ମତଦାନର ଦିନକ ପରେ BJP ର ଲୋକସଭା ପ୍ରାର୍ଥୀ ତଥା ୫ ଥର ବିଧାୟକଙ୍କ ହୃଦଘାତରେ ମୃତ୍ୟୁ
 

BJP Moradabad candidate a 5-time MLA dies day after polling
BJP ର ଲୋକସଭା ପ୍ରାର୍ଥୀଙ୍କ ହୃଦଘାତରେ ମୃତ୍ୟୁ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଜୀବନ, ଆଜି ଅଛି କାଲିକୁ ନାହିଁ । କାହାକୁ କେତେବେଳେ ଯେ ମୃତ୍ୟୁ ଡ଼ାକିବ ତାହା କେହି ବି କହି ପାରିବେ ନାହିଁ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୋରାଦାବାଦରେ । ଏଠାକାର ଲୋକସଭା ଆସନର ବିଜେପି ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ଶନିବାର ପରଲୋକ ହୋଇଯାଇଛି।

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଅର୍ଥାଭାବ ଯୋଗୁଁ ଧାର କରି କାର୍ଯ୍ୟ ତୁଲାଇବେ! ପଢନ୍ତୁ ଏ ସପ୍ତାହର ରାଶିଫଳ…

ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଏପ୍ରିଲ ୧୯ରେ ତାଙ୍କ ଆସନରେ ମତଦାନ ହୋଇଥିଲା । ଏହି ଆସନରୁ କୁଅଁର ବିଜେପି ପ୍ରାର୍ଥୀ ଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୁଅଁର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

କୁଅଁରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ୟୁପି ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀ କହିଛନ୍ତିି, ତାଙ୍କ ଗଳାରେ କିଛି ସମସ୍ୟା ଥିଲା। ଏଥିପାଇଁ ତାଙ୍କର ଅପରେସନ ହୋଇଥିଲା। ଗତକାଲି ସେ‌ ଚେକ୍ ଅପ୍ ପାଇଁ ଦିଲ୍ଲୀ ଏମ୍ସ ଯାଇଥିଲେ। କୁଅଁରଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ‌।

ଅଧିକ ପଢନ୍ତୁ : ମାଡ଼ି ଆସୁଛି କାଳବୈଶାଖୀ, ଦୁଇଦିନ ଛେଚିବ ବର୍ଷା ! କମିବ ତାତି, ପୁଣି ଏହି ଦିନଠୁ ବଢିବ ତାପମାତ୍ରା

କୁଅଁର ସର୍ବେଶ ସିଂହ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ମୋରାଦାବାଦରୁ ଲୋକସଭା ସାଂସଦ ଥିଲେ। ତେବେ ସେ ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପ୍ରାର୍ଥୀ ଏସଟି ହାସନ (ବିଏସପି, ଏସପି ଏବଂ ଆରଏଲଡିର ମିଳିତ ପ୍ରାର୍ଥୀ)ଙ୍କ ଠାରୁ ହାରିଯାଇଥିଲେ। କନୱର ୧୯୯୧ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ମୋରାଦାବାଦର ଠାକୁରଦ୍ବାରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଞ୍ଚ ଥର ବିଜେପି ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ
 

Share this story