ଇସ୍ରୋର ଚନ୍ଦ୍ର ଅଭିଯାନକୁ ଦକ୍ଷିଣ ଭାରତର ଜଣେ ଅଧ୍ୟାପକଙ୍କ ସମାଲୋଚନା; ବିଫଳ ହେବ କହି ବିବାଦରେ ଫସିଲେ

chandrayaan 3 will fail kannada lecturer mocks moon mission govt seeks explanation

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟ୍‌ରେ ‘ଚନ୍ଦ୍ରଯାନ-୩ ଅଭିଯାନ’କୁ ବିଦ୍ରୂପ କରିଥିବା ମାଲେଶ୍ବରମ୍‌ସ୍ଥିତ ଏକ ‘ପିୟୁ କଲେଜ’ର ଜଣେ କନ୍ନଡ଼ ଅଧ୍ୟାପକଙ୍କୁ କର୍ଣ୍ଣାଟକ ପ୍ରାକ୍‌-ବିଶ୍ବବିଦ୍ୟାଳୟ ଶିକ୍ଷା ବିଭାଗ (ପ୍ରି-ୟୁନିଭର୍ସିଟି) କୈଫିୟତ୍‌ ମାଗିଛି।

ଅଧିକ ପଢ଼ନ୍ତୁ: ଯୁକ୍ତ ୨ ପାଠ ପଢ଼଼ି କରୁଥିଲେ ରୋଗୀଙ୍କ ଚିକିତ୍ସା, ଏହି ବଡ କଲେଜରୁ ଡିଗ୍ରୀ ହାସଲ କରିଥିବା କହି ଫସିଲେ ନକଲି ଡାକ୍ତର

ଦଳିତ ସାମାଜିକକର୍ମୀ ତଥା ଅଧ୍ୟାପକ ହୁଲିକୁନ୍ତେ ମୁର୍ତ୍ତି କନ୍ନଡ଼ ଭାଷାରେ ଟୁଇଟ୍‌ କରି କହିଛନ୍ତି, ଚନ୍ଦ୍ରଯାନ-୩ ବିଫଳ ହେବ। ‘ତିରୁପତି ନାମା’ର କିଛି ଅଂଶ ଉଦ୍ଧୃତ କରି ସେ କହିଛନ୍ତି ଯେ, ଏଥର ବି ଚନ୍ଦ୍ରାଭିଯାନ ବିଫଳ ହେବ। ସ୍ମରଣଯୋଗ୍ୟ, ‘ଚନ୍ଦ୍ରଯାନ-୩’ ଉତ୍‌କ୍ଷେପଣ ପୂର୍ବରୁ ‘ଇସ୍ରୋ’ର ବୈଜ୍ଞାନିକମାନେ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ଅଧିକ ପଢ଼ନ୍ତୁ: ଖାଆନ୍ତୁ ‘କୋଳଥ ଡାଲି’, ମିଳିବ ଅନେକ ଫାଇଦା

ଉତ୍ତର ବେଙ୍ଗାଲୁରୁ ‘ପିୟୁ’ର ଉପନିର୍ଦେଶକ କହିଛନ୍ତି, ‘ଚନ୍ଦ୍ରଯାନ-୩’ ବିଷୟରେ ମୂର୍ତ୍ତିଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ ସୋମବାର ଦିନ ମୋ ଦୃଷ୍ଟିରେ ପଡ଼ିଲା। ଏଭଳି ବାର୍ତ୍ତା କାହିଁକି ପୋଷ୍ଟ୍‌ କଲେ ବୋଲି ଆମେ ତାଙ୍କୁ କୈଫିୟତ୍‌ ମାଗିଛୁ। ବୁଧବାର (ଆଜି) ସେ ତାଙ୍କ ଜବାବ ଦାଖଲ କରିବେ। ତାଙ୍କ ଜବାବକୁ ଭିତ୍ତିକରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢ଼ନ୍ତୁ : ବାଟରେ ଚାଲୁ ଚାଲୁ ଟଙ୍କାଟିଏ ଯଦି ମିଳେ କଣ କରିବେ? କଣ କହୁଛି ଜ୍ୟୋତିଷ ଶାସ୍ତ୍ର...

ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ‘ବିଜେପି’ ନେତା ଏସ୍‌. ସୁରେଶ କୁମାର ମଧ୍ୟ ଉକ୍ତ ଅଧ୍ୟାପକଙ୍କ ଆଚରଣ ସଂକ୍ରାନ୍ତରେ ନୂତନ ସ୍କୁଲ୍‌ ଶିକ୍ଷାମନ୍ତ୍ରୀ ମଧୁ ବାଙ୍ଗାରପ୍ପାଙ୍କୁ ସ୍ପଷ୍ଟୀକରଣ ମାଗି ପତ୍ର ଲେଖିଛନ୍ତି।

ଅଧିକ ପଢ଼ନ୍ତୁ : ଇଲିୟାନାଙ୍କ ପେଟରେ କାହା ପିଲା? ବିନା ବିବାହରେ ହେବେ ମାଆ, ସାମ୍ନାକୁ ଆସିଲେ ମିଷ୍ଟ୍ରୀ ମ୍ୟାନ୍ 

ପତ୍ରରେ ସେ ଲେଖିଛନ୍ତି: ସମଗ୍ର ଦେଶବାସୀ ‘ଚନ୍ଦ୍ରଯାନ-୩’ର ସଫଳ ଉତ୍‌‌କ୍ଷେପଣରେ ଆନନ୍ଦିତ ହେଉଥିବା ଦିନ ହିଁ ଏ ଅଧ୍ୟାପକ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ରେ ଏଭଳି ଟିପ୍ପଣୀ ଦେଲେ। ଏଭଳି ବ୍ୟକ୍ତି ଆମ ପିଲାମାନଙ୍କୁ କି ପ୍ରେରଣା ଦେବେ। ତାଙ୍କଠାରୁ ସ୍ପଷ୍ଟୀକରଣ ମଗାଯାଉ ଏବଂ ପୁଣି ଯେମିତି ଏଭଳି ଆଚରଣ ନ କରନ୍ତି ସେଥିପାଇଁ ସାବଧାନ କରାଇ ଦିଆଯାଉ।

Share this story