୪ ଦଶନ୍ଧି ହେଲା ସ୍ବାଧୀନତା ସଂଗ୍ରାମୀଙ୍କୁ ମିଳିନି ପେନ୍‌ସନ୍‌, ୬ ପ୍ରତିଶତ ହାରରେ ସୁଧ ଦେବାକୁ ନିର୍ଦ୍ଦେଶ ଦେଲା ହାଇକୋର୍ଟ
 

Court Fines Centre For Delaying 96-Year-Old Freedom Fighters Pension For 4 Decades
୪ ଦଶନ୍ଧି ହେଲା ସ୍ବାଧୀନତା ସଂଗ୍ରାମୀଙ୍କୁ ମିଳିନି ପେନ୍‌ସନ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ଅବହେଳା ପାଇଁ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଜଣେ ୯୬ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦେବା ପାଇଁ ୪୦ ବର୍ଷ ଲଗାଇ ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ଅଧିକ ପଢନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ  

ସ୍ବାଧୀନତା ସଂଗ୍ରାମୀ ଉତ୍ତମ ଲାଲ ସିଂହଙ୍କ ମାମଲା ଉପରେ ବିଚାର କରି ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ୬ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଜରିମାନା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲାଲ୍‌ଙ୍କୁ ୧୯୮୦ ମସିହାରୁ ସ୍ବତନ୍ତ୍ରତା ସୈନିକ ସମ୍ମାନ ପେନ୍‌ସନ ପ୍ରଦାନ କରିବାକୁ କହଛନ୍ତି। ଏହା ଉପରେ ୬ ପ୍ରତିଶତ ହାରରେ ସୁଧ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...

ସ୍ବାଧୀନତା ସଂଗ୍ରାମରେ ଝାଳ ଏବଂ ରକ୍ତ ଦେଇଥିବା ବ୍ୟକ୍ତି ପେନ୍‌ସନ ପାଇଁ ୪୦ ବର୍ଷ ହେଲା ଘୂରି ବୁଲୁଛନ୍ତି ବୋଲି କୋର୍ଟ କହିଛନ୍ତି। କୋର୍ଟ ଗତ ୨ ତାରିଖରେ ଏହି ରାୟ ଦେଇଥିଲେ। ସୂଚନା ଅନୁଯାୟୀ ବିହାର ସରକାର ଲାଲଙ୍କୁ ପେନ୍‌ସନ ଦେବା ପାଇଁ କେନ୍ଦ୍ରକୁ ସୁପାରିସ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ତାଙ୍କ କାଗଜପତ୍ର ହଜାଇ ଦେଇଥିଲେ। ଜଣେ ସ୍ବାଧୀନତା ସଂଗ୍ରାମୀଙ୍କୁ ଯେଉଁ ଭଳି ବ୍ୟବହାର ଦିଆଗଲା ତାହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କୋର୍ଟ କହିଛନ୍ତି।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story