କଳିଯୁଗ ମା’ର କଳାକାରନାମା, ଝିଅକୁ ବିକ୍ରି କରି ପୁଅକୁ ଛାଡ଼ିଲା ହଷ୍ଟେଲରେ, ଆଉ ତା ପରେ ପ୍ରେମିକ ସହ କଲା..

Bihar woman sells daughter, leaves son at hostel before eloping with lover
କଳିଯୁଗ ମା’ର କଳାକାରନାମା, ଝିଅକୁ ବିକ୍ରି କରି ପୁଅକୁ ଛାଡ଼ିଲା ହଷ୍ଟେଲରେ, ଆଉ ତା ପରେ..

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଆ ଗସିପ୍ ବ୍ୟୁରୋ: କୁହାଯାଏ ପୁଅ ଏକ ଖରାପ ପୁଅ ହୋଇପାରେ କିନ୍ତୁ ଜଣେ ମା କେବେ କୁମାତା ହୋଇପାରିବ ନାହିଁ | କିନ୍ତୁ ମୁଜାଫରପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ​​ଯେଉଁଠାରେ ଜଣେ ମା ନିଜ ଦୁଇ ପିଲାଙ୍କୁ ପ୍ରେମିକ ପାଇଁ ଧୋକା ଦେଇଛି। ଅଭିଯୁକ୍ତ ମହିଳା ତାଙ୍କ ପ୍ରେମିକ ସହିତ ଫେରାର ହେବା ପାଇଁ ୧୪ ବର୍ଷର ଝିଅକୁ 2.5 ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। କେବଳ ଏତିକି ନୁହେଁ ପୁଅକୁ ହଷ୍ଟେଲରେ ରଖିବା ପରେ ସେ ନିଜ ପ୍ରେମିକଙ୍କ ସହ ଦିଲ୍ଲୀ ଯାଇ ଦେଢ଼ ବର୍ଷ ପୂର୍ବେ ବିବାହ କରିଥିଲେ।

ଅଧିକ ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ଯୋଗ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଠିକ୍ ସମୟ ଓ କ’ଣ କହୁଛନ୍ତି ବୈଦିକ ଜ୍ୟୋତିଷ ଶାସ୍ତ୍ର 

ପ୍ରେମରେ ଅନ୍ଧ ହୋଇଗଲେ ବିବାହିତ ମହିଳା, କେହି ବି ଜାଣିପାରିଲେନି ମା’ର ଏହି କାଳାକାରନାମା । କାହାକୁ ବି ହେଲାନି ସନ୍ଦେହ । କିନ୍ତୁ କିଛିଦିନ ଯିବାପରେ ପୁଅର ହଷ୍ଟେଲ୍‌ ଫି’ ନଦେବାରୁ ଏହି ଘଟଣା ସାମ୍‌ନାକୁ ଆସିଛି । ସୂଚନା ଅନୁସାରେ ମହିଳାଙ୍କ ସ୍ୱାମୀଙ୍କ ୨୦୨୧ ମସିହାରେ ଦେହାନ୍ତ ହୋଇଥିଲା । ପରେ ପରେ ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ । ହେଲେ ପୁରୁଷ ଜଣକ ମହିଳାଙ୍କ ପିଲା ଦୁଇଟିକୁ ଗ୍ରହଣ କରିବାକୁ ମନା କରିଥିଲେ । ତେଣୁ ଝିଅଟିକୁ ଜଣେ ବ୍ୟବସାୟୀଙ୍କ ନିକଟରେ ବିକ୍ରି କରିଦେଇଥିଲେ ଏବଂ ପୁଅକୁ ପାଠପଢ଼ା ବାହାନାରେ ହଷ୍ଟେଲରେ ଛାଡିଦେଇଥିଲେ । ଉଭୟ ବିବାହ କରିସାରିବା ପରେ ଫେରାର ହୋଇଯାଇଥିଲେ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ମହିଳା ହଷ୍ଟେଲରେ ଠିକ୍‌ ସମୟରେ ଫି’ ଦାଖଲ ନହେବାରୁ କର୍ତ୍ତୃପକ୍ଷ ପିଲାଟିର ଘରକୁ ଖବର ଦେଇଥିଲେ । ଯାହାଫଳରେ ମହିଳାଙ୍କ ଏପରି କାର୍ଯ୍ୟ ପଦାକୁ ଆସିଥିଲା । ମହିଳା ଜଣକ ଶାଶୂଘରେ ନରହି ପିଲାଙ୍କୁ ପାଠ ପଢ଼ାଇବାକୁ ମୁଜାଫରପୁରରେ ରହିଆସୁଥିଲେ । ହେଲେ ପିଲାମାନଙ୍କ ଘର ଝାଡ଼ଖଣ୍ଡର ରାଞ୍ଚିରେ ବୋଲି ଜଣାପଡ଼ିଛି । ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି । 

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ପୋଲିସର ତଦନ୍ତ ଅନୁସାରେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ମୁଜାଫରପୁରକୁ କାମ କରିବାକୁ ଆସିଥିଲେ । ପିଲାମାନଙ୍କୁ ସେଠାରେ ପଠ ପଢ଼ାଉଥିଲେ । ହେଲେ ସେଠି ରହିବା ସମୟରେ ତାଙ୍କର ଜଣେ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ତେଣୁ ସେ ଏପରି କରିଥିବା ପୋଲିସ କହିଛି । ସେପଟେ ନାବାଳିକା ଝିଅକୁ ଉଦ୍ଧାର କରିଛି ପୋଲିସ । ମହିଳାଙ୍କୁ ଖୋଜି ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
 

Share this story