ପୁଣି ଡ଼ରାଇଲାଣି ଚୀନ୍ ଭାଇରସ୍, ସମସ୍ତ ରାଜ୍ୟକୁ ସତର୍କ କରି ଏଡ଼ଭାଇଜାରୀ ଜାରି କଲେ କେନ୍ଦ୍ର ସରକାର
 

Centre advises states to review hospital preparedness amid China pneumonia scare
ଚୀନରେ ଆତଙ୍କ ଖେଳାଉଛି ଏହି ନୂଆ ରୋଗ

ଓଡ଼ିଆ ଗସିପ୍ ବ୍ୟୁରୋ: ଚୀନ୍‌ରେ ବଢ଼ୁଥିବା ନିମୋନିଆ ଓ ଶ୍ଵାସ ରୋଗ ଭାରତ ପାଇଁ ଚିନ୍ତା ବଢାଇଦେଇଛି। ଚୀନରେ ଆତଙ୍କ ଖେଳାଇଥିବା ଏଚ୍୯ଏନ୍୨ ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ନେଇ ସତର୍କ ହୋଇଛନ୍ତି ଭାରତ ସରକାର। 

ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଜୟ ଶୁକ୍ଳା ଲୋକମାନଙ୍କୁ ସତର୍କ ରହିବା ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ବେଳେ ଏବେ ଭାରତ ସରକାର ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ଅଧିକ ପଢନ୍ତୁ : ଦାନା ବାନ୍ଧୁଛି ବଡ଼ ଲଘୁଚାପ, ଘୂର୍ଣ୍ଣିବଳୟ ଫଳରେ ରାଜ୍ୟରେ ଏହି ଦିନ ହାଲୁକା ବର୍ଷା ସମ୍ଭାବନା

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ଥ୍ୟସେବା ପ୍ରସ୍ତୁତିର ତୁରନ୍ତ ସମୀକ୍ଷା କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଚୀନରେ ପିଲାମାନଙ୍କ ମଧ୍ୟରେ ମାଇକୋପ୍ଲାଜ୍ମା ନିମୋନିଆ ଓ ଇନଫ୍ଲୁଏଞ୍ଜା ଫ୍ଲୁ ପ୍ରସାର ଯୋଗୁଁ ଉତ୍ପନ୍ନ ପରିସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଛନ୍ତି ଏବଂ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । 

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ

ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟସେବା ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ବିଶେଷ ନିର୍ଦ୍ଦେଶ ଦେଇଛି। ଏହାଛଡ଼ା ଇନଫ୍ଲୁଏଞ୍ଜା ଓ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସଚିବ ଏକ ଚିଠିରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଖାନା ଗୁଡ଼ିକରେ ସ୍ୱାସ୍ଥ୍ୟସେବାର ତୁରନ୍ତ ସମୀକ୍ଷା କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ କହିଛନ୍ତି । ସମସ୍ତ ରାଜ୍ୟକୁ ସତର୍କ ନଜର ରଖିବାକୁ କୁହାଯାଇଛି। 

ଅଧିକ ପଢନ୍ତୁ :ଜଙ୍ଗଲରେ ଉଲଗ୍ନ ଅବସ୍ଥାରେ ବିଧବା ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା

କରୋନା ମହାମାରୀର ତିନି ବର୍ଷ ପରେ ଚୀନ୍‌ରେ ଶ୍ୱାସ ରୋଗର ଲହର ଦେଖିବାକୁ ମିଳିଛି । ଏହା ଦ୍ୱାରା ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି। କୋଭିଡ୍-୧୯ ଭଳି ପରିସ୍ଥିତି ଏଡ଼ାଇବା ପାଇଁ ସମସ୍ତ ରାଜ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ସରକାର କହିଛନ୍ତି ଯେ ସମ୍ପ୍ରତି ଶ୍ଵାସ ରୋଗ ମାମଲା ଅଧିକ ରିପୋର୍ଟ ହେଉଛି ଯେଉଁଥିରେ ସ୍ୱାଇନ୍ ଫ୍ଲୁ, ମାଇକୋପ୍ଲାଜମା ନିମୋନିଆ ଓ SARS-CoV-2 ସାମିଲ । କିନ୍ତୁ ବର୍ତ୍ତମାନ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି।

ଅଧିକ ପଢନ୍ତୁ :ସପ୍ତାହିକ ରାଶିଫଳ: ପାରିବାରିକ ଜୀବନରେ ଅସ୍ଥିରତା ସହିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ, ଜାଣନ୍ତୁ କେମିତି କଟିବ ଏହି ସପ୍ତାହ
 

Share this story