୧୬ ବର୍ଷିୟା ନାବାଳିକା ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ କଲେ ମଣିଷରୂପୀ ରାକ୍ଷସ

miscreants gangraped minor girl for 12 hours heinous crime

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ବରତାର ସବୁ ସୀମା ଟପି ଗଲା ମଣିଷ । ନାବାଳିକାକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ କଲେ ୮ ଅଭିଯୁକ୍ତ । ନାବାଳିକାଙ୍କ ସହ ଗଣଦୁଷ୍କର୍ମ । ୮ ଜଣ ବ୍ୟକ୍ତି ଜଣେ ୧୬ ବର୍ଷିୟା ନାବାଳିକା ସହିତ ଗଣ ଦୁଷ୍କର୍ମ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଛନ୍ତି ।

ମହାରାଷ୍ଟ୍ରର ପାଲଘର ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଏକ ବଙ୍ଗଳାରେ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ସମୁଦ୍ର କୂଳରେ ଫୋପାଡ଼ି ଦେଇ ଚାଲି ଯାଇଥିବା ସୂଚନା ମିଳିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : କିଏ ଏହି ଦେହ ବ୍ୟବସାୟର ଡନ ଲେଡି ଅର୍ଚ୍ଚନା ନାଗ ? କେମିତି ଆରମ୍ଭ ହୋଇଥିଲା 'ନାଗଲୋକ' ଆଉ କଣ ରହିଛି ଅର୍ଚ୍ଚନା ପଛର ଇତିହାସ ଜାଣନ୍ତୁ...

ପାଲଘର ଜିଲ୍ଲାର ସତପତିର ଥାନାଧିକାରୀ କହିଛନ୍ତି , ୧୬-୧୭ ଡିସେମ୍ବର ମଧ୍ୟ ରାତ୍ରୀରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ନାବାଳିକା ଜଣକ ଲିଖିତ ଅଭିଯୋଗ କରି ସବୁ କଥା ବଖାଣିଛନ୍ତି ।

ଅଭିଯୁକ୍ତମାନେ ନାବାଳିକାଙ୍କୁ ୧୬ ଡିସେମ୍ବର ରାତି ୮ ଟାରୁ ୧୭ ଡିସେମ୍ବର ସକାଳ ୮ ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ମହିମ ଗାଁର ଏକ ନିଛାଟିଆ ବଙ୍ଗଳାକୁ ନେଇ ବାରମ୍ବାର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବାବୁସାନଙ୍କୁ ବାସି ପାଣିରେ ପଚାରୁ ନାହାନ୍ତି ପ୍ରକୃତି ମିଶ୍ର; କହିଲେ, ସ୍ପାଇନଲେସ୍ ଲୋକଙ୍କ କଥା ମୋତେ ପଚାରନାହିଁ

ହେଲେ ଏତିକିରେ ତାଙ୍କର ପାଶବିକତା ଥମି ନଥିଲା, ନାବାଳିକାକୁ ସମୁଦ୍ର କୂଳକୁ ନେଇ ପୁଣି ଦୁଷ୍କର୍ମ କରିବା ସହ ସେଠାରେ ବୁଦାକୁ ଫୋପାଡ଼ି ଚାଲି ଆସିଥିଲେ ।

ପୋଲିସ ସୂଚନର ଅନୁସାରେ, ନାବାଳିକାଙ୍କ ଅଭିଯୋଗ ଆଧାରରେ ସମସ୍ତ ୮ ଅଭିଯୁକ୍ତଙ୍କୁ ରବିବାର ସକାଳେ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଧାରା ୩୭୬ (ଡି), ଧାରା ୩୬୬ (ଏ), ଧାରା ୩୧, ଧାରା ୩୪୨, ଧାରା ୩୨୩ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଏବେ ପଚରାଉଚରା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।

Share this story