ମିଲିଟାରୀ ଏକାଡେମୀ ଉପରେ ଡ୍ରୋନ୍ ଆକ୍ରମଣ; ୧୦୦ ରୁ ଅଧିକ ମୃତ, ୨୦୦ ରୁ ଅଧିକ ଆହତ
 

Drone Attack on Syrian Military Academy
ମିଲିଟାରୀ ଏକାଡେମୀ ଉପରେ ଡ୍ରୋନ୍ ଆକ୍ରମଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅକ୍ଟୋବର ୬ ତାରିଖ ଗୁରୁବାର ଦିନ ଡ୍ରୋନ୍ ଆକ୍ରମଣରେ କମ୍ପି ଉଠିଛି ସିରିଆ ମିଲିଟାରୀ ଏକାଡେମୀ। ଏହି ଆକ୍ରମଣରେ ୧୦୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇ ଥିବା ବେଳେ ୨ ଶହରୁ ଆହତ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ସ୍ଥାନୀୟ ସରକାରୀ ଗଣମାଧ୍ୟମ ଅନୁସାରେ ସିରିଆ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋମ୍ସ ଠାରେ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନକୁ ଦାୟୀ କରାଯାଇଛି। କିନ୍ତୁ ଆକ୍ରମଣ ପାଇଁ ନିଜକୁ କେହି ଦାୟୀ କରିନାହାଁନ୍ତି, ସିରିଆ ସେନା ଦେଶର ସରକାରୀ ନ୍ୟୁଜ୍ ଏଜେନ୍ସି ସାନା ସହ କଥାବାର୍ତ୍ତା କରିବା ବେଳେ କହିଛି ଯେ ଦେଶର କେନ୍ଦ୍ର ଭାଗରେ ଅବସ୍ଥିତ ହୋମ୍ସ ସହରରେ ସଶସ୍ତ୍ର ଆତଙ୍କବାଦୀ ସଙ୍ଗଠନ ସାମରିକ ଏକାଡେମୀ ଅଧିକାରୀଙ୍କ ସ୍ନାତକୋତ୍ତର ସମାରୋହକୁ ଟାର୍ଗେଟ କରିଛି।

ଅଧିକ ପଢ଼ନ୍ତୁ: ଚାକିରୀରୁ ଅବସର ପୂର୍ବରୁ ଭି ଆର ଏସ ନେଲେ DGP B K Ravi ହେଲେ କାହିଁକି ? ଜାଣନ୍ତୁ ଅସଲ କାରଣ...

ମୃତକଙ୍କ ମଧ୍ୟରେ ଅଛନ୍ତି ମିଲିଟାରୀ ଗ୍ରାଜୁଏଟ ଏବଂ ସାଧାରଣ ନାଗରିକ, ଏନେଇ ସେନା ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ଏହି ଆକ୍ରମଣ ଏକ ବିସ୍ଫୋରକ ଭର୍ତ୍ତି ହୋଇଥିବା ଡ୍ରୋନ୍ ଦ୍ୱାରା କରାଯାଇଥିଲା। ଏହି ଆକ୍ରମଣରେ ଜବାବ ଦିଆଯିବା ନେଇ ସ୍ପଷ୍ଟ ଭାବରେ କୁହାଯାଇଛି। ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରକାର ଶୁକ୍ରବାର ଠାରୁ ୩ ଦିନ ଶୋକ ଦିବସ ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

Share this story