ଛାତିଥରା Exclusive ଭିଡ଼ିଓ ଦେଖନ୍ତୁ: ଅଜଗର ସାପ କବଳରେ ମାଙ୍କଡ, ସାଥି ମାଙ୍କଡ ଏମିତି କଲେ ସାହାଯ୍ୟ...

monkey saved from python

ଓଡ଼ିଆ ଗସିପ ବ୍ୟୁରୋ: ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହା ଲୋକମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବିଶେଷକରି ଅଜଗରକୁ ନେଇ ପ୍ରଦର୍ଶିତ ହେଉଥିବା ଭିଡିଓ ଅତ୍ୟନ୍ତ ଭୟଙ୍କର ହୋଇଥିଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

ଦୁନିଆର ସବୁଠୁ ବଡ ସାପ ମଧ୍ୟରୁ ଅଜଗର ଏହାର ଶିକାରକୁ ଘୋଡାଇ ଶ୍ୱାସରୁଦ୍ଧ କରି ହତ୍ୟା କରିଥାଏ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଅଜଗର ଏକ ମାଙ୍କଡକୁ ଗିଳି ମାରିବାକୁ ଚେଷ୍ଟା କରୁଛି ।

ଏହି ଚକିତକାରୀ କ୍ଲିପରେ ଦେଖାଯାଉଛି ଯେ, ଏକ ମାଙ୍କଡ଼କୁ ଅଜଗର ଗିଳିଦେବାକୁ ଚେଷ୍ଟା କରୁଛି । ଠିକ୍ ସେତିକିବେଳେ, ମାଙ୍କଡ଼ର ବନ୍ଧୁ ମାନେ ତାକୁ ବଞ୍ଚାଇବା ପାଇଁ ଅଜଗର ନିକଟକୁ ଆସନ୍ତି । ସେମାନେ ସାପ ସହିତ ଲଢ଼ିବାକୁ ଚେଷ୍ଟା କରୁଛନ୍ତି ।

ଏକ ମାଙ୍କଡ଼ ଅଜଗରର ଲାଙ୍ଗୁଡ଼ ଟାଣିବାର ବି ଦେଖିବାକୁ ମିଳିଛି କିନ୍ତୁ ଯେତେବେଳେ ଅଜଗର ସାପ ସେହି ମାଙ୍କଡ଼କୁ ଆକ୍ରମଣ କରେ, ସେତେବେଳେ ସେ ଦୌଡ଼ି ଯିବାର ଦେଖାଯାଇଛି ।

ଅନେକ ମାଙ୍କଡ ସାପକୁ ମାରିବାକୁ ଚେଷ୍ଟା କରନ୍ତି ଏବଂ ନିଜ ବନ୍ଧୁଙ୍କୁ ତା’ର କବଳରୁ ମୁକ୍ତ କରିବାକୁ ଆପ୍ରାଣ ଉଦ୍ୟମ କରନ୍ତି, କିନ୍ତୁ ବିଫଳ ହୁଅନ୍ତି ।

Exclusive ଭିଡ଼ିଓ ଦେଖନ୍ତୁ:

ଶେଷରେ, ମାଙ୍କଡମାନେ ଚିତ୍କାର କରୁଛନ୍ତି ଏବଂ ନିଜ ସାଙ୍ଗକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏକତ୍ର ଆକ୍ରମଣ କରିବାକୁ ଚେଷ୍ଟା କଲେ ମଧ୍ୟ ଆଜଗର ଠାରୁ ତାକୁ ବଞ୍ଚାଇବାକୁ ସକ୍ଷମ ହୁଅନ୍ତି ନାହିଁ ମାଙ୍କଡ଼ ପଲଟନ । ତେବେ ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

Share this story