ଇସ୍ରାଏଲ୍ - ହମାସ୍‌ ମଧ୍ୟରେ ଯୁଦ୍ଧ ତୃତୀୟ ଦିନରେ ପ୍ରବେଶ, ଉଭୟ ପକ୍ଷର ମୃତ୍ୟୁ ସଂଖ୍ୟା 1100 ରୁ ଅଧିକ!
 

Dead bodies line up on Israeli streets over 100 taken hostage
ଇସ୍ରାଏଲ ରାସ୍ତାରେ କୁଢ଼ କୁଢ଼ ଶବ
 

ଓଡ଼ିଆ ଗସିପ୍ ବ୍ୟୁରୋ: ହମାସ୍‌ ବିରୋଧରେ ଇସ୍ରାଏଲ ସେନାର ଯୁଦ୍ଧ ଘୋଷଣା ପରେ ଏବେ ଉଭୟ ପକ୍ଷର ଆକ୍ରମଣ ଓ ପ୍ରତ୍ୟାକ୍ରମଣରେ ଇସ୍ରାଏଲ ମାଟି ଯୁଦ୍ଧ କ୍ଷେତ୍ର ପ୍ରାୟ ପାଲଟିଛି। ଶନିବାର ଆରମ୍ଭ ହୋଇଥିବା ସଂଘର୍ଷ ବେଳକୁ ବେଳ ତୀବ୍ର ହେବା ସହିତ ଉଭୟ ପକ୍ଷର ମୃତ୍ୟୁସଂଖ୍ୟା ମଧ୍ୟ ବଢି ଚାଲିଛି। 

ରବିବାର ସୁଦ୍ଧା ଇସ୍ରାଏଲୀ ସେନା ଆକ୍ରମଣରେ ୪୦୦ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ହେବା ସହିତ ୧୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନ୍ୟପଟରେ ହମାସ୍‌ ଆକ୍ରମଣରେ ୬୦୦ ଇସ୍ରାଏଲୀଙ୍କ ମୃତ୍ୟୁ ଏବଂ ୧୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ହମାସ ଆତଙ୍କବାଦୀମାନେ ଗାଜା ଅଞ୍ଚଳକୁ ଲାଗି ରହିଥିବା ଇସ୍ରାଏଲର ବିଭିନ୍ନ ସହରକୁ ଟାର୍ଗେଟ କରି ଘନ ଘନ ରକେଟ୍‌ ମାଡ଼ କରିବା ଦ୍ବାରା ବହୁ ଘରଦ୍ବାର ଧ୍ବଂସ ହୋଇପଡ଼ିବା ସହିତ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଇସ୍ରାଏଲର ବିଭିନ୍ନ ସହର ରାସ୍ତାରେ ଗଦ ଗଦା ଶବ ପଡ଼ି ରହିଥିବା ଦେଖୀବାକୁ ମିଳିଛି।

ଗୋଟିଏ ପଟେ ହମାସକୁ ମୁକାବିଲା କରିବା ଏବଂ ଅନ୍ୟପଟେ ନାଗରିକମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଇସ୍ରାଏଲ ସେନା ପାଇଁ ଆହ୍ବାନପୂର୍ଣ୍ଣ ହୋଇପଡ଼ିଛି। ଏହାବ୍ୟତୀତ ଶହ ଶହ ସଂଖ୍ୟାରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲର ବିଭିନ୍ନ ସହରରେ ପ୍ରବେଶକରି ଇସ୍ରାଏଲ ସେନା ସହିତ ସାଧାରଣ ନାଗରିକଙ୍କୁ ବନ୍ଧକ ବନାଇ ହତ୍ୟା କରୁଥିବା ଖବର ଆସିଛି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ହମାସ୍‌ ନିଶାଣରୁ ମହିଳା ଏବଂ ଶିଶୁ ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ବିଭିନ୍ନ ସହରରେ ହମାସ୍‌ ଆତଙ୍କବାଦୀମାନେ ମହିଳା ଏବଂ ଶିଶୁଙ୍କୁ ଅପହରଣ କରିନେଇ ବନ୍ଧକ ରଖୀବା ସହିତ ସେମାନଙ୍କୁ ହତ୍ୟା କରୁଥିବା କୁହାଯାଇଛି। ଏପରିକି ମହିଳାମାନଙ୍କୁ ହମାସ୍‌ ଆତଙ୍କବାଦୀମାନେ ଦୁଷ୍କର୍ମ କରି ହତ୍ୟା କରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଭଳି ଘଟଣାକୁ ନେଇ ଇସ୍ରାଏଲରେ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଉପୁଜିଛି। 

ବିଶେଷକରି ପିତା-ମାତାଙ୍କ ଆଖୀ ସାମ୍ନାରେ ସେମାନଙ୍କ ପିଲାଙ୍କୁ ହତ୍ୟା କରାଯାଉଥିବା କରୁଣ ଦୃଶ୍ୟ ବିଶ୍ବ ସମାଜକୁ ବ୍ୟଥିତ କରିଛି। ରକେଟ୍‌ ମାଡରେ ଆହତ ଲୋକଙ୍କ କରୁଣ ଚିତ୍କାର ଏବଂ ସହାୟତା ପାଇଁ ନିବେଦନ କରୁଥିବାର ହୃଦୟ ବିଦାରକ ଦୃଶ୍ୟ ସଭ୍ୟ ମାନବସମାଜ ହୃଦୟକୁ ବିଦାରିତ କରିଛି।

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

ଶହ ଶହ ସଂଖ୍ୟାରେ ଆହତ ଲୋକଙ୍କ ଚିକତ୍ସା ପାଇଁ ମଧ୍ୟ ଏବେ ଡାକ୍ତରଖାନାରେ ସ୍ଥାନର ଅଭାବ ପଡ଼ିଛି। ହମାସ ଆତଙ୍କବାଦୀମାନେ ପରିବାର ଆଗରେ ଶିଶୁଙ୍କୁ ହତ୍ୟା କରି ସେମାନେ ସ୍ବର୍ଗପୁରୀରେ ଅବସ୍ଥାନ କରିଛନ୍ତି ବୋଲି କହୁଛନ୍ତି। ରବିବାର ଏକ ଦମ୍ପତି ନିଜର ତିନୋଟି ପିଲାଙ୍କୁ ରକ୍ଷା କରିବାକୁ ହମାସ ଆତଙ୍କବାଦୀଙ୍କୁ ନେହୁରା ହେଉଥିଲା ବେଳେ ନିର୍ଦ୍ଦୟ ଆତଙ୍କବାଦୀମାନେ ପରିବାର ଏକ ଝିଅକୁ ବାପା-ମାଆଙ୍କ ଆଗରେ ହତ୍ୟା କରି ଆମେ ସ୍ବର୍ଗକୁ ପଠାଇ ଦେଇଛୁ ବୋଲି କହୁଥିବାର ଏକ ଭିଡିଓ ଦୃଶ୍ୟକୁ ଜଣେ ଇସ୍ରାଏଲୀ ସାମ୍ବାଦିକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଏହି ଗୋଟିଏ ଘଟଣା ନୁହେଁ,ବିଭିନ୍ନ ସହରରେ ଏଭଳି ବହୁ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଅନ୍ୟପକ୍ଷରେ ଇସ୍ରାଏଲରେ ଶାନ୍ତି ପ୍ରତିଷ୍ଠା ସହ ହିଂସା ବନ୍ଦ କରିବାକୁ ପୋପ୍‌ ଫ୍ରାନ୍‌ସିସ୍‌ ନିବେଦନ କରିଛନ୍ତି। ଆତଙ୍କବାଦ କିମ୍ବା ହିଂସା କୌଣସି ସମସ୍ୟାର ସମାଧାନର ବାଟ ତିଆରି କରିପାରିବ ନାହିଁ ବୋଲି ସେ କହିବା ସହିତ ତୁରନ୍ତ ହିଂସା ବନ୍ଦ କରିବାକୁ ରବିବାର ଭାଟିକାନ୍‌ ସିଟିରୁ ନିବେଦନ କରିଛନ୍ତି।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 
 

Share this story