କେଉଁଠି ରହିଛି ଏଭଳି ମାର୍କେଟ୍‌ ? ଯେଉଁଠି ଶସ୍ତାରେ ବିକ୍ରି ହୁଅନ୍ତି ଯୁବତୀ, ଯେତେ ଅଧିକା ଦାମ୍‌ ସେତେ ଅଧିକ ସୁନ୍ଦରୀ

Bride Market of Bulgaria Where Families Sell Daughters
କେଉଁଠି ରହିଛି ଏଭଳି ମାର୍କେଟ୍‌ ? ଯେଉଁଠି ଶସ୍ତାରେ ବିକ୍ରି ହୁଅନ୍ତି ଯୁବତୀ

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଆଜି ପର୍ଯ୍ୟନ୍ତ ଆପଣ ପନିପରିବା ବଜାର ଠାରୁ ଆରମ୍ଭ କରି ଡ୍ରେସ୍, ଖାଦ୍ୟ ଶସ୍ୟ ତଥା ଅନ୍ୟାନ୍ୟ ଜିନିଷ ବିକ୍ରି ହେଉଥିବା ବଜାର ଦେଖିଥିବେ । କିନ୍ତୁ କେବେ ଶୁଣିଛନ୍ତି କି, କନ୍ୟା ବି ବଜାରରେ ମିଳୁଥିବାର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ମାର୍କେଟ୍ ରହିଛି ଯେଉଁଠି ବିକ୍ରି ହେଉଛନ୍ତି ଯୁବତୀ । ଅର୍ଥ ଦେଇ ନିଜ ପସନ୍ଦର କନ୍ୟା କିଣୁଛନ୍ତି ଯୁବକ । ଯେତେ ଦାମୀ ସେତେ ସୁନ୍ଦରୀ କନ୍ୟା । ତେବେ କେଉଁଠି ରହିଛି ଏଭଳି ମାର୍କେଟ୍‌?

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ବୁଲଗେରିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଯୁବତୀମାନେ ବିକ୍ରି ହୁଅନ୍ତି । ଏହି ମାର୍କେଟକୁ ବ୍ରାଇଡ୍ ମାର୍କେଟ୍ (କନ୍ୟା ବଜାର) କୁହାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ବଜାର ସମ୍ପୂର୍ଣ୍ଣ ଭାବେ ଆଇନଗତ । ଏହି ବଜାରକୁ ଯାଇ ଯୁବକ ମାନେ ନିଜ ପସନ୍ଦର ପତ୍ନୀ କିଣନ୍ତି । ବୁଲଗେରିଆର ଷ୍ଟାରା ଜାଗୋର ନାମକ ଏକ ସ୍ଥାନରେ ରହିଛି ଏହି ମାର୍କେଟ । ପୁରୁଷ ନିଜ ପରିବାର ସହିତ ଏହି ସ୍ଥାନକୁ ଆସି ନିଜ ପସନ୍ଦର ଝିଅ ବାଛନ୍ତି । ଆଉ ଝିଅ ପସନ୍ଦ କରିବା ପରେ ପରିବାର ସଦସ୍ୟଙ୍କ ମୂଲ୍ୟ ନିର୍ଦ୍ଧାରଣ କରନ୍ତି ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ଝିଅର ପରିବାର ଲୋକେ ମୂଲ୍ୟରେ ସନ୍ତୁଷ୍ଟ ହେଲେ ଝିଅକୁ ବିକ୍ରି କରାଯାଏ । ରେଟ୍‌ ଫାଇନାଲ ହେବା ପରେ ଯୁବତୀଙ୍କୁ ଘରକୁ ନେଇ ପତ୍ନୀର ମାନ୍ୟତା ଦିଅନ୍ତି ସଂପୃକ୍ତ ଯୁବକ । ବଡ କଥା ହେଉଛି ଯେଉଁ ଯୁବତୀଙ୍କ ଆର୍ଥିକ ପରିସ୍ଥିତି ଖରାପ ସେମାନେ ମୁଖ୍ୟତଃ ଏହି ବଜାରରେ ଆସି ନିଜକୁ ବିକ୍ରି କରିଥାନ୍ତି । ଯେଉଁ ବାପା-ମା ନିଜ ଝିଅ ବିବାହ କରିବାକୁ ଅସମର୍ଥ ସେମାନେ ଝିଅକୁ ନେଇ ଏହି ବଜାରକୁ ଆସନ୍ତି । ଆଉ ଯେଉଁ ଯୁବକଙ୍କୁ ଯୁବତୀଙ୍କ ଆବଶ୍ୟକତା ଥାଏ ସେମାନେ ଏଠାକୁ ଆସି ଉପଯୁକ୍ତ ମୂଲ୍ୟ ଦେଇ ଝିଅକୁ ନିଅନ୍ତି ।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ବୁଲଗେରିଆରେ ଏଭଳି ପରମ୍ପରା ଏବେକାର ନୁହେଁ । ବର୍ଷ ବର୍ଷ ଧରି ପିଢି ପରେ ପିଢି ଏହା କରିଆସୁଛନ୍ତି । ଯେଉଁ ଯୁବତୀ ପୂର୍ବରୁ ବିବାହ କରିନଥିବେ ସେମାନଙ୍କୁ ମୂଲ୍ୟ ଅଧିକ । ପୂର୍ବରୁ ବିବାହ କରିଥିଲେ କମ୍‌ ଦାମରେ ବିକ୍ରି ହେବାକୁ ପଡେ । ଆଉ ଏଠାରେ ପତ୍ନୀ କିଣିବାକୁ ଅନେକ ଗୁଡିଏ ନିୟମ ମଧ୍ୟ ରହିଛି । ଯାହାକୁ କି ପାଳନ କରିବା ଅପରିହାର୍ଯ୍ୟ । ଯେପରିକି ଯେଉଁ ଯୁବକ ଝିଅଙ୍କୁ କିଣିବେ ସେ ସମାନ ସମ୍ପ୍ରଦାୟର ହୋଇଥିବା ଆବଶ୍ୟକ । ଆଉ ଝିଅ ଗରିବ ହୋଇଥିବା ଆବଶ୍ୟକ । ଆର୍ଥିକ ଦୃଷ୍ଟିରୁ ଯେଉଁମାନେ ସ୍ବଚ୍ଛଳ ସେମାନେ ନିଜ ଝିଅକୁ ଏଠାରେ ବିକ୍ରି କରିନଥାନ୍ତି । ଆଉ ଥରେ ଯୁବତୀଙ୍କୁ କିଣିବା ପରେ ତାଙ୍କୁ ପତ୍ନୀଙ୍କ ମାନ୍ୟତା ଦେବା ବାଧ୍ୟତାମୂଳକ କରାଯାଇଛି ।

Share this story