ବେଆଇନ ବାଣ କାରଖାନାରେ ବିସ୍ଫୋରଣ, ଆଖପାଖ ଘର ଛିନଛତ୍ର, ୮ଜଣଙ୍କ ମୃତ୍ୟୁ , ୧୨ ଗୁରୁତର

Blast rips through illegal cracker factory 5 dead in West Bengals Duttapukur Kolkata
ବାଣ କାରଖାନାରେ ବିସ୍ଫୋରଣ, ଆଖପାଖ ଘର ଛିନଛତ୍ର, ୮ଜଣଙ୍କ ମୃତ୍ୟୁ , ୧୨ ଗୁରୁତର

ଓଡ଼ିଆ ଗସିପ୍ ବ୍ୟୁରୋ: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଦତ୍ତପୁକୁରରେ ରବିବାର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୨ ଜଣ ଲୋକ ଆହତ ହୋଇଥିବା ବେଳେ ଅନେକ ଘର ନଷ୍ଟ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ରବିବାର ସକାଳ ପ୍ରାୟ ୧୦ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏବେ ଭୟଙ୍କର ଥିଲା ଯେ ଆଖପାଖ ଘର ଛିନଛତ୍ର ହୋଇପଡ଼ିଥିଲା । ଆଉ ମୃତଦେହ ଏତେତେଣେ ପଡ଼ିଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଗୁରୁତର ଆହତଙ୍କୁ ବରସାତ ହସ୍ପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଏହା ପୂର୍ବରୁ ରାଜ୍ୟର ଏଗ୍ରା ଓ ବଜବଜରେ ମଧ୍ୟ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା ।

Share this story