ବିବାହ ପରେ କନ୍ୟାର ପିତା ରଖିଲେ ତିନୋଟି ଅଜବ ସର୍ତ୍ତ, କହିଲେ ମୋ ଝିଅ ସହ...

bride father kept these demands during marriage

ଓଡ଼ିଆ ଗସିପ ବ୍ୟୁରୋ : ବାହାଘର ପରେ ବିଦାୟ ସମୟରେ କନ୍ୟାର ପିତା ବର ଆଗରେ ତିନୋଟି ଅଜବ ସର୍ତ୍ତ ରଖିଥିଲେ । ଯାହା ଶୁଣି ସେଠାରେ ଥିବା ବର ପକ୍ଷ ଓ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଦୁନିଆରେ ଏମିତି ଅନେକ ଅଜବ ଘଟଣା ସବୁ ଘଟିଥାଏ ଯାହାକୁ ଆଖିରେ ନଦେଖିଲେ କା କାନରେ ନ ଶୁଣିଲେ ବିଶ୍ବାସ କରିହେବ ନାହିଁ । ସେହିପରି ବେଳେ ବେଳେ ଏମିତି ବି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ ।

ନିକଟରେ ଉତ୍ତରପ୍ରଦେଶ ଝାନସୀ ଜିଲ୍ଲାରୁ ବିବାହ ସମୟରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯାହା ଶୁଣି ଆପଣଙ୍କ ହୋସ ଉଡ଼ିଯିବ । ବାହାଘର କାର୍ଯ୍ୟ ଚାଲୁଥିଲା । ହାତଗଣ୍ଠି ପରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ନେଇ ଥିଲେ ବର ଓ କନ୍ୟା। ସମସ୍ତ ରୀତିନୀତି ଅନୁଯାୟୀ ବିବାହ ସଂପନ୍ନ ହୋଇଥିଲା ।

ଅଧିକ ପଢ଼ନ୍ତୁ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା

ବିଦାୟ ବେଳେ କନ୍ୟାଙ୍କ ପିତା ବର ଆଗରେ ତିନୋଟି ଅଜବ ସର୍ତ୍ତ ରଖିଥିଲେ । ଯାହା ଶୁଣି ସେଠାରେ ଥିବା ବର ପକ୍ଷ ଓ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତିନୋଟି ସର୍ତ୍ତ ମଧ୍ୟରୁ ଗୋଟିଏ ସର୍ତ୍ତ ଏହା ଥିଲା କି, ଉଭୟ ବର (Groom) ଓ କନ୍ୟା (Bride) ମଧ୍ଯରେ କୌଣସି ପ୍ରକାର ଶାରୀରିକ ସମ୍ପର୍କ ରହିବ ନାହିଁ । ବର ଶ୍ୱଶୁରଙ୍କ ଏହି ଅଜବ ସର୍ତ୍ତ ଶୁଣିବା ପରେ ଏହାକୁ ମାନିବାକୁ ବାରଣ କରିଦେଇଥିଲେ ।

ସୂଚନା ଅନୁଯାୟୀ, ଝାନସୀ ଜିଲ୍ଲା (Jhansi) ବାରୁଆସାଗର ପୋଲିସ ଷ୍ଟେସନ ଅନ୍ତର୍ଗତ ସେନୌରା ଅଞ୍ଚଳର ବାସିନ୍ଦା ମାନଭେନ୍ଦ୍ର ସେନଙ୍କ ସହ ଗୁରସରାଁୟ ବାସିନ୍ଦା ଜ୍ୟୋତିଙ୍କ ବିବାହ ଠିକ୍ ହୋଇଥିଲା। ଜୁନ୍ ୬ ତାରିଖରେ ଉଭୟଙ୍କ ବିବାହ ହେବା ନେଇ ସ୍ଥିର ହୋଇଥିଲା ।

ବିବାହ ଦିନ ବାଣ ଫୁଟାଇ, ବାଜ ବଜାଇ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ଜ୍ୟୋତିଙ୍କ ଘର ପହଁଞ୍ଚିଥିଲେ ବର ମାନଭେନ୍ଦ୍ର। ତାପରେ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ୟ । ନାଚ, ଗୀତ ସହ ବେଶ ଧୁମଧାମ୍ ଚାଲିଥିଲା ବିବାହ (Marriage) ।

ସମସ୍ତ ରୀତିନୀତି ଅନୁଯାୟୀ ବିବାହ ସଂପନ୍ନ ହୋଇଥିଲା । ଏହାପରେ କନ୍ୟା ବିଦାୟ ସମୟ ଆସିବା ପରେ ବର ପକ୍ଷ ବିଦାୟୀ ନେଇ ପ୍ରସ୍ତୁତି କରୁଥିଲେ । ଠିକ୍ ଏହି ସମୟରେ କନିଁଆ ଶାଶୁ ଘରକୁ ଯିବେ ନାହିଁ ବୋଲି ମନା କରିଦେଇଥିଲେ । ଯାହା ଫଳରେ କାନମୁଣ୍ତା ଆଉଁସି ଘରକୁ ଫେରିଥିଲା ବର ।

ଅଧିକ ପଢ଼ନ୍ତୁ : ୬୦ ବର୍ଷ ବୟସରେ ଦ୍ବିତୀୟ ବିବାହ ଏହି ଜଣାଶୁଣା ବଲିଉଡ ଅଭିନେତା, ଧରିଲେ ଆସାମର ରୁପାଲିଙ୍କ ହାତ

ବାସ୍ତବର, ଜ୍ୟୋତିଙ୍କ ପିତା ବର ଆଗରେ ତିନୋଟି ସର୍ତ୍ତ ରଖିଥିଲେ। ଯେଉଁଥିରେ ପ୍ରଥମ ସର୍ତ୍ତ (conditions) ଥିଲା ଯେ, ଉଭୟଙ୍କ ମଧ୍ଯରେ କୌଣସି ପ୍ରକାର ଶାରୀରିକ ସମ୍ପର୍କ ରହିବ ନାହିଁ । ଦ୍ୱିତୀୟ ସର୍ତ୍ତ ଥିଲା ଯେ, ଜ୍ୟୋତିଙ୍କ ସାନ ଭଉଣୀ ତାଙ୍କ ସହ ତାଙ୍କ ଶାଶୁ ଘରେ ରହିବେ । ତୃତୀୟ ସର୍ତ୍ତ ଥିଲା ଯେ, ବାପା ଯେ କୌଣସି ସମୟରେ ତାଙ୍କ ଶାଶୁ ଘରକୁ ଯିବା ଆସିବା କରିପାରିବେ, ତାଙ୍କୁ ଏଥିଲାଗି କେହି ଅଟକାଇବେ ନାହିଁ ।

ବର ମାନବେନ୍ଦ୍ର ଶ୍ବଶୁରଙ୍କ ଏହି ଅଜବ ସର୍ତ୍ତ ଶୁଣି ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏହା ଶୁଣି ଜ୍ୟୋତି ରାଗରେ ତମତମ ହୋଇ ଶାଶୁ ଘରକୁ ନଯାଇ ବାପା ଘରକୁ ଚାଲିଆସିଥିଲେ । ତେବେ ଜ୍ୟୋତିଙ୍କ ପିତା କେଉଁ କାରଣ ଲାଗି ଏଭଳି ଅଜବ ସର୍ତ୍ତ ରଖିଥିଲେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଏନେଇ ପୋଲିସ ନିକଟରେ କୌଣସି ମାମଲା ମଧ୍ଯ ରୁଜୁ କରାଯାଇନଥିବା ଜଣାପଡ଼ିଛି ।

Share this story