ବଡ଼ ଖବର! ଫେବୃଆରୀ ୧୬ରେ ଭାରତ ବନ୍ଦ, ଜାଣନ୍ତୁ କାହିଁକି ଓ କେଉଁ ଅଞ୍ଚଳରେ ପଡ଼ିବ ପ୍ରଭାବ?

Bharat Bandh on February 16 which areas will be affected Know details
ଫେବୃଆରୀ ୧୬ରେ ଭାରତ ବନ୍ଦ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତ ବନ୍ଦକୁ ନେଇ ଆସିଛି ଏକ ବଡ଼ ଖବର, ପଞ୍ଜାବ ଓ ହରିୟାଣାର ୨୬ଟି କୃଷକ ସଂଗଠନ ମଙ୍ଗଳବାର ଦିଲ୍ଲୀ ପଦଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପଞ୍ଜାବର ବହୁ ସଂଖ୍ୟକ କୃଷକ ହରିୟାଣା ସୀମାରେ ଏକାଠି ହେବା ଆରମ୍ଭ କରିଛନ୍ତି।

ଏହାରି ଭିତରେ ଭାରତୀୟ କୃଷକ ସଂଗଠନ ଉଗ୍ରହାନ ଗୋଷ୍ଠୀ ନେତା ଯୋଗୀନ୍ଦର ସିଂହ ଉଗ୍ରହାନ ଫେବୃଆରୀ ୧୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ସେ ସମସ୍ତ କୃଷକ ସଂଗଠନ ଏବଂ ବ୍ୟବସାୟୀମାନଙ୍କୁ ଏହାକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି। ଅପରପକ୍ଷେ, ହରିୟାଣାରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପଞ୍ଜାବ ସୀମାବର୍ତ୍ତୀ ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି। ପ୍ରଶାସନ ଏଥିପାଇଁ ସମ୍ପୂର୍ଣ୍ଣ ସଜାଗ୍ ରହିଛି ।

ଅଧିକ ପଢନ୍ତୁ :କିଡ଼ନୀ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ, ଗମ୍ଭୀର ରୋଗରୁ ବଞ୍ଚିଯିବେ...

୧୫ଟି ଜିଲାରେ ଧାରା ୧୪୪ ଲାଗୁ କରାଯାଇଛି। ୭ଟି ଜିଲାରେ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଏହାରି ମଧ୍ୟରେ ସୋମବାର ଅପରାହ୍ନ ୫ଟାରେ କେନ୍ଦ୍ରମନ୍ତ୍ରୀ ଓ କୃଷକ ନେତାଙ୍କ ମଧ୍ୟରେ ଚଣ୍ଡିଗଡ଼ରେ ଗୁରୁତ୍ୱପୂର୍ଣ୍ଣ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ।ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପୀୟୁଷ ଗୋୟଲ, ନିତ୍ୟାନନ୍ଦ ରାୟଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ୍ ଏବଂ ବିଭିନ୍ନ କୃଷକ ସଂଗଠନର ୧୦ ଜଣ ପ୍ରତିନିଧି ସାମିଲ ହେବେ।

ଅଧିକ ପଢନ୍ତୁ :ଆର୍ଥିକ ସ୍ଥିତି ଖରାପ ସହ ମାନସିକ ଅବସାଦରେ ରହିବେ ଏହି ରାଶିର ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଏହାପୂର୍ବରୁ ଫେବୃଆରୀ ୮ରେ କୃଷକ ସଂଗଠନ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କିଛି ଦାବି ଗ୍ରହଣ କରାଯାଇଥିଲା କିନ୍ତୁ ଏମଏସପିକୁ ଆଇନ କରିବା ସମେତ କେତେକ ଦାବି ଉପରେ ସହମତି ପ୍ରକାଶ ପାଇ ନଥିଲା।

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ମାନସିକ ଅଶାନ୍ତି ସହ କଠିନ ପରିସ୍ଥିତିର ସାମ୍ନା କରିବେ! ପଢନ୍ତୁ ରାଶିଫଳ 
 

Share this story