ବିଶିଷ୍ଟ ଆର୍ଟ ଡାଇରେକ୍ଟର ନିତିନ ଦେଶାଇଙ୍କ ଆତ୍ମହତ୍ୟା, ଷ୍ଟୁଡିଓରୁ ମୃତଦେହକୁ ଉଦ୍ଧାର କଲା ପୁଲିସ
ଓଡ଼ିଆ ଗସିପ୍ ବ୍ୟୁରୋ: ବିଶିଷ୍ଟ ଆର୍ଟ ଡାଇରେକ୍ଟର ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ୫୮ ବର୍ଷ ହୋଇଥିଲା । ମୁମ୍ବାଇ ନିକଟ କରଜତ ସ୍ଥିତ ତାଙ୍କ ଏନଡି ଷ୍ଟୁଡିଓରେ ଦେଶାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ଅଧିକାଂଶ ସମୟ ଏହି ଷ୍ଟୁଡିଓରେ କଟାଉଥିଲେ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି, ତଦନ୍ତ ପରେ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି କହିଛି ସ୍ଥାନୀୟ ପୁଲିସ ।
ଦେଶାଇ ହମ୍ ଦିଲ୍ ଦେ ଚୁକେ ସନମ, ଲଗାନ, ଦେବଦାସ, ଯୋଦ୍ଧା ଆକବର ଏବଂ ପ୍ରେମ ରତନ ଧନ ପାୟୋ ଭଳି ଚଳଚ୍ଚିତ୍ରର ସେଟ୍ ଡିଜାଇନ୍ କରିଥିଲେ। ଶ୍ରେଷ୍ଠ କଳା ନିର୍ଦ୍ଦେଶନା ପାଇଁ ସେ ଚାରିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ଜ୍ଝ ଶେଷ ଥର ପାଇଁ ସେ ‘ପାନିପତ୍’ ଫିଲ୍ମ ପାଇଁ କାମ କରିଥିଲେ।
ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...
ନିତିନ ଦେଶାଇ ୧୯୮୭ ରେ ଟିଭି ସୋ ‘ତମସ୍’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଜ୍ଝ ଦେଶାଇଙ୍କ ଏନଡି ଷ୍ଟୁଡିଓରେ ପ୍ରଥମେ ଆମୀର ଖାନଙ୍କ ଫିଲ୍ମ ‘ମଙ୍ଗଳ ପାଣ୍ଡେ – ଦି ରାଇଜିଂ’ର ସୁଟିଂ ହୋଇଥିଲା। ଏହାପରେ ଏଠାରେ ମଧୁର ଭଣ୍ଡାରକରଙ୍କ ‘ଟ୍ରାଫିକ ସିଗ୍ନାଲ’ ଏବଂ ଆଶୁତୋଷ ଗୋୱାରିକରଙ୍କ ‘ଯୋଦ୍ଧା ଆକବର’ର ସୁଟିଂ କରାଯାଇଥିଲା।
ଅଧିକ ପଢନ୍ତୁ :- ଓଡ଼ିଶା ଜମାକାରୀଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ ରାଜ୍ୟ ସରକାର
ନିକଟରେ ଏକ ବିଜ୍ଞାପନ ଏଜେନ୍ସି ଦେଶାଇଙ୍କ ବିରୋଧରେ ୫୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆଣିଥିଲା। ତିନି ମାସ ଧରି କାମ ସତ୍ତ୍ୱେ ଦେଶାଇ ଟଙ୍କା ଦେଇନାହାଁନ୍ତି ବୋଲି ଏଜେନ୍ସି କହିଥିଲା । ତେବେ ନିତିନ ଦେଶାଇ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ।