ଭାରତ ଉପରେ ଆକ୍ରମଣ ନେଇ ବଳ ଗୋଟାଉଛି ଚୀନ, ସୀମାରେ ମୁତୟନ କଲା ଡ୍ରୋନ୍ ଓ ଯୁଦ୍ଧ ବିମାନ

Tawang Clash Satellite Images Of China's Newly Upgraded Shigatse Air Base Near Arunachal Show Presence Of Fighters, Drones

ଓଡ଼ିଆ ଗସିପ୍ ବ୍ୟୁରୋ: ଅରୁଣାଚଳ ପ୍ରଦେଶ ତୱାଙ୍ଗଠାରେ କିଛି ଭାରତୀୟ ଅଞ୍ଚଳକୁ ଜବରଦଖଲ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଚୀନ ଏବେ ଭାରତ ଉପରେ ଟାର୍ଗେଟ କରିବା ପାଇଁ ସୀମାରେ ବହୁ ସଂଖ୍ୟକ ଡ୍ରୋନ୍ ଓ ଯୁଦ୍ଧ ବିମାନ ଠୁଳ କରୁଥିବା ଦେଖିବାକୁ ମିଳିଛି । ସାଟେଲାଇଟ୍ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି ।

ଅରୁଣାଚଳ ପ୍ରଦେଶ ତୱାଙ୍ଗ ସଘଂର୍ଷ ପରେ ସୀମାରେ ପଇଁତରା ମାରୁଛି ଚୀନ୍‌ର ଯୁଦ୍ଧ ବିମାନ । ଚୀନ ତା’ର ତୀବ୍ବତୀୟ ଏୟାରବେସ୍‌ରେ ଡ୍ରୋନ୍ ଓ ଯୁଦ୍ଧ ବିମାନ ମୁତୟନ ବଢୁଥିବା ନେଇ ଜଣାପଡ଼ିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଚିତା କାଟିଦେଲେ ଡେଲିଭରୀ ବୟ ! ଫ୍ଲିପ୍‌କାର୍ଟରୁ ମୋବାଇଲ ମଗାଉଥିଲା, ପୁଣି ଖାଲି ଡବା ଫେରାଉଥିଲା...

ମାକ୍ସର ହାଇ-ରିଜଲ୍ୟୁସନ ସାଟେଲାଇଟ୍ ଫଟୋରୁ ଚୀନ୍‌ର ଏଭଳି କିଛି ସାଙ୍ଘାତିକ ସତ ସାମ୍ନାକୁ ଆସିଛି । ସୀମାରେ ଚୀନ୍‌ ଏୟାର ଆକ୍ଟିଭିଟି ବଢ଼ିଥିବାରୁ ବାୟୁସେନା ଆଲର୍ଟରେ ରହିଛି ।

ପୂର୍ବରୁ ଚୀନର ଏହି ସୀମାରେ କାଁ ଭାଁ ଜେଟ୍ ଦେଖିବାକୁ ମିଳୁଥିଲା । କିନ୍ତୁ ତୱାଙ୍ଗ ସଘଂର୍ଷ ପରେ ଯୁଦ୍ଧ ବିମାନ ଏବଂ ଡ୍ରୋନ ସଂଖ୍ୟା ବଢ଼ିଥିବା ନେଇ ସାଟେଲାଇଟ୍ ଚିତ୍ରରେ ଦେଖିବାକୁ ମିଳିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ୧୬ ବର୍ଷିୟା ନାବାଳିକା ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ କଲେ ମଣିଷରୂପୀ ରାକ୍ଷସ

ସୂଚନା ଅନୁସାରେ ଚୀନ ଏହାର ବାଙ୍ଗଦା ବିମାନ ଘାଟିରେ ସୋରିଙ୍ଗ ଡ୍ରାଗନ ଡ୍ରୋନ ମୁତୟନ କରିଛି । ବାଙ୍ଗଦା ବିମାନ ଘାଟି ଅରୁଣାଚଳ ସୀମାଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି । ଏହି ଡ୍ରୋନ ଲଗାତାର ୧୦ ଘଣ୍ଟା ପର୍ଯ୍ୟନ୍ତ ଉଡାଣ ଭରିପାରିବ । ଟାର୍ଗେଟ ହିଟ୍ ପାଇଁ କ୍ରୁଜ ମିସାଇଲକୁ ଏହା ତଥ୍ୟ ଟ୍ରାନ୍ସଫର କରିଥାଏ ।

ଭାରତୀୟ ବାୟୁସେନାର ପୂର୍ବତନ ଫାଇଟର ପାଇଲଟ୍‌ ସମୀର ଯୋଶୀ କହିଛନ୍ତି ଯେ ଚୀନ ସେନା ଅକ୍ସାଇ ଚୀନ ଏବଂ ଉତ୍ତର-ପୂର୍ବ ଭାରତୀୟ ଅଞ୍ଚଳଗୁଡିକରେ ମିଶନରେ ଅଛନ୍ତି । ସେଠାରେ ଚୀନର ବାୟୁ ସେନା ଭାରତ ଉପରେ ନଜର ରଖିଛନ୍ତି । ଆଉ ଏଥିରେ ଡ୍ରାଗନକୁ ଖୁବ ସହଯୋଗ କରୁଛି ଶକ୍ତିଶାଳୀ ଡ୍ରୋନ୍‌ ।

Share this story