ୍ରିୟା ଦାୟୀ ବୋଲି କୁହାଯାଉଛି। 

‘ସ୍ପୁଫିଙ୍ଗ’ ଶବ୍ଦର ଅର୍ଥ ‘କପି’ କରାଇବାକୁ ବୁଝାଇଥିଲା ବେଳେ ଏହି ପ୍ରକ୍ରିୟାରେ ଜଣେ ରିସିଭରଙ୍କୁ ଭୁଲ ଜିପିଏସ୍ ସିଗନାଲ ଦିଆଯାଇଥାଏ। ଏହାଦ୍ବାରା କୌଣସି ସ୍ତରରେ ଜିପିଏସ୍ ସିଗନାଲ ରିସିଭ୍ କରୁଥିବା ବ୍ୟକ୍ତି ପ୍ରକୃତ ତଥ୍ୟ ପାଇବାକୁ ଅକ୍ଷମ ହୋଇଥାଆନ୍ତି।

ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…

Share this story