ତୁନିଶା ଶର୍ମାଙ୍କ ରହସ୍ୟଜନକ ମୃତ୍ୟୁ ପରେ ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା

another actress commits suicide

ଓଡ଼ିଆ ଗସିପ ବ୍ୟୁରୋ: ତୁନିଶା ଶର୍ମାଙ୍କ ମୃତ୍ୟୁ ଆଘାତ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ଦୁଃଖ ଖବର ଆସିଛି । ଏବେ ଏଭଳି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ୨୨ ବର୍ଷ ବୟସ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଆସିଛି ।

ଆମେ ଏଠି କହିପାରିବା ମନୋରଞ୍ଜନ ଦୁନିଆରୁ ମୃତ୍ୟୁର ପିଛା ଛାଡୁନି । ନିକଟରେ ଆତ୍ମହତ୍ୟା କରିଥିବା ତୁନିଶା ଶର୍ମାଙ୍କ ଆଘାତ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଆଉ ଏକ ଦୁଃଖ ଖବର ଆସିଛି । ଏବେ ଛତିଶଗଡର ରାୟଗଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ୨୨ ବର୍ଷ ବୟସ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଲୀନା ନାଗବଂଶୀ ଆତ୍ମହତ୍ୟା କରିଥିବା ଖବର ଆସିଛି ।

ପୋଲିସ ଅଧିକାରୀଙ୍କ ମତରେ ଲୀନାଙ୍କ ମୃତ ଦେହେ ତାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସେହିପରି ଅଲୀ ବାବା : ଦାସ୍ତାନ୍-ଏ-କାବୁଲ୍’ର ଅଭିନେତ୍ରୀ ତୁନିଶାଙ୍କୁ ସେଟ୍‌ରେ ଅଭିନେତା ଶିଜାନ ଖାନଙ୍କ ମେକ୍‌ଅପ୍ ରୁମରେ ମୃତଦେହ ମିଳିଥିଲା । ତାଙ୍କୁ ୨୧ ବର୍ଷ ହୋଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଥରେ ନୁହେଁ ୫୦ ଥର ଶାରୀରିକ ସମ୍ପର୍କ ରଖିଲେ ପୋଲିସ ବାବୁ, ଯୁବତୀ ଜଣକ ବାହା ହବା ପାଇଁ କହିବାରୁ ତାଙ୍କ ସହ କଲେ ଏପରି କାମ...

ପ୍ରକାଶଥାଉ ଯେ ଲୀନା ନାଗବଂଶୀ ରାୟଗଡ ଜିଲ୍ଲାର ଚକ୍ରଧର ନଗର ପୋଲିସ ଷ୍ଟେସନ ପରିସର କେଲୋ ବିହାର କଲୋନୀରେ ରହୁଥିଲେ । ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ କଲେଜରେ ପଢୁଥିଲେ ଏବଂ ତାଙ୍କର ଇନ୍‌ଷ୍ଟାଗ୍ରାମ ରେ ୧୧ ହଜାରରୁ ଅଧିକ ଫଲୋର୍ସ ଥିଲେ । ସେ ଇନଷ୍ଟାରେ ବହୁତ ସକ୍ରିୟ ଥିଲେ । ଏହି କାରଣରୁ ଲୋକମାନେ ଲୀନାଙ୍କୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଭାବରେ ଜାଣିଥିଲେ ।

ଲୀନାଙ୍କ ଆତ୍ମହତ୍ୟା ସମ୍ପର୍କରେ ସୂଚନା ପାଇବା ପରେ ଚକ୍ରଧର ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି ଆଉ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଇଛି । ପୋଷ୍ଟମର୍ଟମ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ଲୀନାଙ୍କ ଆତ୍ମହତ୍ୟା ସଂପର୍କରେ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ, ଯେଉଁଥିପାଇଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବଲିଉଡ ଜଗତରେ ବଢ଼ିଚାଲିଛି ଆତ୍ମହତ୍ୟା ମାମଲା, ଗଲାଣି ୪ ଯୁବ ପ୍ରତିଭାଙ୍କ ଜୀବନ, ଟେର ପାଉନି ତଦନ୍ତକାରୀ ସଂସ୍ଥା...

ଲୀନା ନାଗବଂଶୀଙ୍କ ବିଷୟରେ ପୋଲିସ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପର୍କୀୟଙ୍କ ମଧ୍ୟ ମୃତ୍ୟୁକୁ ନେଇ କୌଣସି ସନ୍ଦେହ ନାହିଁ । ଏଭଳି ପରିସ୍ଥିତିରେ ମୃତ୍ୟୁ ପଛର କାରଣ କ’ଣ ରହିଛି ତାହା ଜଣାପଡି ନଥିବା ବେଳେ ଏ ସମ୍ପର୍କରେ ତଦନ୍ତ କରାଯାଉଛି ।

ଲୀନାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯିବ ଏବଂ ମୋବାଇଲକୁ ସମ୍ବନ୍ଧରେ ଆଇଟି ବିଶେଷଜ୍ଞମାନେ ଅନୁସନ୍ଧାନ କରିବେ ବୋଲି ଜଣାଯାଇଛି । ଏବେ ସବୁ ଘଟଣାକୁ ନେଇ ତଦନ୍ତ ଚାଲିଥିବା ପୋଲିସ୍ କହିଛି ।

Share this story