୧୮ ବର୍ଷ ବିବାହ ପରେ ସନ୍ତାନ ସୁଖ ପାଇଲେ, ରବର କଣ୍ଢେଇକୁ ଜନ୍ମ ଦେଲେ ମହିଳା

pregnant lady

ଓଡ଼ିଆ ଗସିପ ବ୍ୟୁରୋ: ବିବାହର ୧୮ ବର୍ଷ ଯାଏଁ ମହିିଳାଙ୍କ କିଛି ସନ୍ତାନ ସନ୍ତତି ନହେଉଥିବାରୁ ପରିବାର ଲୋକଙ୍କ ସହ ସାହିପଡିଶାଙ୍କ ଟାହିଟାପରାରର ଶିକାର ହେଉଥିଲେ ମହିଳା । ଶେଷରେ ଏକ ବନ୍ଧ୍ୟାଦୋଷରୁ ମୁକ୍ତ ହେବାକୁ ରବର କଣ୍ଢେଇକୁ ଜନ୍ମ ଦେଲେ ମହିଳା । ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିିଛି ଉତ୍ତରପ୍ରଦେଶର ଇଟାୱାରେ ।

ମହିଳା ଜଣକ ୧୮ ବର୍ଷ ତଳେ ବିବାହ କରିଥିଲେ । ସନ୍ତାନ ନ ହେବାରୁ ପରିବାର ପକ୍ଷରୁ ତାଙ୍କୁ ନିତି ଖୁଣ୍ଟା ଦିଆଯାଉଥିଲା । ତାକୁ ସହି ନ ପାରି ଶେଷକୁ ସେ ଏକ କାହାଣୀ ଆପଣାଇଲେ । ନିଜେ ଗର୍ଭବତୀ ଅଛନ୍ତି ବୋଲି ସମସ୍ତଙ୍କୁ କହିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ବେନାମୀ ଚିଠିରୁ ଖୋଲିଲା ନିଖୋଜ ଯୁବତୀଙ୍କ ରହସ୍ୟ: ଦଶ ମାସ ପରେ ମାଟିତଳୁ ମିଳିଲା ମୃତଦେହ

ପରିବାର ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ନିୟମିତ ଭାବେ ସ୍ଥାନୀୟ କମ୍ୟୁନିଟ୍ ହେଲ୍ଥ ସେଣ୍ଟରକୁ ଚେକ୍ଅପ୍ କରାଇବାକୁ ବି ଯାଆନ୍ତି । କିନ୍ତୁ ହଠାତ୍ ଛଅମାସ ପରେ ପରିବାର ଲୋକଙ୍କୁ ଭୂତେଇବା ପାଇଁ ଭୀଷଣ ପେଟ କାଟୁଛି ବୋଲି କହିଲେ ।

ତା’ପରେ ସେ ଏକ ବିକଳାଙ୍ଗ ପ୍ଲାଷ୍ଟିକ୍ କଣ୍ଢେଇକୁ ରଙ୍ଗବୋଳି ତାଙ୍କର ଏକ ଅପୂର୍ଣ୍ଣାଙ୍ଗ ଶିଶୁ ଜନ୍ମ ହୋଇଛି ବୋଲି ଦାବି କଲେ । ପରିବାର ସଦସ୍ୟମାନେ ବି ଏହା ଶିଶୁ କି କଣ୍ଢେଇ ଜାଣିପାରିଲେ ନାହିଁ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ : ଛାତିଥରା Exclusive ଭିଡ଼ିଓ ଦେଖନ୍ତୁ: ଅଜଗର ସାପ କବଳରେ ମାଙ୍କଡ, ସାଥି ମାଙ୍କଡ ଏମିତି କଲେ ସାହାଯ୍ୟ...

ସେମାନେ କଣ୍ଢେଇ ଦେହରେ ଲୁଗା ଗୁଡ଼େଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେଲେ । ସେଠାରେ ଡାକ୍ତର ପରୀକ୍ଷା କରି କହିଲେ ଏହା ଏକ ବାସ୍ତବ ମଣିଷ ଶିଶୁ ନୁହେଁ, ଏକ ପ୍ଲାଷ୍ଟିକ୍ କଣ୍ଢେଇ ।

ଡାକ୍ତର ତାଙ୍କର ପୂର୍ବର ଚେକ୍ଅପ୍ ସମ୍ବନ୍ଧିତ କାଗଜପତ୍ର ଓ ଏକ୍ସ-ରେ ରିପୋର୍ଟ ପରୀକ୍ଷା କରି ଦେଖିଲେ ଏବଂ ସବୁଗୁଡ଼ାକ ନକଲି ଥିବା କହିଲେ । ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ହର୍ଷିତଙ୍କ କହିବା ଅନୁସାରେ ମହିଳା ଜଣକ ନିୟମିତ ଭାବେ ଡାକ୍ତରଖାନା ଆସନ୍ତି । କିନ୍ତୁ ଗର୍ଭ ସମ୍ବନ୍ଧୀୟ ଚେକ୍ଅପ୍ ପାଇଁ ନୁହେଁ ବରଂ ତାଙ୍କ ପେଟ ସଂକ୍ରମଣର ଚିକିତ୍ସା କରାଇବାକୁ । ବନ୍ଧ୍ୟା ଅପବାଦରୁ ମୁକ୍ତି ପାଇଁ ସେ ଏପରି ନାଟକ ରଚନା କରିଥିବା ଡାକ୍ତର କହିଛନ୍ତି ।

Share this story