ବିବାହ ନକରି ଗର୍ଭବତୀ ହେଲା ଝିଅ, ରାଗରେ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଦେଲେ ମାଆ-ଭାଇ 
 

Daughter pregnant without marriage angry brother and mother sprinkled petrol on her and burnt her alive
ବିବାହ ନକରି ଗର୍ଭବତୀ ହେଲା ଝିଅ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଜଣେ ଯୁବତୀଙ୍କ ସହ ଅମାନବୀୟ ଘଟଣା ଦେଖିବାକୁ ମିଳିଛି, ପରିବାର ଲୋକେ ଜିଅନ୍ତା ଜାଳିଦେବାକୁ ପ୍ରୟାସ କରୁଥିବା ଖବର ସାମ୍ନାକୁ ଆସିଛି । ଯୁବତୀଙ୍କ ଗର୍ଭବତୀ କଥାକୁ ନେଇ ତାଙ୍କ ମାଆ ଏବଂ ଭାଇ ପେଟ୍ରୋଲ ପକାଇ ଜାଳିଦେବାକୁ ଚେଷ୍ଟା କରିଛନ୍ତି । ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ସୂଚନା ମୁତାବକୁ, ଜଣେ ୨୩ ବର୍ଷୀୟ ଯୁବତୀ ସେହି ଗାଁର ଜଣେ ଯୁବକଙ୍କ ସହ ଶାରୀରିକ ସଂପର୍କ ରଖିଥିଲା । ଏହାରି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଯାଇଛନ୍ତି । ଯେତେବେଳେ ଏହି କଥା ଘର ଲୋକଙ୍କୁ ଜଣାପଡିଲା ସେମାନେ ରାଗରେ ଆସି ଏଭଳି ନିଷ୍ପତି ନେଚନ୍ତି। ସେମାନେ ଯୁବତୀଙ୍କ ଟେଷ୍ଟ କରାଇବା ପରେ ସତ ସାମ୍ନାକୁ ଆସିଥିଲା । ଯାହାପରେ ଘରଲୋକେ ଯୁବତୀଙ୍କୁ ଜଙ୍ଗଲକୁ ନେଇ ପେଟ୍ରୋଲ ପକାଇ ଜିଅନ୍ତା ନିଆଁ ଲଗାଇଦେଇଥିଲେ ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

ଏହି ଘଟଣା ରେ ତାଙ୍କ ନିଜ ମାଆ ଏବଂ ଭାଇ ସାମିଲ ଅଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯୁବତୀଙ୍କୁ ପରିବାର ଲୋକେ ପ୍ରଥମେ ମାରପିଟ କରିଥିଲେ । ଏହାପରେ ଜଙ୍ଗଲକୁ ନେଇ ଏଭଳି ଅମାନବୀୟ ଘଟଣା କରିବାକୁ ତିଳେ ବି ଭାବି ନଥିଲେ । 

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ଯୁବତୀ ଏପରି ଜଳୁଥିବା ଅବସ୍ଥାରେ ଚିତ୍କାର କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ଯୁବତୀଙ୍କ ଅବସ୍ଥା ବର୍ତ୍ତମାନ ଗୁରତର ଅଛି । 

ଅଧିକ ପଢ଼ନ୍ତୁ: ଏଣିକି ଗାଁରୁ ଗଡ଼ିବ ସରକାରୀ ଗାଡ଼ି, ଓଡିଶା ପହଞ୍ଚିଲା ଲାକ୍‌‌ମୀ ବସ୍‌‌ , ସୁଦୃଢ଼ ହେବ ଗ୍ରାମ୍ୟ ଅର୍ଥନୀତି

ଏଥିରେ ଯୁବତୀଙ୍କ ଶରୀରର ୭୦ ଭାଗ ଜଳିଯାଇଛି । ପୋଲିସ ଏହି ଅଭିଯୋଗରେ ଯୁବତୀଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି । ଅଭିଯୁକ୍ତକାରୀଙ୍କ ଉପରେ ୩୦୭ ଧାରା ପଞ୍ଜୀକୃତ କରାଯାଇଛି ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

Share this story