ବେନାମୀ ଚିଠିରୁ ଖୋଲିଲା ନିଖୋଜ ଯୁବତୀଙ୍କ ରହସ୍ୟ: ଦଶ ମାସ ପରେ ମାଟିତଳୁ ମିଳିଲା ମୃତଦେହ

murder2

ଓଡ଼ିଆ ଗସିପ ବ୍ୟୁରୋ: ନୂଆପଡ଼ା ସଦର ଥାନା ଅଧୀନ ଝିଲମିଲା-ରତିପାଲି ଗାଁର ଏକ ହତ୍ୟାକାଣ୍ଡ ଘଟଣାର ୧୦ ମାସପରେ ପୁଲିସ ମୃତଦେହ ଉଦ୍ଧାର କରିଛି ।

ଶତିଶଗଡ଼ରୁ ଏକ ବେନାମୀ ଚିଠି ଆସିବା ପରେ ହତ୍ୟାକାଣ୍ଡର ଗୁମର ଖୋଲିବା ସହ ମାଟିତଳୁ ମୃତଦେହ ଉଦ୍ଧାର କରି ହତ୍ୟାକାରୀଙ୍କୁ ପୁଲିସ ଠାବ କରିଛି ।

ରତିପାଲି ଗାଁର ଧନୀରାମ ନାଏକଙ୍କ ଝିଅ ହିତେଶ୍ୱରୀ ଗତ ଜାନୁୟାରୀ ୩ ତାରିଖ ରାତିରେ କୁଆଡ଼େ ଘରୁ ଚାଲି ଯାଇଥିବା ନେଇ ନୂଆପଡ଼ା ଥାନାରେ ମାମଲା ଦାଏର ହୋଇଥିଲା । ଏନେଇ ପୁଲିସ ଖୋଜାଖୋଜି କଲାପରେ ମଧ୍ୟ କୌଣସି ସୁରାକ୍‍ ପାଇ ନ ଥିଲା ।

ଧନୀରାମଙ୍କ ସୂଚନାକ୍ରମେ ମଙ୍ଗଳବାର ପୁଲିସ ଝିଲମିଲା ଗାଁର ୫ ଜଣ ଯୁବକଙ୍କୁ କାବୁକରି ଜେରା କରିଥିଲା । ମାରାଥନ ଜେରାପରେ ମାମଲାରୁ ପର୍ଦ୍ଦା ଉଠିଥିଲା ।

ଏଥିରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ସୋନୁ ସାହୁ(୩୨)ଙ୍କ ସୂଚନା ଆଧାରରେ ପୁଲିସ ଆରମ୍ଭ କରିଥିଲା ଛାନଭିନ । ମଙ୍ଗଳବାର ପୂର୍ବାହ୍ନ ୧୦ଟାବେଳେ ପୁଲିସ ସଦଳବଳ ଝିଲମିଲା ଗାଁରେ ଚଢ଼ଉ କରିଥିଲା ।

ଗାଁର ଦୁଖାଲୁ ଶବରଙ୍କ ଧାନ କ୍ଷେତରେ ମୃତଦେହକୁ ପୋତା ଯାଇଥିବା ଜଣାପଡ଼ିଥିଲା । ପୁଲିସ ଜେସିବିରେ ଖୋଳି ମୃତଦେହକୁ ମାଜିଷ୍ଟ୍ରେଟ ଉପସ୍ଥିତିରେ ବାହାର କରିଥିଲା ।

Share this story