୪ପିଲା ଓ ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ୫ଟି ପିଲା ଥିବା ଶାଳୀକୁ ଧରି ଜ୍ୱାଇଁ ଫେରାର...
 

Brother in law absconding with sister in law in haryana karnal
୪ପିଲା ଓ ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ୫ଟି ପିଲା ଥିବା ଶାଳୀକୁ ଧରି ଜ୍ୱାଇଁ ଫେରାର...
 

ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ଅଛି ପ୍ରେମ ଅନ୍ଧ, ସଚ୍ଚା ପ୍ରେମୀ କେବଳ ଏତିକି ବୁଝନ୍ତି ଯେ, ନିଜ ପ୍ରେମ ପାଇଁ ସେମାନେ କିଛି ବି କରି ପାରନ୍ତି । କିନ୍ତୁ ପ୍ରେମକୁ ନେଇ ବେଳେବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଥାଏ ଯାହାକୁ ଗ୍ରହଣ କରିବା ସାଧାରଣରେ ସହଜ ହୋଇନଥାଏ । ସେମିତି ଏକ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ୪ ପିଲାର ବାପା ନିଜ ପତ୍ନୀଙ୍କୁ ଛାଡି ନିଜ ଶାଳୀ ଯାହାଙ୍କର ୫ଟି ପିଲା ଅଛି ତାଙ୍କ ସହ ଫେରାର ହୋଇଯାଇଛନ୍ତି ।

ଅଧିକ ପଢନ୍ତୁ :ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ, ରୁହନ୍ତୁ ସତର୍କ, ଏହି ୩ ରାଶିଙ୍କୁ ପକାଇବ ବିପଦରେ! 

ହରିୟାଣାର କର୍ଣ୍ଣଲରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମିଳିଥିବା ଖବର ମୁତାବକ ଏଠାରେ ୪ ସନ୍ତାନର ପିତା, ପାଞ୍ଚ ସନ୍ତାନର ମା ତାଙ୍କ ଶାଳୀକୁ ନେଇ ଫେରାର ହୋଇଯାଇଛନ୍ତି, ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଉକ୍ତ ବ୍ୟକ୍ତି ପଞ୍ଚମ ଥର ଗର୍ଭବତୀ ଥିବା ପତ୍ନୀଙ୍କ ଯତ୍ନ ନେବା ପାଇଁ ତାଙ୍କ ଶାଳୀକୁ ଆଣି ଥିଲେ ଓ ପରିଶେଷରେ ତାଙ୍କ ସହ ହିଁ ଫେରାର ହୋଇଯାଇଛନ୍ତି । 

ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!

ପାଞ୍ଚ ଦିନ ପରେ ଜ୍ୱାଇଁ ଓ ଶାଳୀଙ୍କ ପଳାତକ ସମ୍ପର୍କରେ ପରିବାର ସଦସ୍ୟ ଜାଣିବାକୁ ପାଇଥିଲେ ଏବଂ ଥାନାରେ ଅଭିଯୋଗ କରିଛନ୍ତି । ପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା। ଏପରି ଏକ ପ୍ରେମଜନିତ ବ୍ୟାପାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ।

ଫେରାର ହୋଇଥିବା ବ୍ୟକ୍ତିଜଣକ ହେଉଛନ୍ତି ୟୁପି ଫାରୁଖାବାଦର ସଲିମ । ସୂଚନା ମୁତାବକ ସଲିମଙ୍କ ଶାଳୀ ତାଙ୍କ ଘରକୁ ବୁଲିବାକୁ ଆସିଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ହଠାତ୍ ଦିନେ ଦୁହେଁ ଯୋଜନା କରି ଘରୁ କେଉଁଆଡେ ଫେରାର ହୋଇଯାଇଥିଲେ । ପାଖାପାଖି ଏକ ସପ୍ତାହ ଧରି ନଫେରିବା କାରଣରୁ ଉଭୟଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ ।

ଅଧିକ ପଢନ୍ତୁ :ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ସ୍ଥାନୀୟଲୋକେ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ  ଦୀର୍ଘ ଦିନରୁ ପ୍ରେମ ସମ୍ପର୍କ ଥିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଆଲୋଚନା ହେଉଥିଲା । ଅନେକ ଥର ଉଭୟଙ୍କୁ ପାଖାପାଖି ଦେଖିଥିଲେ ପଡିଶାଲୋକେ । ତାହା ଆଜି ସତ ବୋଲି ପ୍ରମାଣିତ ହେଲା । ଅନ୍ୟପଟେ ପୋଲିସ ବର୍ତ୍ତମାନ ଉଭୟଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନଥିବା ସୂଚନା ରହିଛି । 

ଅଧିକ ପଢନ୍ତୁ :ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ସାପ୍ତାହିକ ରାଶିଫଳ…
 

Share this story