ବିବାହିତ ସୋସିଆଲ୍ ମିଡିଆ ପ୍ରେମିକଙ୍କ ସହ ରହିବାକୁ ବାଂଲାଦେଶ ଛାଡ଼ି ଭାରତ ପଳାଇ ଆସିଲେ ଯୁବତୀ

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣିଥିବେ କିଛି ଦିନ ତଳେ ପ୍ରେମ ପାଇଁ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଯାଉଥିବା ଅନେକ ପ୍ରେମୀଙ୍କ ବିଷୟରେ ସେମାନଙ୍କ ମଧ୍ୟରୁ ସୀମା ହାଇଦର୍ ଜଣେ। ପାକିସ୍ତାନୀ ମହିଳା ସୀମା ହାଇଦର୍ ନିଜ ପ୍ରେମିକ ସଚିନ ମୀନାଙ୍କ ପାଇଁ ଭାରତ ଆସିବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା।
ସୀମାଙ୍କ ପରେ ପରେ ଭାରତ ଛାଡ଼ି ପାକିସ୍ତାନକୁ ନିଜ ପ୍ରେମିକଙ୍କ ନିକଟକୁ ଯାଇଥିଲେ ଅଞ୍ଜୁ। କେବଳ ସୀମା କିମ୍ବା ଅଞ୍ଜୁ ନୁହଁନ୍ତି ତା’ପରେ ପରେ ଏପରି ବିଭିନ୍ନ ମାମଲା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। କିଛି ଦିନ ବ୍ୟବଧାନ ପରେ ପୁଣି ସେହିପରି ଏକ ମାମଲା ଘଟିଛି।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ପ୍ରେମ ପାଇଁ ନିଜ ଦେଶ ଛାଡ଼ି ରାଜସ୍ଥାନରେ ଆସି ପହଞ୍ଚିଛନ୍ତି ଜଣେ ବାଂଲାଦେଶୀ ମହିଳା। ମହିଳାଙ୍କ ନାମ ଉମା ହବିବା ବା ହନି। ସେ ନୂଆଦିଲ୍ଲୀ ଓ କୋଲ୍କାତା ଦେଇ ରାଜସ୍ଥାନର ଅନୁପଗଡ଼ରେ ଆସି ସେପ୍ଟେମ୍ବର ୩ ତାରିଖରେ ପହଞ୍ଚିଛନ୍ତି। ଏବେ ହନି ରାଜସ୍ଥାନର ରାୱଲା ଗ୍ରାମରେ ଥିବା ତାଙ୍କ ପ୍ରେମିକ ରୋଶନଙ୍କ ସହ ରହୁଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ହନି ରୋଶନଙ୍କ ସହ ସୋସିଆଲ୍ ମିଡିଆ ଜରିଆରେ ଯୋଗାଯୋଗରେ ଆସିଥିଲେ। ରୋଶନ ବିବାହିତ। ସେ ୨୦୨୧ ମସିହାରେ ବିବାହ କରିଥିବା ବେଳେ ତାଙ୍କର ଏକ ୭ ମାସର ପୁଅ ଅଛି। ରୋଶନଙ୍କ ପତ୍ନୀ ଏକ ପାରିବାରିକ ଉତ୍ସବ ପାଳନ କରିବାକୁ ସିର୍ସା ଯାଇଥିବା ବେଳେ ରୋଶନ ଅନୁପଗଡ଼ରୁ ହନିଙ୍କୁ ନିଜ ବାସଭବନକୁ ନେଇ ଆସିଛନ୍ତି।
ଅଧିକ ପଢ଼ନ୍ତୁ: ଜନ୍ମାଷ୍ଟମୀ ଅର୍ଦ୍ଧରାତ୍ରିର ଅମୃତ ବେଳାରୁ ଏହି 5ଟି ରାଶିରେ ଧନର ବର୍ଷା, ହେବେ ମାଲାମାଲ୍, ଜାଣନ୍ତୁ ରାଶି ଗୁଡିକର ନାମ ?
ରୋଶନଙ୍କ ମାଆଙ୍କ କହିବାନୁଯାୟୀ, ହନି କେବଳ ହିନ୍ଦି କହିପାରୁଛନ୍ତି। ଏବେ ସେ ଟୁରିଷ୍ଟ୍ ଭିସାରେ ଭାରତ ଆସିଥିବା ବେଳେ ଆଉ ବାଂଲାଦେଶ ଫେରିବାକୁ ଚାହୁଁନାହାନ୍ତି। ଏବେ ଅନୁପଗଡ଼ ପୁଲିସ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...