ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା

low depression formed over Bay of Bengal

ଓଡ଼ିଆ ଗସିପ ବ୍ୟୁରୋ: ବଙ୍ଗୋପସାଗରରେ ଲଘୁଚାପ । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମିଆଁମାର ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ଏହି ଲଘୁଚାପ କ୍ଷେତ୍ରଟି ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ସୁଦୃଶ୍ୟ ଲଘୁଚାପ ପରିଣତ ହେବା ପରେ ଏହାର ପ୍ରଭାବ କ’ଣ ରହିବ ଓ ଏହା କେଉଁ ଦିଗ ଦେଇ ଗତି କରିବ ତାହା ସ୍ପଷ୍ଟ ହେବ ବୋଲି ଆଇଏମଡି କହିଛି ।

ଅଧିକ ପଢ଼ନ୍ତୁ : ସୀମା ଟପିଲା ବର୍ବରତା: ମହିଳା ବାନ୍ଧବୀଙ୍କୁ ହତ୍ଯା କରି ଶବକୁ ଖଣ୍ଡ ଖଣ୍ଡ କରି କୁକରରେ ସିଝାଇଲା ପ୍ରେମିକ

ଅନ୍ୟପଟେ ବର୍ତ୍ତମାନ ଓଡ଼ିଶାରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ହେଉଛି । ଯାହା ଫଳରେ ଲୋକମାନେ ହସ୍ତସନ୍ତ ହେଉଛନ୍ତି । କିଛି ସ୍ଥାନରେ ଅପରାହ୍ନ ପରେ କାଳବୈଶାଖୀ ବର୍ଷା ପବନ ହେଉଛି । କିନ୍ତୁ ପୁଣି ଗରମ ସହ ଗୁଳୁଗୁଳି ଅନୁଭୁତ ହେଉଛି ।

ସେପଟେ ଲଘୁଚାପ କ୍ଷେତ୍ରର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ମିଆଁମାର ଓ ତାର ଆଖପାଖ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।

Share this story