କିଏ ଏହି ଦେହ ବ୍ୟବସାୟର ଡନ ଲେଡି ଅର୍ଚ୍ଚନା ନାଗ ? କେମିତି ଆରମ୍ଭ ହୋଇଥିଲା 'ନାଗଲୋକ' ଆଉ କଣ ରହିଛି ଅର୍ଚ୍ଚନା ପଛର ଇତିହାସ ଜାଣନ୍ତୁ...

Who is this lady don Archana Nag? know about her history and family

ଓଡ଼ିଆ ଗସିପ୍ ବ୍ୟୁରୋ: ଅର୍ଚ୍ଚନା ନାଗ- ଦୁଇ ମାସରୁ ଅଧିକ ସମୟ ହେଲାଣି ଟିଭି, ସୋସିଆଲ ମିଡିଆରୁ ଆରମ୍ଭ କରି ଘରେ ଘରେ ପରିଚିତ ଏକ ନାଁ ହେଉଛି ଏହି ଅର୍ଚ୍ଚନା ନାଗ । ଅର୍ଚ୍ଚନା ନାଗର ଚୋଟରେ ଆକ୍ତାମାକ୍ତା କେତେ ନେତା, ମନ୍ତ୍ରୀ, ଯନ୍ତ୍ରୀ ଓ ତନ୍ତ୍ରୀ । ଆଉ ଏମାନଙ୍କ ଖବର ସାରା ଓଡ଼ିଶାରେ କାହିଁକି ସାରା ଦେଶରେ ଚର୍ଚ୍ଚା ହେଉଛି । କେମିତି ଜଣେ ସାଧାରଣ ପରିବାରର ଝିଅ ସେକ୍ସ ସାମ୍ରାଜ୍ୟ ଗଢ଼ି ମହାରାଣୀଙ୍କ ଭଳି ଅଏସ କରୁଥିଲା ।

ବଡ଼ ବଡ଼ ଲୋକଙ୍କୁ ଯୌନ ସୁଖ ଦେଇ ଏତେ ବଡ଼ ଏମ୍ପାୟାର ଗଢ଼ି ତୋଳିଥିବା ଅର୍ଚ୍ଚନା 27 ଫେବ୍ରୁଆରୀରେ ଜନ୍ମ ଗ୍ରହଣ କରିଥିଲେ, ବର୍ଷ ହସ୍ତଗତ ହୋଇନାହିଁ । କଳାହାଣ୍ଡି ଜିଲ୍ଲାର କେନ୍ଦୁଗୁଡ଼ାରେ ଏକ ସାଧାରଣ ମଧ୍ୟବିତ୍ତ ପରିବାରର ଝିଅ ହେଉଛନ୍ତି ଅର୍ଚ୍ଚନା ନାଗ । ଭୁବନେଶ୍ୱର ୟୁନିଟ 3 ସ୍ଥିତ କ୍ୟାପିଟାଲ ହାଇସ୍କୁଲରେ ପାଠ ପଢିଥିଲେ ଅର୍ଚ୍ଚନା ନାଗଙ୍କ ବାପା ହେଉଛନ୍ତି ସୁରେନ୍ଦ୍ର ନାଥ ନାଗ ।

ଉତ୍କଳ ବିଶ୍ୱ ବିଦ୍ୟାଳୟ ଲ' କଲେଜରୁ ଆଇନରେ ସ୍ନାକ ପାସ୍ କରିଛନ୍ତି । 2015ରୁ 2022 ମଧ୍ୟରେ ସେ ଗିରଫ ହେବା ସମୟ ଯାଏ 30 କୋଟି ଟଙ୍କାର ମାଲିକାଣି ବନି ସାରିଥିଲେ । ଏବେ ସେ କିନ୍ତୁ ଆଇନର ଜାଲରେ ଛନ୍ଦି ହୋଇ ଜେଲର ଚାରିକାନ୍ଥରେ ସଜା କାଟୁଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ୨୦୨୩ରେ ୫ଟି ରାଶି ରଚିବେ ଇତିହାସ, ଭାଗ୍ୟରେ ଆସୁଛି ବଡ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ରାଶି ଅଛି କି !

ରାଜନେତାଙ୍କ ସହ ବସ୍ ଉଠ କରୁଥିବା ଅର୍ଚ୍ଚନାଙ୍କ ଏତେ ସମ୍ପତ୍ତି ସତରେ କେଉଁଠି ଓ କେମିତି ଆସିଛି ଏ କଥା ସମସ୍ତେ ଜାଣିଛନ୍ତି ।  ମିଡିଆକୁ ଦେଇଥିବା ବୟାନରେ ନାଗ ଚିତ୍କାର କରି କହିଛନ୍ତି ଯେ, ତାଙ୍କୁ ଫସେଇଥିବା ବଡ଼ ବଡ଼ ମୁଣ୍ଡିମାନଙ୍କୁ ସେ କେବେ ବି ଛାଡ଼ିବେ ନାହିଁ । ସେ ଯେଉଁଦିନ ମୁହଁ ଖୋଲିବେ ସେ ଦିନ ଓଡ଼ିଶାରେ ବଡ଼ ପରିବର୍ତ୍ତନ ହୋଇଯିବ।

ଅବଶ୍ୟ ପରେ ଯେବେ ଯେବେ ତାଙ୍କୁ ମିଡ଼ିଆ  ପ୍ରଶ୍ନ କରିଛି ତାହାର କୌଣସି ଗୋଟିଏ ବି ଉତ୍ତର ଦେଇନାହାନ୍ତି ଅର୍ଚ୍ଚନା । ଅର୍ଚ୍ଚନାଙ୍କ ଓକିଲ କାହିଁକି ଓ କେଉଁ ପରିସ୍ଥିତିରେ ଅର୍ଚ୍ଚନା ନାଗ ଏମିତି ବୟାନ ଦେଇଥିଲେ ସେ ନେଇ କୌଣସି ଉତ୍ତର ରଖୁନାହାନ୍ତି । ଯାହାର ଫଳ ସ୍ୱରୂପ ଅର୍ଚ୍ଚନା ନାଗଙ୍କ ଚୋଟ କିଏ କିଏ ଖାଇଛନ୍ତି ସେ ନେଇ କିଛି ବି ନୂଆ ତଥ୍ୟ ସାମ୍ନାକୁ ଆସିପାରୁନାହିଁ ।

5ଫୁଟ୍ 3 ଇଞ୍ଚ ଉଚ୍ଚତା ବିଶିଷ୍ଟ ଏକେ ଲେଡି ବ୍ଲାକମେଲର ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ସମେତ ଅନେକା ନେତା ଓ ମନ୍ତ୍ରୀଙ୍କୁ ଯେ ଚୋଟ ମାରିଛି ତାହା ପ୍ରମାଣିତ ହେବାକୁ ଯାଞ୍ଚ ଏଜେନ୍ସିକୁ ସମୟ ଲାଗିବ । ଆଉ ରହିଲା ଟଙ୍କା ପଇସା କାରବାରର କଥା ଦିନେ ନା ଦିନେ ତାହା ବି ଲୋକ ଲୋଚନକୁ ଆସିବ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଅଧିକ ଉତ୍ସାହିତ ହୋଇଗଲେ ଯୁବକ ! ଅବତାର-୨ ଫିଲ୍ମ ଦେଖିବା ବେଳେ ଚାଲିଗଲା ଜୀବନ

ରାତିଏରେ ହାତୀଏ କମେଇବାର ଯୋଜନା କରୁଥିଲେ ଅର୍ଚ୍ଚନା । ଯେଉଁଥିରେ ମୋହରା ସାଜୁଥିଲେ ବଡ ବଡ ରାଜନେତା, ଅଫିସର ଆଉ ବ୍ୟବସାୟୀ । ରୂପ ଥୋପର ଲୋଭ ଦେଖାଇ, ଏମାନଙ୍କୁ ସେ ଚୁଟକିରେ ଫଶାଉଥିଲୋ । ଆଲିସାନ ବଙ୍ଗଳା ଭିତରେ ଡିଲ୍‌ ହେଉଥିଲା ଦେହ ।

ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ନାଁରେ ମନିଲଣ୍ଡରିଂ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ବେଆଇନ ଭାବେ ଅର୍ଥ କାରବାର କରୁଥିବାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ଏଭଳି ମାମଲା ରୁଜୁ କରାଯାଇଛି । ଅନ୍ୟପକ୍ଷରେ ଆଜି ସକାଳେ ଅର୍ଚ୍ଚନାଙ୍କ ୫ ବର୍ଷର ପୁଅ ଓ ବାପା ସୁରେନ୍ଦ୍ର ନାଗ କୋର୍ଟଙ୍କ ଅନୁମତିକ୍ରମେ ଇଡି କାର୍ଯ୍ୟାଳୟରେ ଅର୍ଚ୍ଚନା‌ଙ୍କୁ ଭେଟିଛନ୍ତି । ଏହି ସମୟରେ ଅର୍ଚ୍ଚନା ପୁଅକୁ ଧରି କାନ୍ଦିଥିବା ଜଣାପଡ଼ିଛି ।

Share this story