ଅନଲାଇନ ବେଟିଂ ସମ୍ବନ୍ଧୀୟ ବିଜ୍ଞାପନ ଦେଖାନ୍ତୁ ନାହିଁ ଗଣମାଧ୍ୟମ, କାର୍ଯ୍ୟାନୁଷ୍ଠାନ ନେଇ ସତର୍କ କଲା କେନ୍ଦ୍ର

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରମୁଖ କ୍ରୀଡ଼ା ଇଭେଣ୍ଟ ବିଶେଷ କରି କ୍ରିକେଟ ଖେଳେବେଳେ ଅନଲାଇନ ବେଟିଂ ତଥା ଜୁଆଖେଳ ସହ ଜଡ଼ିତ ବିଜ୍ଞାପନ ନ ଦେଖାଇବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଛି । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।
ଏଥିରେ କୁହାଯାଇଛି, ଏଭଳି ବିଜ୍ଞାପନରେ କଳା ଟଙ୍କ ଲାଗିଥିବା ସମ୍ଭାବନା ରହିଛି । ଏହି ଆଡଭାଇଜରି ପାଳନ ନ କଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ।
ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ
ଗଣମାଧ୍ୟମ ସଂସ୍ଥା ସହ ଅନଲାଇନ୍ ବିଜ୍ଞାପନ ମଧ୍ୟସ୍ଥି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ମଧ୍ୟ ଏହି ଆଡଭାଇଜରି ଜାରି ହୋଇଛି । ମନ୍ତ୍ରଣାଳୟ ନିକଟରେ ଏଜେଣ୍ଟମାନଙ୍କ ଏକ ନେଟୱାର୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉଲ୍ଲେଖ କରି କହିଛି, ସେମାନେ ଅନଲାଇନ ଜୁଆ ଖେଳର ଗ୍ରାହକଙ୍କ ଠାରୁ ବହୁ ଟଙ୍କା ସଂଗ୍ରହ କରି ଭାରତ ବାହାରକୁ ପଠାଇଥାନ୍ତି ।
ଜୁଆ ଖେଳ / ବେଟିଂ ପ୍ଲାଟଫର୍ମରେ ବିଜ୍ଞାପନ ବିଶେଷକରି ଯୁବକ ଏବଂ କିଶୋରଙ୍କ ପାଇଁ ଘୋର ଆର୍ଥିକ ଏବଂ ସାମାଜିକ-ଅର୍ଥନୈତିକ ରିସ୍କ ସୃଷ୍ଟି କରିଥାଏ । ମନି ଲଣ୍ଡରିଂ ନେଟୱାର୍କ ସହିତ ଏହି ସିଷ୍ଟମର ଲିଙ୍କ ରହିଛି, ଯାହା ଦେଶର ଆର୍ଥିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ।
ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ
ମନ୍ତ୍ରଣାଳୟ ଆଡଭାଇଜରିରେ କୁହାଯାଇଛି ଯେ ଏଭଳି ବିଜ୍ଞାପନ ପାଇଁ ଖର୍ଚ୍ଚ କଳା ଟଙ୍କାରୁ ହେଉଥିବା ଆଶଙ୍କା ରହିଛି । ବିଜ୍ଞାପନ ମଧ୍ୟସ୍ଥି ତଥା ସୋସିଆଲ ମିଡିଆ ପ୍ଲାଟଫର୍ମ ସହ କିଛି ମିଡିଆ ସଂସ୍ଥା କ୍ରିକେଟ୍ ଓ ଅନ୍ୟ ପ୍ରମୁଖ କ୍ରୀଡା ଇଭେଣ୍ଟ ସମୟରେ ବେଟିଂ ଏବଂ ଜୁଆ ପ୍ଲାଟଫର୍ମର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ବିଜ୍ଞାପନକୁ ଅନୁମତି ଦେଉଛନ୍ତି । ଯେ କୌଣସି ପ୍ରମୁଖ କ୍ରୀଡା ଇଭେଣ୍ଟ, ବିଶେଷକରି କ୍ରିକେଟ୍ ସମୟରେ ଏହିପରି ବ୍ୟାଟିଂ ଏବଂ ଜୁଆ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବାର ପ୍ରବୃତ୍ତି ରହିଛି । ଏହା ଖାଉଟି ସୁରକ୍ଷା ଆଇନ, ୨୦୧୯, ପ୍ରେସ କାଉନସିଲ ଆକ୍ଟ ୧୯୭୮ ଆଦି ଆଇନର ଉଲ୍ଲଂଘନ କରୁଛି ।